ସହି ପାରିଲେନି ସ୍ତ୍ରୀର ଗାଳି ଗୁଲଜ, ବିଷ ପିଇ ଜୀବନ ହାରିଲେ ସ୍ୱାମୀ

Published By : Prameya-News7 Bureau | September 28, 2020 IST

ପାଟଣା ୨୮।୦୯: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ପଞ୍ଚାୟତ ଫୁଲ ପାହାଡ଼ି ଗ୍ରାମର ଜାରା ସାହିରେ ଘଟିଛି ଅଭାବନୀୟ ଘଟଣା। ସ୍ତ୍ରୀର ଗାଳିକୁ  ସହି ନପାରି ସ୍ୱାମୀ କିଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ ସାହିର ଓଜେନ୍ ମାଝୀଙ୍କ ପୁଅ ଶୁକଦେବ ମାଝୀ ନିଜ ସ୍ତ୍ରୀର ଗାଳିକୁ ସହି ନପାରି ଗତକାଲି ସନ୍ଧ୍ୟାରେ କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ୧୦୮ ସାହାଯ୍ୟରେ ପାଟଣା ମେଡିକାଲକୁ ଆଣିଥିଲେ। ସେଠାରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ  ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ।  ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶୁକଦେବଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ମୃତ ଶୁକଦେବ ଓ ତାଙ୍କ ସ୍ତ୍ରୀ ସହିତ ପୂର୍ବରୁ ଝଗଡା ଲାଗି ରହିଥାଏ। କିନ୍ତୁ ଗତକାଲି ଉକ୍ତ ଝଗଡା ଉଗ୍ରରୂପ ନେଇ ଥିଲା ଯାହା ଫଳରେ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ପାଟଣା ପୋଲିସ ମେଡିକାଲସରେ ପହଁଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.