Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଥମୁନି ମୂର୍ତ୍ତି ବିବାଦ: କଟକବାସୀଙ୍କ ଭାବାବେଗକୁ ସମ୍ମାନ ଦେବାକୁ ଧର୍ମେନ୍ଦ୍ରଙ୍କ ଆହ୍ଵାନ, କାହିଁକି ଉଚ୍ଚତା କମ ରହିବ ବୁଝାଇଦେଲେ ବିଶେଷଜ୍ଞ

14/09/2021 at 9:37 PM

କଟକ ୧୪।୦୯: ଦଶହରା ମୂର୍ତ୍ତି ବିବାଦ ନେଇ ସରକାର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ବି ବିବାଦ ଥମିବାରେ ନାଁ ନେଉନି। କଥା ଏବେ ହାଇକୋର୍ଟକୁ ଗଲାଣି । ସେପଟେ  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକବାସୀଙ୍କ ଭାବାବେଗକୁ ସମ୍ମାନ ଦେବା ଲାଗି ରାଜ୍ୟ ସରକାରଙ୍କୁ ଆହ୍ଵାନ ଦେଇଛନ୍ତି। ଏଣେ କିନ୍ତୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବୁଝାଇ ଦେଇଛନ୍ତି ମୂର୍ତ୍ତି ଉଚ୍ଚତା ସହିତ କୋଭିଡ ବଢ଼ିବାର ସଂପର୍କ କେମିତି ରହିଛି।

ମୂର୍ତ୍ତି ବିବାଦ ହାଇକୋର୍ଟ ଗଲା। କଟକ ଦଶହରା ସମୟରେ ମୂର୍ତ୍ତିର ଉଚ୍ଚତା ପୂର୍ବଭଳି ରଖିବାକୁ ଅନୁମତି ଦେବାକୁ କୋର୍ଟରେ ଆବେଦନ ହୋଇଛି।  ଏସ ଆର ସି ଙ୍କ ଦ୍ଵାରା ଜାରି ହୋଇଥିବା ବିଜ୍ଞପ୍ତିର ଧାରା ୪କୁ ରଦ୍ଦ କରିବା ଲାଗି ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଛନ୍ତି । ଆବେଦନକାରୀ ଉଲ୍ଲେଖ କରିଛନ୍ତି ଯେ, ବାଲୁବଜାର ସ୍ଥିତ ବିନୋଦ ବିହାରୀ ପୀଠର ପୂଜା ଷୋଡ଼ଶ ଶତାବ୍ଦୀର ଯାହାର କୌଣସି ନୀତିକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ।  ଗତ ବାସନ୍ତୀ ଦୁର୍ଗା ପୂଜା ସମୟରେ ମୂର୍ତ୍ତି ଉଚ୍ଚତାକୁ ନେଇ କୌଣସି କଟକଣା ନଥିବା ବେଳେ, ଏବେ ୪ ଫୁଟ କଟକଣା ଯୁକ୍ତି ସଙ୍ଗତ ନୁହେଁ ବୋଲି  କୋର୍ଟଙ୍କୁ ଦର୍ଶାଇଛନ୍ତି ।

ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟ୍ବିଟ କରି କଟକ ବାସୀଙ୍କ ଭାବାବେଗକୁ ଗୁରୁତ୍ଵ ଦେବା ଲାଗି ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି। ସେ ଲେଖିଛନ୍ତି ଓଡ଼ିଶାର ଐତିହାସିକ ସହର କଟକରେ ପୂଜା ପାର୍ବଣର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ମୂର୍ତ୍ତିର ଉଚ୍ଚତାକୁ ନେଇ କଟକର ସାହି କମିଟି,ପୂଜା କମିଟି,ଶାନ୍ତି କମିଟି, ବୁଦ୍ଧିଜୀବୀ,ସାଂସ୍କୃତିକ ଓ ସାମାଜିକ ସଂଗଠନ ପକ୍ଷରୁ ଭିନ୍ନଭିନ୍ନ ମତ ଆସୁଛି । କୋଭିଡ଼୍ ମହାମାରୀର ପ୍ରକୋପ କିଛି ମାତ୍ରାରେ କମିଲା ଭଳି ଲାଗୁଛି। କୋଭିଡ୍ ନିୟମକୁ ପାଳନ କରି କିଭଳି କଟକରେ ମାଆଙ୍କ ପୂଜାର୍ଚ୍ଚନା ଶୃଙ୍ଖଳିତ ଭାବେ ହୋଇପାରିବ, ତାହାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ସେପଟେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଶେଷଜ୍ଞ ମୂର୍ତ୍ତିର ଉଚ୍ଚତା ସହିତ କୋଭିଡ ସଂକ୍ରମଣର କିଛି ସଂପର୍କ ରହିଛି ତାହା ପୁଣି ବୁଝାଇବାକୁ ଚେଷ୍ଟା କରିଛନ୍ତି । ମୂର୍ତ୍ତି ଉଚ୍ଚତା ସହ ସଂକ୍ରମଣର ଯଦିଓ ସିଧାସଳଖ ସମ୍ପର୍କ ନାହିଁ କିନ୍ତୁ ଏହାଦ୍ବାରା ଲୋକଙ୍କ ଭିଡ଼ ବଢିବା ସମ୍ଭାବନା ରହିବ ।  ଅନ୍ୟ ରାଜ୍ୟମାନେ ମଧ୍ୟ ମୂର୍ତ୍ତି ଉଚ୍ଚତାରେ କିଛି କଟକଣା କରିଛନ୍ତି । ମୂର୍ତ୍ତି ବଡ଼ ହେଲେ ଲୋକେ ଆକର୍ଷିତ ହେବେ ଭିଡ଼ କରିବେ । ତେଣୁ ଆମେ ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଜନ୍ମାଷ୍ଟମୀ ବେଳୁ ମାଟି ଉଠା ହୋଇ ମୂର୍ତ୍ତି ଗଢ଼ା ଆରମ୍ଭ ହୋଇଯାଇଥାଏ। କଟକରେ ମୂର୍ତ୍ତି ଉଚ୍ଚତା କେତେହେବ ପୂଜା କମିଟି ଗୁଡ଼ିକ ଏଯାଏଁ ସଂପୂର୍ଣ୍ଣ ସହମତ ହୋଇପାରୁନାହାନ୍ତି, ତେଣୁ ମୂର୍ତ୍ତିଗଢ଼ା କେମିତି ହେବ ତାହା ବି ପ୍ରଶ୍ନ।

   Related Posts