ନୂତନ ଅଧ୍ୟୟନରୁ ଜଣାପଡ଼ିଛି ସ୍ବାଦ ଓ ସୁଗନ୍ଧ ନ ବାରିବା କରୋନା ଲକ୍ଷଣ ନୁହେଁ
20/09/2020 at 5:03 PM

ନୂଆଦିଲ୍ଲୀ ୨୦/୦୯: କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଥଣ୍ଡା କି ଜ୍ବର ହେଲେ ତୁରନ୍ତ କରୋନା ଟେଷ୍ଟ କରାଯାଉଛି। ତେବେ ଏହା ସହ ସ୍ବାଦ ଓ ଗନ୍ଧ ନ ବାରିବାକୁ ମଧ୍ୟ କରୋନାର ଲକ୍ଷଣ କୁହାଯାଉଛି। ମାତ୍ର ଆଜି ଏହାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆରୋଗ୍ୟ ଯୋଗ ଏବଂ ମେଡିଟେସନ ଷ୍ଟେଣ୍ଟରର ନିର୍ଦେଶକ ଗୁଲଶନ କୁମାର କହିଛନ୍ତି କରୋନା କାଳରେ ନୂଆ ନୂଆ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସୁଛି। ଶ୍ବାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିବା, ଖାସ, ଦୁର୍ବଳ,ଜ୍ବର, ଗଳା ଓ ଫୁସଫୁସ ସଂକ୍ରମଣ ଆଦି ଲକ୍ଷଣ କରୋନାରେ ଦେଖାଯାଏ। ଏହା ସହ ସ୍ବାଦ କି ସୁଗନ୍ଧ ପ୍ରାୟ ୫୦ ପ୍ରତିଶତ ଲୋକ ବାରି ପାରୁ ନାହାନ୍ତି।
ସେ କହିଛନ୍ତି ସାଧାରଣ ଥଣ୍ଡାରେ ମଧ୍ୟ ବାସ୍ନା ବାରି ହୋଇ ନ ଥାଏ। ଏହା ସହ ଯେଉଁମାନଙ୍କର ନାକରେ ଆଲର୍ଜି, ନାକରେ ପୋଲିପ୍ ଅଛି ବା ଯେଉଁମାନେ ନାକରେ ନାଜଲ ଡ୍ରପ୍ ଅଧିକ ବ୍ୟବହାର କରନ୍ତି ସେମାନଙ୍କର ମଧ୍ୟ ଘ୍ରାଣଶକ୍ତି କ୍ଷମତା କମିଯାଏ। ଏହାର ଅର୍ଥ ନୁହେଁ ସେମାନେ କରୋନା ପଜିଟିଭ। ବୟସ ବଢ଼ିଲେ ବି ଘ୍ରାଣଶକ୍ତି କମିଯାଏ। ଏତିକି ନୁହେଁ ଯେଉଁମାନେ ମଧୁମେହ ତଥା ପାକିର୍ସନରେ ପୀଡ଼ିତ ସେମାନଙ୍କର ମଧ୍ୟ ଘ୍ରାଣଶକ୍ତି କ୍ଷମତା କମିଯାଏ।
ଏଣୁ ଏ ସସମ୍ୟା ଦୂର ପାଇଁ ଯୋଗରେ ଜଳ ନୀତି କରିବା ଦରକାର। ଏହା ବ୍ୟତୀତ ସୂତ୍ର ନୀତି, କପାଳଭାତି, ଘୃତ ନୀତି ଘ୍ରାଣଶକ୍ତି ବଢ଼ାଇବାରେ ସାହାଯ୍ୟ କରିବ। ଜଳ ନୀତି ପାଇଁ ଗୋଟେ ଢ଼ାଳରେ ଉଷୁମ ପାଣିରେ କିଛି ସୈନ୍ଧବ ଲୁଣ ମିଶାଇ ବାମ ନାକପୁଡାରେ ରଖି ଡାହାଣ ନାକପୁଡାରେ ବାହାର କରିବା ପୁଣି ଡାହାଣରେ ପୂରାଇ ବାମପଟେ ବାହାର କରିବା ଦ୍ବାରା ଘ୍ରାଣଶକ୍ତି କ୍ଷମତା ବୃଦ୍ଧି ପାଇବ।