କେବଳ ବଲିଉଡର ଅଭିନେତା ନୁହଁନ୍ତି : ଅଭିନେତ୍ରୀ ମଧ୍ୟ ଖାଇଛନ୍ତି ଜେଲର ହାଓ୍ବା…..ଜାଣନ୍ତୁ କିଏ ଏମାନେ

Published By : Prameya-News7 Bureau | September 17, 2018 IST

ରୂପେଲି ପରଦାର ଅଭିନେତା ଅଭିନେତ୍ରୀମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରନ୍ତି। କାହାଣୀ ଅନୁସାରେ ଏମାନେ କଏଦୀର ଅଭିନୟ ମଧ୍ୟ କରନ୍ତି। କିନ୍ତୁ ବେଳେବେଳେ ଏମାନଙ୍କୁ ବାସ୍ତବ ଜୀବନରେ ମଧ୍ୟ କଏଦୀ ହେବାକୁ ପଡ଼େ। ସଞ୍ଜୟ ଦତ୍ତ,ସୈଫ୍ ଅଲ୍ଲୀ ଖାନ୍,ଫରଦୀନ ଖାନ୍,ସଲମାନ୍ ଖାନଙ୍କ ଭଳି ସୁପରଷ୍ଟାରମାନେ ଜେଲ୍ ଯାଇସାରିଛନ୍ତି। ଏହିକ୍ରମରେ ଦେଖିଲେ କେବଳ ଯେ,ପୁରୁଷ କଳାକାରମାନେ ଯେ ଜେଲ ଯାଇଛନ୍ତି ସେକଥା ନୁହେଁ। ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ମଧ୍ୟ ଜେଲରେ ଚକି ପେଶି ସାରିଛନ୍ତି। ସେମିତି କିଛି କଳାକାରଙ୍କ ମଧ୍ୟରେ ଅଛନ୍ତି- ଶ୍ବେତା ବାସୁ ପ୍ରସାଦ ‘ମକଡ଼ି’ ଶିଶୁ ଚଳଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ଶିଶୁ ଅଭିନେତ୍ରୀର ପୁରସ୍କାର ଜିତିଥିବା ଶ୍ବେତା ‘ଇକବାଲ’ ,ଡରନା ଜରୁରୀ ହେ’, ‘ବଦ୍ରିନାଥ କି ଦୁଲହନିଆଁ’ ଭଳି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ତେବେ ଫିଲ୍ମରେ ଅଭିନୟ ଅପେକ୍ଷା ଏକ ଭୁଲ୍ କାରଣ ପାଇଁ ସେ ବେଶ୍ ଚର୍ଚ୍ଚିତ ହୋଇଥିଲେ। ସେକ୍ସ ର୍ୟାକେଟରେ ସେ ସମ୍ପଅକ୍ତ ଥିବା ଆଲୋଚନା ହୋଇଥିଲା। ସୂଚନା ଅନୁସାରେ ହାଇଦ୍ରାବାଦର ଏକ ହୋଟେଲରୁ ଏହି କାରଣ ପାଇଁ ପୋଲିସ୍ ତାଙ୍କୁ ଗିରଫ ମଧ୍ୟ କରିଥିଲା। ଶ୍ବେତାଙ୍କୁ ଜେଲରେ ବେଶ୍ କିଛିଦିନ ବିତାଇବାକୁ ପଡ଼ିଥିଲା। ସୋନାଲି ବେନ୍ଦ୍ରେ ‘ସରଫରୋଶ୍’,ହମ୍ ସାଥ ସାଥ ହେ’ ଭଳି ସଫଳ ଫିଲ୍ମରେ ଅଭିନୟ କରି ବେଶ୍ ନାଁ କରିଥିଲେ ସୋନାଲି ବେନ୍ଦ୍ରେ। ଏବେ କ୍ୟାନସରରେ ପୀଡ଼ିତ ହୋଇ ଓ୍ବାଶିଂଟନରେ ଚିକିତ୍ସିତ ହେଉଥିବା ସୋନାଲିଙ୍କୁ ମଧ୍ୟ ଜେଲ୍ ଯିବାକୁ ପଡ଼ିଛି। ୨୦୦୮ମସିହାରେ ଶୋ ଟାଇମ୍ ମାଗାଜିନର କଭର ପେଜ ପାଇଁ ସୋନାଲି ଫଟୋ ସୁଟ୍ କରିଥିଲେ। ଏଥିରେ ଏକ ହଳଦିଆ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ ସୋନାଲି। କିନ୍ତୁ ତାଙ୍କ ଦୁର୍ଯୋଗକୁ ଏହି କୁର୍ତ୍ତାରେ ଓଂ ନମଃ ଶିବାୟ ଲେଖାଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଲୋକଙ୍କ ଧର୍ମୀୟ ଭାବନାକୁ ଏହା ଆଘାତ ଦେଇଛି ବୋଲି ଅଭିଯୋଗ ହେଲା ଓ ପୋଲିସରେ ମାମଲା ରୁଜୁ ହୋଇଥିଲା। ଫଳରେ ସୋନାଲିଙ୍କୁ ପୋଲିସ୍ ହେପାଜତକୁ ନେଇଥିଲା। ଅବଶ୍ୟ ପରେ ସୋନାଲିଙ୍କୁ ଜାମିନ ମିଳିଯାଇଥିଲା। ମୋନିକା ବେଦୀ ୧୯୯୫ ମସିହାରେ ନିର୍ମିତ ଫିଲ୍ମ ‘ସୁରକ୍ଷା’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ମୋନିକା ‘ଜୋଡ଼ି ନଂ-୧’,‘ଆଶିକ ମସ୍ତାନା’ ଆଦି କିଛି ଫିଲ୍ମରେ କାମ କରି ବେଶ୍ କିଛିଦିନ ବଲିଉଡରେ ସକ୍ରିୟ ଥିଲେ। ତେବେ ଗ୍ୟାଙ୍ଗଷ୍ଟର ଆବୁ ସଲିମ୍ ସହ ତାଙ୍କର ପ୍ରେମ ସମ୍ପର୍କ ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା। ନକଲି କାଗଜପତ୍ର ମାମଲାରେ ମୋନିକା ଗିରଫ ହୋଇଥିଲେ ଏବଂ ବହୁଦିନ ପର୍ଯ୍ୟନ୍ତ ଜେଲର ଅନ୍ଧାର କୋଠରୀ ଭିତରେ ଜୀବନ ବିତାଇଥିଲେ। ମଧୁବାଲା ପଚାଶ ଓ ଷାଠିଏ ଦଶକରେ କଳାପ୍ରେମୀଙ୍କ ହୃଦୟର ରାଣୀ ଥିଲେ ମଧୁବାଲା। ବଲିଉଡର ‘ଆଇକନିକ୍’ ଅଭିନେତ୍ରୀଭାବେ ସେ ଜଣାଶୁଣା। ମୋଗଲ୍-ଇ-ଆଜମ୍ ଏବଂ ଚଲତି କା ନାମ ଗାଡ଼ି ଭଳି ବହୁ ସଫଳ ଫିଲ୍ମର ସେ ନାୟିକା କିନ୍ତୁ ତାଙ୍କୁ ମଧ୍ୟ କିଛିଦିନ ଜେଲର ହାଓ୍ବା ଖାଇବାକୁ ପଡ଼ିଥିଲା। ୧୯୫୭ମସିହାରେ ବି.ଆର.ଚୋପ୍ରା ଅଭିଯୋଗ କରିଥିଲେ ଯେ, ମଧୁବାଲା ତାଙ୍କଠୁ ଅଗ୍ରିମ ପାରିଶ୍ରମିକ ନେବା ସହ ଫିଲ୍ମରେ ଅଭିନୟ କରିବାକୁ ଚୁକ୍ତିବଦ୍ଧ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ନା ସେ ଅଗ୍ରିମ ଫେରାଇଲେ ନା ଫିଲ୍ମରେ ଅଭିନୟ କଲେ। ଏହି କାରଣ ଯୋଗୁଁ ପୋଲିସ୍ ମଧୁବାଲାଙ୍କୁ ଗିରଫ କରି ଜେଲରେ ଠୁଙ୍କି ଦେଇଥିଲା। ଅଳକା କୈାଶଲ୍ ‘କୁଇନ୍’,‘ଧର୍ମସଙ୍କଟ’ ଏବଂ ‘ବଜରଙ୍ଗୀ ଭାଇଜାନ୍’ ଭଳି କିଛି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି ଅଳକା କୈାଶଲ। ବଜରଙ୍ଗୀ ଭାଇଜାନରେ ସେ କରୀନା କପୁରଙ୍କ ମା ଭୂମିକାରେ ଦେଖା ଦେଇଥିଲେ। ଗତବର୍ଷ ଏକ ଚେକ୍ ବାଉନ୍ସ ମାମଲାରେ ତାଙ୍କୁ ପୋଲିସ୍ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.