କରୋନା ପାଖରେ ଚାଲାକି ନୁହେଁ ବରଂ ନିଜେ ବଞ୍ଚି କି ରୁହନ୍ତୁ, ନଚେତ୍ ସୁସ୍ଥରୁ ଭେଣ୍ଟିଲେଟରକୁ ଯିବାକୁ ୨୪ ଘଣ୍ଟା ସମୟ ଲାଗିବ ନାହିଁ: ସୁବ୍ରତ ବାଗ୍‌ଚୀ

Published By : Prameya-News7 Bureau | July 03, 2020 IST

ଭୁବନେଶ୍ୱର ୦୩/୦୭ : ରାଜ୍ୟରେ କରୋନା ସ୍ଥିତି ସାଙ୍ଘାତିକ ହେଲାଣି। ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ଚାଲିଆଡେ ଚର୍ଚ୍ଚା ଚାଲିଛି। ଅବଶ୍ୟ ସରକାର କହୁଛନ୍ତି ସବୁକିଛି ନିୟନ୍ତ୍ରଣରେ ରହିଛି। କିନ୍ତୁ ଲୋକଙ୍କୁ ଚେତାଇ ଦେଇଛନ୍ତି ସରକାର। ସଜାଗ ରୁହ ନହେଲେ ସୁସ୍ଥରୁ ଭେଣ୍ଟିଲେଟରକୁ ଯିବାକୁ ୨୪ ଘଣ୍ଟା ସମୟ ଲାଗିବ ନାହିଁ। ସେପଟେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୫୬୧ ଜଣ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ୧୩୬ ହେଉଛନ୍ତି ଲୋକାଲ୍‌ କଣ୍ଟାକ୍ଟ । ଗଞ୍ଜାମରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିଭଳି ରାୟଗଡାରେ ଗୋଟିଏ ପରିବାରର ୩ ଜଣଙ୍କ ସଂସ୍ପର୍ଶରେ ଆସି ୯୦ ଆକ୍ରାନ୍ତ ହୋଇଥିବା ସନ୍ଦେହ ହେଉଛି। ଏମିତି ସ୍ଥିତିରେ ଚାଲାକି ନକରି କରୋନା ପ୍ରତି ସଚେତନ ରହିବାକୁ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ୍ ବାଗ୍‌ଚୀ।

{"id":295490,"sizeSlug":"large"}

ବାଗ୍‌ଚୀ କହିଛନ୍ତି, ହେଳା କଲେ ଏବଂ ସଚେତନ ନହେଲେ ସୁସ୍ଥରୁ ଭେଣ୍ଟିଲେଟର ପାଇଁ ମାତ୍ର ୨୪ ଘଣ୍ଟା ଲାଗିବ। ସାଧାରଣରେ ସୁସ୍ଥ ଦିଶୁଥିବା ଲୋକଙ୍କୁ ଆଇସିୟୁରେ ପକାଇବା ପାଇଁ ବେଶି ସମୟ ଦେବନି କରୋନା ରାକ୍ଷସ । ତେଣୁ କରୋନା ପାଖରେ ଚାଲାକି ନୁହେଁ ବରଂ ନିଜେ ବଞ୍ଚିକି ରୁହନ୍ତୁ। ଏମିତି କିଛି ଚେତାଇ ଦେଇଛନ୍ତି ରାଜ୍ୟ ସରକାର।  ରାଜ୍ୟ ସରକାର ସେତିକିବେଳେ କହିଛନ୍ତି ଯେତେବେଳେ ରାଜ୍ୟରେ ଗୋଟିଏ ଦିନରେ ୫ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଯେଉଁଥିପାଇଁ ଲୋକଙ୍କୁ ଜରୁରୀ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ ମୁଖପାତ୍ର।  କରୋନାର ସ୍ଥିତି ନେଇ ସାରା ବିଶ୍ବରେ ଭାରତର ସ୍ଥିତି ଏବଂ ଓଡ଼ିଶାର ସ୍ଥିତିର ତଥ୍ୟ ଥୋଇଥିଲେ। ଦେଖନ୍ତୁ ଏହି ଗ୍ରାଫ ଦୈନିକ ସଂକ୍ରମଣ ମାମଲାରେ ଆମେରିକା ଓ ବ୍ରାଜିଲ ପଛରେ ରହିଛି ଭାରତ । ଆମେରିକାରେ କମିଆସୁଥିବା ସଂକ୍ରମଣ ପୁଣି ନାଗଫଣା ଭଳି ମୁଣ୍ଡ ଟେକିଛି। ଆଉ ବ୍ରାଜିଲ ଭାରତରେ ବି ମାଡ଼ିମାଡ଼ି ଚାଲିଛି କରୋନା।  ସେମିତି  ୨ ମାସ ତଳେ ପୂର୍ବ ଭାରତରେ ସଂକ୍ରମଣ ସେମିତି ନଥିଲା। ହେଲେ ଓଡ଼ିଶା ଏବଂ ପୂର୍ବ ଭାରତରେ କରୋନା ସଙ୍କଟ ସୃଷ୍ଟି କଲାଣି। ଯାହାକୁ ଦେଖି ରାଜ୍ୟ ସରକାର ଚେତେଇ ଦେଇଛନ୍ତି।

