ସାରୁଅ ଜମି ବିବାଦ: ତରଙ୍ଗ ଷ୍ଟୁଡିଓ ଗେଟ୍ ସାମ୍ନାରେ ଝୁଲିଲା ନୋଟିସ୍, ଏସ୍ଡିପିଓ କହିଲେ, ‘ପୋଲିସ୍କୁ ସହଯୋଗ କଲେନି’
15/10/2020 at 3:42 PM

ଭୁବନେଶ୍ବର୧୫/୧୦: ସାରୁଅରେ ଓଟିଭିର ଜମି କେଳେଙ୍କାରୀ ମାମଲା। ସାରୁଅ ସ୍ଥିତ ଷ୍ଟୁଡିଓରେ ଖୋର୍ଦ୍ଧା ଏସଡିପିଓ ପହଁଞ୍ଚିଛନ୍ତି । ଜଗି ମଙ୍ଗତ ପଣ୍ଡାଙ୍କ ବାପା ଓ ଭାଇଙ୍କୁ ଜେରା ପାଇଁ ପୋଲିସ୍ କର୍ମଚାରୀ ପହଁଞ୍ଚିଥିଲେ। ଅନ୍ୟପଟେ ପୋଲିସ୍ ସହଯୋଗ କରିନଥିବା ଏସ୍ଡିପି ସୁଶୀଲ ମିଶ୍ର କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ରନଧୀର ସଂ ସହଯୋଗ କରି ନଥିବା ଅଭିଯୋଗ ହୋଇଛି।

ଶେଷରେ ତରଙ୍ଗ ମୁଖ୍ୟ ଫାଟକ ସାମ୍ନାରେ ନୋଟିସ୍ ଝୁଲାଇଲା ପୋଲିସ୍। ଆସନ୍ତାକାଲି ୧୧ଟା ବେଳେ ରନଧୀର ସିଂଙ୍କୁ ପଚରାଉଚାର କରିବେ ବୋଲି ପୋଲିସ୍ ନୋଟିସ୍ କରିଛି। ଯଦି ପୋଲିସ୍ ସେମାନେ ସହଯୋଗ ନ କରିନ୍ତି, ତେବେ ଆଇନ୍ ଅନୁଯାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ କହିଛି। ମିଳିଥିବା ସୂଚନା ଅନୁସାରେ ପଚରାଉଚାର ପାଇଁ ପୋଲିସ୍କୁ ୩ ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା।