Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ପାଇଁ ନୋଟ୍‌କୁ ଡରୁଛନ୍ତି କି ? ଭୟ କରନ୍ତୁନି ମାତ୍ର ୭୦୦ଟଙ୍କାରେ ସାନିଟାଇଜ୍ ହେବ ଟଙ୍କା, ଭଦ୍ରକର ଛାତ୍ର କରିଛନ୍ତି ନିଆରା ଉଦ୍ଭାବନ

8/08/2020 at 3:51 PM

ଭଦ୍ରକ ୮।୮: କାରୋନା ମହାମାରୀ ସମୟରେ ଏବେ ସବୁଠି ସନିଟାଇଜେସନକୁ ଗୁରୁତ୍ଵ ଦିଆଯାଉଛି । ଚିହ୍ନଟ ସଂକ୍ରମିତଙ୍କ ଘରଠାରୁ ଆରମ୍ଭ କରି ରାସ୍ତାଘାଟ, ସାହିବସ୍ତି ଆଉ ସବୁ ଅଞ୍ଚଳକୁ ଏବେ ସନିଟାଇଜ କରାଯାଉଛି । ଏମତିକି ଘରକୁ ଆଣୁଥିବା ସାମଗ୍ରୀ, ପନିପରିବାକୁ ମଧ୍ୟ ଉପଯୁକ୍ତ ଭାବେ ଧୋଇ ବ୍ୟବହାର ପାଇଁ ସଚେତନ କରାଯାଉଛି । ଏମିତି ସ୍ଥିତିରେ ଟଙ୍କାକୁ ମଧ୍ୟ ବିଶୋଧନ ପାଇଁ ପ୍ରୟାସ କରିଛନ୍ତି ଜଣେ ଛାତ୍ର । ତାଙ୍କ ଦାବି ହେଉଛି ସେ ୭୦୦ ଟଙ୍କାରେ ତିଆରି କରିଛନ୍ତି ପକେଟ ସାନିଟାଇଜର । ଯାହାକି ଟଙ୍କାକୁ ସନିଟାଇଜ କରୁଛି । ଆଉ ଏହା ବିଜ୍ଞାନ ସମ୍ମତ ବୋଲି ଦାବି ସେ କରିଛନ୍ତି ।  

ଏହି ଟଙ୍କା ସନିଟାଇଜରକୁ ପ୍ରସ୍ତୁତ କରୁଛନ୍ତି ଭଦ୍ରକ ଜିଲ୍ଲାର ଜନୈକ ଛାତ୍ର କମଲ କିଶୋର ମାଝୀ । ସେ ପୂର୍ବରୁ ମଧ୍ୟ ବହୁ ପ୍ରକାର ନୂଆ ନୂଆ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି ।  ମିନି ଭାକ୍ୟୁମକ୍ଲିନର, ଫୁଟ୍ ସାନିଟାଇଜର ପରେ ଏବେ ଟଙ୍କା ସନିଟାଇଜର ।  ମାତ୍ର ଅଳ୍ପ ଟଙ୍କା ବିନିଯୋଗରେ ସେ ତିଆରି କରୁଛନ୍ତି ଏହି ପ୍ରୋଟେବଲ ମେସିନ ।  ଏହି ମେସିନ ପାଇଁ ସେ ବ୍ୟବହାର କରୁଛନ୍ତି ଫୋନ୍ ବ୍ୟାଟେରୀ, ହେଡ୍ ଫୋନ୍ ତାର, ପିଭିସି ପାଇପର ଫ୍ରେମ ଓ ୟୁଭି ଲାଇଟ୍ ।  ମାତ୍ର ଦୁଇ ଘଣ୍ଟାରେ ପ୍ରସ୍ତୁତ ହେଉଛି ଏହି ମେସିନ ।

କମଲଙ୍କ କହିବା କଥା ଯେ ୟୁଭି ଲାଇଟର ଟାଇପ୍ ସି ଲାଇଟ୍ ୱାଟରପ୍ୟୁରିଫାୟରରୁ ଭାଇରସ୍ ମାରୁଛି ଯାହାକି ବିଜ୍ଞାନ ସମ୍ମତ ।  ସେଥିପାଇଁ ସେ ଏହି ଲାଇଟ୍ ବ୍ୟବହାର କରିଛନ୍ତି । ସେ ଦାବି କରିଛନ୍ତି ଯେ ଏହି ଲାଇଟ୍ ଟଙ୍କା ସନିଟାଇଜ୍ କରିପାରିବ । ଏହି ମେସିନ ବହୁତ ଛୋଟ ।  ମନିପର୍ସରେ ମଧ୍ୟ ରଖି ହେଉଛି । ଦୁଇ ପ୍ରକାର ଉପାୟରେ ଚାର୍ଜ ମଧ୍ୟ କରିହେବ । ଡାଇରେକ୍ଟ ଲାଇନରେ ଚାର୍ଜ ହେଉଥିବା ବେଳେ ମୋବାଇଲ ବ୍ୟାଟେରୀରେ ମଧ୍ୟ ଚାର୍ଜ ହେଉଛି ।

ତେବେ ପୁଅର ଏହି ପ୍ରୟାସରେ ବାପା ଓ ମା’ ବହୁତ ଖୁସି । କାରଣ ପୁଅ ଯେଉଁ ନୂଆ ନୂଆ ଡିଭାଇସ ତିଆରି କରୁଛି ତାହାର ବିଜ୍ଞାନ ସମ୍ମତ କାରଣକୁ ନଜରରେ ରଖି କରୁଛି । ସେଥିପାଇଁ ତାଙ୍କ ସାଙ୍ଗସାଥୀ ଓ ପଡୋଶୀମାନେ ମଧ୍ୟ ଏହି ଡିଭାଇସକୁ ବ୍ୟବହାର କରୁଛନ୍ତି । ଏହି ମେସିନକୁ ବ୍ୟାଙ୍କର ବିଭିନ୍ନ ବ୍ୟବସାୟୀକ ଅନୁଷ୍ଠାନରେ ମଧ୍ୟ ବ୍ୟବହାର କରିହେବ ।

ବିଜ୍ଞାନ ସମ୍ମତ ଉପାୟରେ ଏହି ସାଇଟାଇଜର ପ୍ରସ୍ତୁତି କରୋନା ସମୟରେ ନିଶ୍ଚିତ ଭାବେ ଉପୋଯୋଗୀ ହୋଇପାରିବ ।

   Related Posts