{"id":295491,"sizeSlug":"large"}

ସୂଚନା ଅନୁଯାୟୀ ଆଜି ଓଡିଶାରେ ସବୁ ରେକର୍ଡ ଭାଙ୍ଗିଛି କରୋନା। ୨୪ଘଣ୍ଟାରେ ରାଜ୍ୟରେ ୫୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୧୩୬ଜଣ ଲୋକାଲ କଣ୍ଟାକ୍ଟ ।  ଗଞ୍ଜାମରେ ସର୍ବାଧିକ ୨୮୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରେ ୮୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାୟଗଡ଼ା ଜିଲ୍ଲାରେ ୭୬, ଖୋର୍ଦ୍ଧା ଜିଲ୍ଲାରେ ୨୬, ବରଗଡ଼ରେ ଜିଲ୍ଲାରେ ୨୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଜଣେ ୪୦ ବର୍ଷୀୟ ପୁରୁଷ ଗତକାଲି ପ୍ରାଣ ହରାଇଛନ୍ତି।  ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି।  ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଜଣେ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ପରେ କେବଳ ଗୁରୁତର ରୋଗୀଙ୍କୁ ଛାଡି ଅନ୍ୟାମାନଙ୍କୁ ହସ୍ପିଟାଲ ଯିବାକୁ ବାରଣ କରାଯାଇଛି । ମେଡିକାଲକୁ ସାନିଟାଇଜ୍ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ୪୨ଟି ସ୍ଥାନରେ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ୬ଟି ସ୍ଥାନକୁ କଣ୍ଟେନ୍ ମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି ମହାନଗର ନିଗମ କର୍ତ୍ତୃପକ୍ଷ ।

ରାୟଗଡାରେ ଚିନ୍ତା ବଢାଇଛନ୍ତି ଗୋଟିଏ ପରିବାରର  ୩ ଜଣ।  ବିଜେପୁର ଗାଁର ଗୋଟିଏ ପରିବାରର ୩ ପଜିଟିଭଙ୍କ ସଂସ୍ପର୍ଶରେ ଆସି ୯୦ଜଣ ଆକ୍ରାନ୍ତ ହେଲେଣି । ଆଜି ଚିହ୍ନଟ ୭୪ ଆକ୍ରାନ୍ତ ବିଜେପୁର ବାସିନ୍ଦା । ଏମାନଙ୍କ ମଧ୍ୟରୁ ୨୦ଜଣଙ୍କୁ ଜେକେପୁର କୋଭିଡ୍‌ ହସ୍ପିଟାଲରେ ଏବଂ ୫୬ଜଣଙ୍କୁ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି ।

ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ରାଜ୍ୟ ସରକାର ବାରମ୍ବାର କହୁଛନ୍ତି। କିନ୍ତୁ ଚେତାଇ ଦେଇଛନ୍ତି ଅସାବଧାନ ହୁଅନାହିଁ ନହେଲେ ଟାଇମ ପାସ୍‌ କରୁ କରୁ ଲାଇଫ ଫେଲ୍‌ ହୋଇଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.