Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କରୋନାଠୁ ଲକଡାଉନକୁ ନେଇ ଅଧିକ ଆତଙ୍କିତ ଲୋକେ, ମୁମ୍ବାଇରୁ ଫେରୁଥିବା ଟ୍ରେନଯାତ୍ରୀ ହୋଇପାରନ୍ତି ସୁପରସ୍ପ୍ରେଡର

9/04/2021 at 5:31 PM

ମୁମ୍ବାଇ ୯।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଏବେ ଗୁରୁତର ହୋଇଛି। ତେବେ ଲୋକେ କରୋନାକୁ ନେଇ ଯେତିକି ଆତଙ୍କିତ ନୁହନ୍ତି ତାଠୁ ଅଧିକ ଲକଡାଉନକୁ ଭୟ କରୁଥିବା ପ୍ରଥମ ଥର ଜଣାପଡିଛି। ସଂକ୍ରମଣ ହାର ବୃଦ୍ଧିପରେ ପୁଣି ଥରେ ରାଜ୍ୟରେ ଲକଡାଉନ୍‌ ଭଳି ପରିସ୍ଥିତି ଉପୁଜିବାର ଆଶଙ୍କା କରାଯାଉଛି। ଏଣୁ ସରକାର ସେପରି କିଛି ନିଷ୍ପତ୍ତି ନେବା ପୂର୍ବରୁ ଲୋକେ ନିଜନିଜ ଘରକୁ ଫେରିବାରେ ଲାଗିଥିବା ବେଳେ ଷ୍ଟେସନ ଓ ଟ୍ରେନ୍‌ରେ କୋଭିଡ ଗାଇଡଲାଇନର ସାମାନ୍ୟତମ ପାଳନ ହେଉନଥିବା ଦେଖାଯାଇଛି। ଏଣୁ ଲକଡାଉନ ଭୟରେ ମହାରାଷ୍ଟ୍ରରୁ ଫେରୁଥିବା ଲୋକେ ଆଗକୁ ସୁପରସ୍ପ୍ରେଡର ହୋଇପାରନ୍ତି ବୋଲି ଆଶଙ୍କା କରାଗଲାଣି।

ମୁମ୍ବାଇରେ ରହୁଥିବା ଉତ୍ତରପ୍ରଦେଶ ଓ ବିହାରର ଲୋକେ ଲୋକମାନ୍ୟ ତିଲକ ଟର୍ମିନସ ଷ୍ଟେସନରୁ ରାଜ୍ୟକୁ ଫେରୁଛନ୍ତି। ଟ୍ରେନର ଜେନେରାଲ ବଗିରେ କ୍ଷମତାରୁ ଦୁଇଗୁଣା ଅଧିକ ଲୋକେ ବିଭିନ୍ନ ଟ୍ରେନରେ ଫେରୁଥିବା ଦେଖାଯାଇଛି। ଏପରି ବଗିରେ ପାଦ ପକାଇବା ଲାଗି ସ୍ଥାନ ନଥିବା ବେଳେ ଲୋକେ ଜଣକ ଉପରେ ଜଣେ ବସି ଯାତ୍ରା କରୁଛନ୍ତି। ସୋସିଆଲ ଡିଷ୍ଟାନସିଂର ପାଳନ ହେଉନଥିବା ବେଳେ ଏମାନେ ଯେଉଁଠାକୁ ପହଞ୍ଚିବେ ସେଠାରେ କରୋନା ସଂକ୍ରମଣର କାରଣ ନହେବେ ତାହା କହି ହେଉ ନାହିଁ।

ଆର୍ଥିକ ରାଜଧାନୀରେ ଏବେ ଲକଡାଉନ ଆଶଙ୍କାରେ କାମ ଧନ୍ଦା ବନ୍ଦ ହୋଇଗଲାଣି। ଏଣୁ ଲୋକେ କାମଧନ୍ଦା ନଥିବାରୁ ଘରକୁ ଫେରିଯିବା ଶ୍ରେୟସ୍କର ମନେ କରୁଛନ୍ତି। ଲକଡାଉନ ହେଲେ ପାଦରେ ଚାଲିଚାଲି ଘରକୁ ଫେରିବା ଡରରେ ଲୋକେ ଭିଡ ହେଉ ପଛେ ଟ୍ରେନରେ ୩୦-୩୫ ଘଣ୍ଟା ଛିଡା ହୋଇ ଘରକୁ ପଳାଇବାକୁ ଉଚିତ ମନେ କରୁଛନ୍ତି। ତେବେ କେବଳ କରୋନା ଲକଡାଉନ ନୁହେଁ ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନ ଏବେ ଟ୍ରେନ ଭିଡର ଅନ୍ୟ ଏକ କାରଣ ବୋଲି କୁହାଯାଉଛି।

ଲୋକେ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ଲାଗି ବହୁ ସଂଖ୍ୟାରେ ଗାଁକୁ ଫେରୁଛନ୍ତି। ଏଣୁ ୟୁପି ଓ ବିହାର ଦେଇ ଯାଉଥିବା ଦୁରଗାମୀ ଟ୍ରେନରେ ୱେଟିଂ ଲିଷ୍ଟ ଏବେ ବଢିବଢି ଚାଲିଛି। ମୁମ୍ବାଇରୁ ଲୋକଙ୍କ ଏପରି ପଳାୟନ ଏବେ ରେଳବାଇଙ୍କ ଚିନ୍ତାର କାରଣ ପାଲଟିଛି। ଏଥିରେ ଟିକେଟ୍‌ ବୁକିଂକୁ ନେଇ ଗୁଜବ ବ୍ୟାପୁଥିବାରୁ ରେଳବାଇ ସ୍ପଷ୍ଟିକରଣ ମଧ୍ୟ ଦେଇଛନ୍ତି। ଗ୍ରୀଷ୍ମ ଅବକାଶ ଲାଗି ରେଲୱେ ସ୍ୱତନ୍ତ୍ର ଟ୍ରେନ ଚଳାଇବାର ପରମ୍ପରା ଅନେକ ବର୍ଷରୁ ରହି ଆସିଛି। ଏଥର ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି କହୁଛନ୍ତି। ହେଲେ ଘରମୁହାଁ ଲୋକେ କିଛି ଶୁଣିବାକୁ ନାରାଜ।

   Related Posts