ଜୁମ୍ ଓ ଗୁଗୁଲ ହ୍ୟାଙ୍ଗଆଉଟ୍ ଆପ୍ ବ୍ୟବହାର କରନାହିଁ, କର୍ମଚାରୀଙ୍କୁ ପରାମର୍ଶ ଦେଲା ଷ୍ଟାଣ୍ଡାର୍ଡ୍ ଚାଟାର୍ଡ୍

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ, ୧୫|୦୪:  ଷ୍ଟାଣ୍ଡାର୍ଡ ଚାଟାର୍ଡ ବିଶ୍ୱର ପ୍ରଥମ ବ୍ୟାଙ୍କ ଭାବେ ନିଜର କର୍ମଚାରୀଙ୍କୁ କରୋନା ସଙ୍କଟ ମଧ୍ୟରେ ଜୁମ୍ ଭିଡିଓ କମ୍ୟୁନିକେସନ୍ ଆପ୍ ବ୍ୟବହାର ନକରିବା ପାଇଁ କହିଛି । ଏନେଇ ବ୍ୟାଙ୍କର ସିଇଓ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟାଙ୍କର ସିଇଓ ବିଲ୍ ଓ୍ୱିଣ୍ଟରସ୍ ମ୍ୟାନେଜରଙ୍କୁ କହିଛନ୍ତି ଯେ, ଗୁଗୁଲ୍ ହାଙ୍ଗଆଉଟ୍ ଆପ୍ଲିକେସନ ମଧ୍ୟ କେହି କର୍ମଚାରୀ ବ୍ୟବହାର କରିପାରିବେ ନାହିଁ । କୌଣସି ଆପ୍ଲିକେସନ ସିସକୋ,ଓ୍ୱେବକ୍ସ, ଆଇକ୍ରୋସଫ୍ଟ କର୍ପୋରେସନ ଓ ବ୍ଲୁ ଜିନସ୍ ଭଳି ଉନ୍ନତମାନର ନୁହେଁ ।ଏହାସହ କିଛି ଆପରେ ସୁରକ୍ଷା ନିରାପତ୍ତା ମଧ୍ୟ ସେତେଟା ଭଲ ନୁହେଁ । ଜୁମ୍ ଆପରେ ଅନେକ ତ୍ରୁଟି ଆସିବା ପରେ ଲଣ୍ଡନର ଏହି ବ୍ୟାଙ୍କ କର୍ମଚାରୀଙ୍କୁ ଏହାଠୁ ଦୂରରେ ରହିବା ପାଇଁ କହିଛି । ଏପରିକି ଭିଡିଓ ଚାଟ୍ ବେଳେ ଅନେକ ଅଶ୍ଲିଳ ଫଟୋ ମଧ୍ୟ ଆସୁଛି । ବ୍ୟାଙ୍କ ସାଇବର୍ ସିକ୍ୟୁରିଟୀକୁ ନେଇ ଚିନ୍ତିତ ରହିଛି । ଏଥିରେ ଗ୍ରାହକଙ୍କୁ ବ୍ୟକ୍ତିଗତ ତଥ୍ୟ ଲିକ୍ ହେବାର ମଧ୍ୟ ଭୟ ରହିଛି । ମାର୍ଚ୍ଚ ମାସରେ ଜୁମ୍ ଆପର ୨୦୦ ମିଲିୟନ ୟୁଜର ଥିଲେ । ତେବେ ଗତ ବର୍ଷ ଏହି ସଂଖ୍ୟା ମାତ୍ର ୧୦ ଲକ୍ଷ ଥିଲା । ଷ୍ଟାଣ୍ଡାର୍ଡ୍ ଚାଟାର୍ଡ୍ କର୍ମଚାରୀମାନେ ବ୍ଲୁ ଜିନସ୍ ଆପ୍ ବ୍ୟବହାର କରୁଛନ୍ତି ।

ତେବେ ଜୁମ୍ କହିଛି ଯେ, ଆପରେ କୌଣସି ସୁରକ୍ଷା ସମ୍ବନ୍ଧୀୟ ତ୍ରୁଟି ନାହିଁ । ଅନେକ ଫାଇନାନ୍ସ କର୍ମଚାରୀ, ଛାତ୍ରଛାତ୍ରୀ, ସରକାରୀ ସଂସ୍ଥା ଏହାକୁ ବ୍ୟବହାର କରୁଛନ୍ତି । ଗୋଲ୍ଡମ୍ୟାନ୍ ସାଚ୍ ଗ୍ରୁପର, ମୋର୍ଗାନ୍ ଷ୍ଟାନଲେ, ବାରସ୍ଲେ, ସିଟି ଗ୍ରୁପର କର୍ମଚାରୀମାନେ ଜୁମ୍ ଆପ୍ ବ୍ୟବହାର କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.