Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଛୋଟ ଏବଂ ଶସ୍ତା କାରରେ ରହୁ ୬ ଏୟାରବ୍ୟାଗ୍‌: ଗଡକରୀ

19/09/2021 at 6:36 PM

ନୂଆଦିଲ୍ଲୀ ୧୯/୦୯: ଦେଶରେ ଉପଲବ୍ଧ ବାହାନଗୁଡ଼ିକରେ ଦିଆଯାଉଥିବା ସେଫ୍ଟି ଫିଚର୍ସକୁ ନେଇ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ସଡ଼କ ଦୁର୍ଘଟଣା ଏବଂ ଏଥିଯୋଗ୍ୟୁ ହେଉଥିବା ମୃତ୍ୟୁକୁ କମ୍‌ କରିବା ପାଇଁ ସେଫ୍ଟି ଫିଚର୍ସ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ। ଏହାକୁ ନେଇ ରବିବାର କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଛୋଟ ଏବଂ ଶସ୍ତା କାରରେ ବି ଭଲ ସେଫ୍ଟି ସିଷ୍ଟମ ରହିବା ଜରୁରୀ। 

ନିମ୍ନ ମଧ୍ୟବିତ୍ତ ପରିବାର ଦ୍ବାରା କିଣାଯାଉଥିବା ଛୋଟ କାରରେ ପର୍ଯ୍ୟାପ୍ତ ଏୟାରବ୍ୟାଗ ରହିବା ଦରକାର ବୋଲି ସେ କହିଛନ୍ତି। ମୁଁ ବଶ୍ଚର୍ଯ୍ୟ ହେଉଛି, କେବଳ ଧନୀ ବ୍ୟକ୍ତି କିଣୁଥିବା ଦାମୀ କାରରେ ନିର୍ମାତାମାନେ ୮ଟି ଏୟାରବ୍ୟାଗ କାହିଁକି ଦେଉଛନ୍ତି । ପିଟିଆଇ ସହ ସାକ୍ଷାତକାରରେ ଗଡକରୀ କହିଛନ୍ତି, ଛୋଟ ଏବଂ ଶସ୍ତା କାରରେ ଅଧିକରୁ ଅଧିକ ଏୟାରବ୍ୟାଗ୍‌ ଦିଆଯାଉ।  ଏହା ଦ୍ବାରା ଦୁର୍ଘଟାଣରେ ସମ୍ଭାବ୍ୟ ମୃତ୍ୟୁ ସଂଖ୍ୟା କମ୍‌ ହୋଇପାରିବ।

ସେପଟେ ଅତ୍ୟଧିକ ଟ୍ୟାକ୍ସ, କଞ୍ଚାମାଲର ଦରବୃଦ୍ଧି ପୁଣି ଭଲ ସେଫ୍ଟି ମେଜର୍ସ ପାଇଁ କାରର ଦାମ ବୃଦ୍ଧିକୁ ନେଇ ନିର୍ମାତା ଚିନ୍ତା ପ୍ରକାଶ କରିଛନ୍ତି। ଏହା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିଶେଷ କରି ନିମ୍ନ ମଧ୍ୟବିତ୍ତ ପରିବାର ଛୋଟ ଏବଂ ଶସ୍ତା କାର କ୍ରୟ କରୁଛନ୍ତି। ଯଦି ସେହି ସବୁ କାରରେ ସେଫ୍ଟି ଫିଚର୍ସ କମ୍‌ ହେବ ଦୁର୍ଘଟଣା ହେଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ।  ସେଥିପାଇଁ ସମସ୍ତ କାର ନିର୍ମାତା କମ୍ପାନୀ ସମସ୍ତ କାରରେ ଅତିକମ୍‌ରେ ୬ ଏୟାରବ୍ୟାଗ୍‌ ଦିଅନ୍ତୁ ବୋଲି ଅପିଲ କରିଛନ୍ତି ନୀତିନ ଗଡ଼କରୀ।  

ଏହା ସହ ସେ ସ୍ବୀକାର କରିଛନ୍ତି, ଅଧିକ ଏୟାରବ୍ୟାଗ ଦେଲେ କମ୍ପାନୀକୁ ଅଧିକ ୩-୪ ହଜାର ଖର୍ଚ୍ଚ ପଡ଼ିବ। ତଥାପି ସମସ୍ତଙ୍କ ସେଫ୍ଟି ଜରୁରୀ । ଧନୀ କିଣୁଥିବା ଦାମୀ କାରରେ ୮ଟି ଏୟାରବ୍ୟାଗ କିନ୍ତୁ ଛୋଟ ଏବଂ ଶସ୍ତା କାରରେ ୨-୩ଟି ଏୟାରବ୍ୟାଗ୍‌ ଦିଆଯାଉଛି । ଏମିତି କାହିଁକି ହେଉଛି ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରୁଛନ୍ତି।

   Related Posts