Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେବଳ ସ୍ମୃତି ଇରାନୀ ନୁହନ୍ତି, ସଲମାନଙ୍କ ସମେତ ଏହି ତାରକାମାନେ ମଧ୍ୟ ଯୁକ୍ତ ଦୁଇଠୁ ଉପରକୁ ଯାଇନାହାନ୍ତି

12/04/2019 at 5:24 PM

ମୁମ୍ୱାଇ୧୨|୪: ଉତ୍ତର ପ୍ରଦେଶର ଆମେଠିରୁ ବିଜେପିର ପ୍ରାର୍ଥୀ ହୋଇଥିବା ସ୍ମୃତି ଇରାନୀଙ୍କ ଡିଗ୍ରୀ ଉପରେ ବିବାଦ ଚାଲିଛି।  କଂଗ୍ରେସ ପକ୍ଷରୁ ବୟାନ ଦିଆଯାଇଛି ଯେ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଯୁକ୍ତ ୨ ଯାଏଁ ହିଁ ପଢିଛନ୍ତି।  ତେବେ ସ୍ମୃତି  ମଧ୍ୟ କହିଛନ୍ତି ଯେ, ତାଙ୍କ ଉପରେ ଆକ୍ରମଣ କରିବା କଂଗ୍ରେସର ଅଧିକାର। ସ୍ମୃତି ଇରାନୀ କଂଗ୍ରେସ ବିରୋଧରେ ନିର୍ବାଚନ ଲଢୁଛନ୍ତି ବୋଲି ସେମାନ ଏଭଳି ମନ୍ତବ୍ୟ ରଖିଛନ୍ତି। କେବଳ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନୁହନ୍ତି ବଲିଉଡ ଓ କ୍ରିକେଟ ଜଗତରେ ମଧ୍ୟ ଏମିତି କିଛି ତାରକା ଅଛନ୍ତି ଯେଉଁମାନେ କମ ପାଠ ପଢିଛନ୍ତି।  

ସଲମାନ ଖାନ

ବଲିଉଡର ସୁପରଷ୍ଟାର ସଲମାନ ଖାନ ମଧ୍ୟ ଯୁକ୍ତ ୨ ଶ୍ରେଣି ଯାଏଁ ପାଠ ପଢିଛନ୍ତି। ଯୁକ୍ତ ୨ ପାସ କରିଲା ପରେ ସେ ନ୍ୟାସନାଲ କଲେଜ ମୁମ୍ୱାଇରେ ଆଡମିସନ କରିଥିଲେ ସତ କିନ୍ତୁ କେବେ କଲେଜ ଯାଇନଥିଲେ।

ଆଲିୟା ଭଟ୍ଟ

ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଆଲିୟା ଭଟ୍ଟ ଅଧିକ ପାଠ ପଢିନାହାନ୍ତି। ଯୁକ୍ତ ୨ ପାସ କରିଲା ପରେ ଆଲିୟା ପାଠ ପଢା ଛାଡିଦେଇଥିଲେ। କାରଣ ସେ ଫିଲ୍ମରେ କ୍ୟାରିଅର ବନେଇବାକୁ ଚାହୁଁଥିଲେ। ଏବେ ବଲିଉଡରେ ଅଧିକ ଆୟ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ଆଲିୟା।

ଦିପୀକା ପାଦୁକୋନ

ବଲିଉଡର ମସ୍ତାନୀ ଦିପୀକା ବେଙ୍ଗଲୁରୁରେ ସୋଫିଆ ହାଇସ୍କୁଲରୁ ଯୁକ୍ତ ୨ ପାସ କରିଛନ୍ତି। ଏହା ପରେ ସେ ମାଉଣ୍ଟ କାରମେଲ କଲେଜରେ ଆଡମିସନ କରାଇଥିଲେ। କିନ୍ତୁ ମଡେଲିଂ କରିବା ପାଇଁ ସେ ପାଠ ପଢା ଛାଡିଥିଲେ।

ବିରାଟ କୋହଲୀ

ଭାରତୀୟ କ୍ରିକେଟ ତାରକା ବିରାଟ କୋହଲୀ ମଧ୍ୟ ଯୁକ୍ତ ୨ ପାସ କରିଛନ୍ତି। ସେ କ୍ରିକେଟ ପାଇଁ ପାଠ ପଢାରେ ଧ୍ୟାନ ଦେଇନଥିଲେ। ତାଙ୍କ ବିଜ୍ଞାନ ଓ ଗଣିତ ଶିକ୍ଷକ ଆଜି ଯାଏଁ ତାଙ୍କୁ ବ୍ରାଇଟ୍‌ ଷ୍ଟୁଡେଣ୍ଟ ବୋଲି କୁହନ୍ତି।

କଂଗନା ରନୌତ

ବଲିଉଡ କୁଇନ୍‌ କଂଗନା ଅଧିକ ପଢା ଲେଖା ନୁହନ୍ତି। ସେ ଯୁକ୍ତ ୨ ଶ୍ରେଣିରେ ଫେଲ୍‌ ହୋଇଥିଲେ। ଏହି କାରଣରୁ ସେ ଆଗକୁ ପାଠ ପଢା ଛାଡିଦେଇଥିଲେ। ଆଜି ମଧ୍ୟ ତାଙ୍କ ଇଂରାଜୀକୁ ନେଇ ବହୁତ ମଜା ଉଡାଯାଏ।

   Related Posts