କଂଗ୍ରେସ କାର୍ଯ୍ୟକାରୀ ସଭାପତିଙ୍କ ନାମରେ ଓକିଲଙ୍କ ନୋଟିସ, ସଂପ୍ରଦାୟକୁ ବଦନାମ କରିବା ଅଭିଯୋଗ
17/07/2020 at 5:37 PM

ଭଦ୍ରକ ୧୭।୦୭: ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତିଙ୍କୁ ବିହାରୀ ସମାଜର ଓକିଲଙ୍କ ନୋଟିସ । ନୋଟିସରେ କେତେକ ପ୍ରଶ୍ନ କରିଛି ବିହାରୀ ସମାଜ। ନହେଲେ ମାନହାନୀ ମୋକଦ୍ଦମା କରିବାକୁ ମଧ୍ୟ ଚେତାବନୀ ଦେଇଛି । ଭଦ୍ରକ ଜିଲ୍ଲା କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନାମରେ ଏହି ଅକିସ ନୋଟିସ ଲାଗିଛି ।
ସୂଚନାଯୋଗ୍ୟରେ ଭଦ୍ରକ ସହରର ସଂଗୀତା ମୋଟର୍ସରେ କାର୍ଯ୍ୟ କରୁଥିବା କର୍ମଚାରୀ ଚିତ୍ତରଞ୍ଜନ ଜେନାଙ୍କ ମୃତଦେହ ସୋରୁମରୁ ମିଳିଥିଲା । ପରେ ତାଙ୍କ ନିକଟରୁ ମିଳିଥିବା ସୁଇସାଇଡ ନୋଟରେ ସୋରୁମ ମାଲିକ ଚନ୍ଦନ ସାହାଙ୍କ ନାମ ସହ ନିର୍ଯାତନା ଦେଉଥିବା କଥା ଲେଖିଥିଲେ । ପରେ ସୋରୁମ ମାଲିକଙ୍କୁ ଗିରଫ କରିବା ଦାବିରେ କଂଗ୍ରେସ ସହ ଅନ୍ୟାନ୍ୟ ସାମାଜିକ ସଂଗଠନ ଭଦ୍ରକ ଏସପିଙ୍କ ନିକଟରେ ଦାବି କରିଥିଲେ। ଏହି ଘଟଣାକୁ ନେଇ କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।


ଏହି ସମ୍ମିଳନୀରେ ବିହାର ସମ୍ପ୍ରଦାୟର ଲୋକଙ୍କୁ ସମାଲୋଚନା କରାଯାଇଥିବା ବିହାରୀ ସମାଜ ଅଭିଯୋଗ କରିଛି । ତେବେ ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ହେବା ପରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତିଙ୍କୁ ଓକିଲ ନୋଟିସ ପଠାଇଛି ବିହାରୀ ସାମାଜ । କେତେକ ପ୍ରଶ୍ନ ମଧ୍ୟ କରିଛି । ବିନା କୌଣସି ପ୍ରମାଣରେ ସେମାନଙ୍କ ସମ୍ପ୍ରଦାୟକୁ ବଦନାମ କରିଥିବାରୁ ତାଙ୍କ ନାମ ରେ ମାନହାନୀ ମୋକଦ୍ଦମା କରିବା ପାଇଁ ମଧ୍ୟ ଚେତାଇଦେଇଛି । ବିହାରୀ ସମାଜ ତରଫରୁ ତାଙ୍କ ଆଇନଜୀବୀ ଦେବଦତ୍ତ ମହାନ୍ତି ଏହି ସୂଚନା ଦେଇଛନ୍ତି ।