କନିକାଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ : ସଂକ୍ରମଣ ସୃଷ୍ଟି କରିବା ଅଭିଯୋଗରେ ମିଳିଲା ନୋଟିସ୍

Published By : Prameya-News7 Bureau | April 27, 2020 IST

ଲକ୍ଷ୍ନୌ ୨୭/୪: କରୋନା ଭାଇରସକୁ ମାତ୍ ଦେଇଥିବା ସତ୍ବେ ଗାୟିକା କନିକା କପୁରଙ୍କ ସମସ୍ୟା କମିନାହିଁ। ସୋମବାର ସରୋଜିନୀ ନଗର ପୋଲିସ୍ ମହାନଗର ସ୍ଥିତ କନିକାଙ୍କ ଘରକୁ ପହଞ୍ଚିଥିଲା। ସେଠାରେ ତାଙ୍କୁ ନୋଟିସ୍ ଦିଆଯାଇଥିଲା । ପୋଲିସ୍ ଗାୟିକା ଅପ୍ରେଲ୍ ୩୦ତାରିଖ ସକାଳ ୧୧ଟାରେ ସରୋଜିନୀ ନଗର ପୋଲିସ୍ ଷ୍ଟେସନକୁ ଆସିବାକୁ କହିଛି।

wp:core-embed/twitter {"url":"https://twitter.com/ANINewsUP/status/1254695605609234432","type":"rich","providerNameSlug":"twitter","className":""}
https://twitter.com/ANINewsUP/status/1254695605609234432
/wp:core-embed/twitter

ଯାଞ୍ଚ ଅଧିକାରୀଙ୍କ କହିବା ଅନୁସାରେ ଅପ୍ରେଲ୍ ୩୦ତାରିଖରେ କନିକାଙ୍କ ବୟାନ ଦାୟର କରାଯିବ ଯେଉଁଥିପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କନିକା ତଦନ୍ତରେ ସହଯୋଗ କରୁଛନ୍ତି। କନିକାଙ୍କ ବିରୁଦ୍ଧ​ରେ ସରୋଜିନୀ ନଗର ଥାନାରେ ଅନ୍ୟଙ୍କ ଜୀବନ ବିପଦରେ ପକାଇବା ସହିତ ଆଇପିସି ଧାରା ୧୮୮,୨୬୯ ଏବଂ ୨୭୦ ଅନୁସାରେ ମାମଲା ରୁଜୁ କରାଯାଇଛି।

{"id":260986,"sizeSlug":"large"}

କରୋନାକୁ ହରାଇବା ପରେ କନିକା କପୁର ସୋସିଆଲ ମିଡିଆରେ ନୋଟ୍ ଲେଖି ନିଜ ପକ୍ଷ ରଖିଥି​‌ଲେ। ଏହି ନୋଟରେ ସେ କହିଥିଲେ, ସେ ଜାଣିଛନ୍ତି ଯେ ତାଙ୍କ ବିଷୟରେ ଅନେକ କାହାଣୀ ପ୍ରସ୍ତୁତ କରାଯାଇଛି। ଅନେକ କାହାଣୀ ଏଥିପାଇଁ ବନା ହେଲା କାରଣ ସେ ଏବେ ଯାଏଁ ଚୁପ୍ ଥିଲେ,କିନ୍ତୁ ସେ ଏଥିପାଇଁ ଚୁପ୍ ନଥିଲେ କାହିଁକି ନା ସେ ଭୁଲ୍। ସେ ଏହି କଥାକୁ ଅପେକ୍ଷା କରିଥିଲେ ଯେ ସତ ଆପଣାଛାଏଁ ସମସ୍ତେ ଜାଣନ୍ତୁ। ଲୋକେ ଭୁଲ୍ ତଥ୍ୟ ପାଇଛନ୍ତି ବୋଲି ତାଙ୍କ ମତ ରହିଛି। ସେ ତାଙ୍କ ପରିବାର ଲୋକ,ବନ୍ଧୁ ଏବଂ ସମର୍ଥକଙ୍କୁ ଧନ୍ୟବାଦ ଦେବା ପାଇଁ ଚାହୁଁଛନ୍ତି ଯେଉଁମାନେ ଏହି କଠିନ ସମୟରେ ତାଙ୍କ ସହ ଛିଡ଼ା ରହିଥିଲେ ଏବଂ ତାଙ୍କୁ ବୁଝିଥିଲେ।

{"id":260989,"sizeSlug":"large"}

କନିକା ଏବେ ଲକ୍ଷ୍ନୌରେ ତାଙ୍କ ବାପା ମାଆଙ୍କ ସହ କ୍ବାଲିଟି ଟାଇମ୍ ବିତାଉଛନ୍ତି। ଲଣ୍ଡନ,ମୁମ୍ବାଇ କିମ୍ବା ଲକ୍ଷ୍ନୌରେ ସେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ମଧ୍ୟରୁ କାହାଠାରେ ମଧ୍ୟ କରୋନା ଭାଇରସ୍ ରହିନଥିଲା। ସମସ୍ତଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଥିଲା। କନିକା କପୁର ଲକ୍ଷ୍ନୌର ମହାନଗର ଅଞ୍ଚଳରେ ଶାଲିମାର ଗ୍ୟାଲେଣ୍ଟ ଆପାର୍ଟମେଣ୍ଟରେ ବାପା-ମାଆଙ୍କ ସହ ରୁହନ୍ତି। କନିକା କରୋନା ରୋଗୀଙ୍କ ଉପଚାର ପାଇଁ ନିଜ ପ୍ଲାଜମା ଦେବାକୁ କହିଛନ୍ତି। ସେ ଏସଜିପିଜିଆଇ ସହ ଯୋଗାଯୋଗ କରିଛନ୍ତି। ଡାକ୍ତରଙ୍କ ଟିମ୍ ଖୁବ୍ ଶୀଘ୍ର ଶାଲିମାର ଗ୍ୟାଲେଣ୍ଟ ଆପାର୍ଟମେଣ୍ଟ ପହଞ୍ଚିବ।

{"id":260990,"sizeSlug":"large"}

କନିକା କପୁର କରୋନାରୁ ସୁସ୍ଥ ହେବା ପରେ ନିଜ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଫଟୋରେ କନିକା ନିଜ ବାପା-ମାଆଙ୍କ ସହ ଅଛନ୍ତି ଏବଂ ଆରାମରେ ବସି ଚା ପିଉଛନ୍ତି।

{"id":260992,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.