‘ଛୁଆଙ୍କୁ ଧୋନୀଙ୍କ ସହ ତୁଳନା କରିବା ଅନୁଚିତ’, ଯୁବରାଜଙ୍କ ବଡ ବୟାନ

Published By : Prameya-News7 Bureau | April 19, 2020 IST

ନୂଆଦିଲ୍ଲୀ, ୧୯|୦୪:  ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ଯୁବରାଜ ସିଂ କେଏଲ ଲାହୁଲ ଓ ଋଷଭ ପନ୍ତଙ୍କ ତୁଳନା ମହେନ୍ଦ୍ର ସିଂ ଧୋନୀଙ୍କ ସହ ନକରିବା ପାଇଁ କହିଛନ୍ତି । ସେ ଇନଷ୍ଟାଗ୍ରାମ ଲାଇଭରେ ଏକ ଚାଟ୍ ସୋରେ ଏହା କହିଛନ୍ତି । ଏପରି ତୁଳନା କରିବା ଭୁଲ । ଛୋଟ ପିଲାଙ୍କୁ ଧୋନୀଙ୍କ ସହ ତୁଳନା କରିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି ।

{"id":256613,"width":747,"height":420,"sizeSlug":"large"}

ଯୁବରାଜ କହିଛନ୍ତି ଯେ, ଯଦି କେହି ପନ୍ତ, ରାହୁଲ ଓ ଶୁଭମନ ଗିଲଙ୍କ ଭଳି ଖେଳାଳି ଷ୍ଟାଡିୟମକୁ ଆସି ଛକା ଚୌକା ବର୍ଷା କରିବା ପାଇଁ ଭାବିବେ ତାହା ସମ୍ଭବପର ନୁହେଁ । ଏଥିପାଇଁ ସମୟ ଲାଗିବ । କିଛି ଖେଳାଳି ତାଙ୍କଠାରୁ ପରାମର୍ଶ ନେଉଛନ୍ତି । କିନ୍ତୁ କିଛି ଖେଳାଳି ନିଜକୁ ବଡ ଭାବିବା ସହ କାହାର ପରାମର୍ଶ ଆବଶ୍ୟକତା ନାହିଁ ବୋଲି ଭାବୁଛନ୍ତି । ଆଜିକାଳି ଅନେକ ଯୁବ କ୍ରିକେଟରଙ୍କଠୁ ଅଧିକ ଆଶା କରାଯାଉଛି । କିନ୍ତୁ ସେମାନଙ୍କୁ ସମୟ ଦେବା ଉଚିତ । ଟେଷ୍ଟ କ୍ରିକେଟ ହିଁ ପ୍ରକୃତ ଖେଳ । ଏଥିରୁ ଅନେକ କିଛି ଶିଖିବାକୁ ମିଳିଥାଏ । ଆଇପିଏଲ ଭଲ ଆଉ ବଡ ଟୁର୍ଣ୍ଣାମେଣ୍ଟ ହେଲେ ମଧ୍ୟ ମୂଳ କ୍ରିକେଟକୁ ଭୁଲିବା ଉଚିତ ନୁହେଁ ।

ସେ ଆହୁରି କହିଛନ୍ତି ଯେ, ଲକଡାଉନ ପାଇଁ ସେ ସେଭିଂ କରିପାରୁ ନାହାଁନ୍ତି । ସେ ନିଜେ କାଟି ଜାଣିନାହାଁନ୍ତି । ତେବେ ସେ ଅଧିକ ଚୁଟି ରଖିବେ ବୋଲି ଭାବୁଛନ୍ତି । ସେ ଘରେ କାମ କରି ସମୟ ଅତିବାହିତ କରୁଛନ୍ତି ବୋଲି କହିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.