Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

19/01/2020 at 11:23 AM

ଭୁବନେଶ୍ବର ୧୯/୧: ଓଡ଼ିଶାର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଜିତିଥିବା ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ସୁନନ୍ଦା ପଟ୍ଟନାୟକଙ୍କ କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା।

ପ୍ରଖ୍ୟାତ ଓଡ଼ିଆ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ ସୁନନ୍ଦା ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସେ ତାଙ୍କ ସୁନ୍ଦର କଣ୍ଠ ପାଇଁ ଲୋକପ୍ରିୟ ଥିଲେ।

​‌ସେ ୧୯୭୦ ଏବଂ ୧୯୭୧ ମସିହାରେ ତାଙ୍କ ଗୀତ ‘ଜୀବନ ପାତ୍ର ମୋ ଭରିଚ’ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଜିତିଥିଲେ। ୨୦୧୨ମସିହାରେ ମଧ୍ୟ ସୁନନ୍ଦା ପୁଣି ଥରେ ଏହି ପୁରସ୍କାର ଜିତିଥିଲେ।

   Related Posts