ରାମ ଜନ୍ମଭୂମି ପରେ ଏବେ ଏହି ସବୁ ମାମଲାରେ ରାୟ ଦେବେ ରଞ୍ଜନ ଗୋଗଇଙ୍କ ଖଣ୍ଡପୀଠ, ୧୭ ନଭେମ୍ବର ପୂର୍ବରୁ ଆସିବ ସବୁ ରାୟ

Published By : Prameya-News7 Bureau | November 09, 2019 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶନିବାର ରାମଜନ୍ମଭୂମି ବିବାଦର ରାୟ ଘୋଷଣା କରିଛନ୍ତି। ତେବେ ଏତିକିରେ ଶେଷ ହୋଇନି ଖଣ୍ଡପୀଠଙ୍କ କାମ। ଏହି ସପ୍ତାହରେ ଖଣ୍ଡପୀଠ ଆଉ ୪ଟି ସମ୍ବେଦନଶୀଳ ମାମଲାର ରାଯ ଘୋଷଣା କରିବେ। ଯେଉଁଥିରେ କେରଳର ସାବରୀମାଲା ମନ୍ଦିରର ରାୟ ମଧ୍ୟ ଆସିବ। ନଭେମ୍ବର ୧୭ ତାରିଖରେ ଦେଶର ମୁଖ୍ୟ ନ୍ୟାୟାଧୀଶ ପଦରୁ ଗୋଗଇ ଅବସର ଗ୍ରହଣ କରିବେ। ତେବେ ତା ପୂର୍ବରୁ ଯେଉଁ ସବୁ ମାମଲାର ରାୟ ଦେବେ ଆସନ୍ତୁ ଜାଣିବା।

{"id":181727,"width":577,"height":384}

ମୁଖନ୍ୟାୟାଧୀଶଙ୍କ ଅବସର ଗ୍ରହଣ ପୂର୍ବରୁ ଯେଉଁ ସବୁ ମାମଲାର ରାୟ ଆସିବ ସେଥିରେ ମୋଦି ସରକାରଙ୍କ ରାଫେଲ ବିମାନ କିଣାରେ କୋର୍ଟ ଦେଇଥିବା କ୍ଲିନଚିଟ୍ ଅନ୍ୟତମ। ଏଥିଲାଗି ଗତ ବର୍ଷ ଡିସେମ୍ବର ୧୪ ତାରିଖରେ କୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ନିବେଦନ କରାଯାଇଥିଲା। ଏହା ଛଡା ଖଣ୍ଡପୀଟ ରାଫେଲ ବିମାନ କିଣା ପ୍ରସଙ୍ଗକୁ ନେଇ ତତ୍କାଳୀନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ 'ପ୍ରଧାନମନ୍ତ୍ରୀ ଚୋର ହୈ' ମନ୍ତବ୍ୟ ନେଇ ରୁଜୁ ମୋକଦ୍ଦମାର ରାୟ ମଧ୍ୟ ଘୋଷଣା କରିବେ ସୁପ୍ରିମକୋର୍ଟ।

{"id":181729}

ସେହିପରି ମୁଖ୍ୟ ନ୍ୟାୟାଧୀଶଙ୍କ ଅଧ୍ୟକ୍ଷତାରେ ଗଠିତ ୫ ସଦସୀୟ ସାମ୍ବିଧାନିକ ପୀଠ କେରଳର ସାବ୍ରିମାଲା ମନ୍ଦିରକୁ ସବୁ ବୟସର ମହିଳାଙ୍କ ପ୍ରବେଶ ନେଇ ପୂର୍ବରୁ କୋର୍ଟ ଦେଇଥିବା ରାୟର ପୁନର୍ବିଚାର ନିବେଦନର ରାୟ ମଧ୍ୟ ପ୍ରକାଶ କରିବେ। ଏହା ଛଡା ସୂଚନା ଅଧିକାର ଆଇନ ପରିସରରେ ପ୍ରଧାନବିଚାରପତିଙ୍କ ପଦବୀ ଆସୁଛି କି ନା ସେ ନେଇ ମଧ୍ୟ ରଞ୍ଜନ ଗୋଗଇଙ୍କ କୋର୍ଟ ରାୟ ଦେବେ। ଏ ନେଇ ରୁଜୁ ମୋକଦ୍ଦମାର ଶୁଣାଣି ଗତ ଏପ୍ରିଲ ୪ ତାରିଖରୁ ଶେଷ ହୋଇଛି। ତେବେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.