Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେବଳ ଅମ୍ବାନୀଙ୍କ ପୁଅ କି ଝିଅ ନୁହଁନ୍ତି, ବୋହୂଙ୍କ ଆୟ କୋଟିଏରୁ କମ୍ ନୁହେଁ

17/05/2020 at 1:04 PM

ମୁକେଶ ଅମ୍ବାନୀଙ୍କୁ ଆଜି କିଏ ବା ନ ଜାଣେ, ସଫଳ ଉଦ୍ୟୋଗପତି ଓ ବ୍ୟବସାୟୀ  ଭାବେ ଦେଶର ଘରେ ଘରେ ପରିଚିତ। ତାଙ୍କ ଝିଅ ଓ ପୁଅମାନେ ନିଜନିଜ କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ । ଏମିତିରେ ମୁକେଶ ଅମ୍ବାନୀଙ୍କ ବୋହୂ ବି କମ ନୁହଁନ୍ତି। ମୁକେଶଙ୍କ ବଡ ପୁଅ ଆକାଶଙ୍କ ପତ୍ନୀ ହେଉଛନ୍ତି ଶ୍ଲୋକା ମହେଟ୍ଟା। ପ୍ରତିଷ୍ଠିତ ହୀରା ବ୍ୟବସାୟୀ ରସେଲ ମହେଟାଙ୍କ ଝିଅ ହେଉଛନ୍ତି ଶ୍ଲୋକା।

୨୦୧୪ ମସିହାରେ ଶ୍ଲୋକା ତାଙ୍କ ପିତାଙ୍କ କମ୍ପାନୀ ରୋଜି ବ୍ଲୁରେ ଜଣେ ନିର୍ଦ୍ଦେଶକ ଭାବେ ଯୋଗଦେଇଥିବା ବେଳେ ସେ ଏକ ସଂସ୍ଥାର କୋ- ଫାଉଣ୍ଡର ମଧ୍ୟ ଅଛନ୍ତି। କନେକ୍ଟ ଫରର କୋ ଫାଉଣ୍ଡର ଭାବେ ଆକାଶଙ୍କ ପତ୍ନୀ ତଥା ମୁକେଶଙ୍କ ବୋହୂ ବେଶ ଜଣାଶୁଣା। ମିଡିଆ ରିପୋର୍ଟସ ଦେଖିଲେ ଶ୍ଲୋକା ମହେଟାଙ୍କ ନେଟୱର୍ଥ  ୧୮୦ ମିଲିୟନ ଡଲାରରୁ ବି ଅଧିକ। ସେ ତାଙ୍କ ପିତାଙ୍କ  ବିଜନେସ ସାଙ୍ଗକୁ ନିଜର ସଂସ୍ଥାରୁ ମାସିକ ୮୦ ଲକ୍ଷରୁ ବି ଅଧିକ  ଟଙ୍କା ଆୟ କରୁଛନ୍ତି।

ମୁକେଶଙ୍କ ଗୋଟିଏ ଝିଅ ଓ ୨ ପୁଅ। ଆକାଶ ଏବେ ଜିଓର ଦାୟିତ୍ୱ ନେଇଥିବା ବେଳେ ଅନନ୍ତ ଆଜିକାଲି ରାଧିକା ମର୍ଚେଣ୍ଟଙ୍କ ସହ ସମ୍ପର୍କକୁ  ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ରାଧିକାଙ୍କ ପିତା ବୀରେନ ମର୍ଚେଣ୍ଟଙ୍କ ନିଜର ଏକ୍ସପୋର୍ଟ ଇମ୍ପୋର୍ଟ ବିଜନେସ୍ ରହିଛି। ୨୦୦୨ ମସିହାରେ ବୀରେନ ସ୍ଥାପନା କରିଥିବା ଏନକୋର ହେଲଥ୍ ସର୍ଭିସେସ୍‌ରେ ରାଧିକା ନିର୍ଦ୍ଦେଶିକା ଅବସ୍ଥାପିତ ଅଛନ୍ତି। ରାଧିକା କେଡାର କନସଲଟେଣ୍ଟ, ଦେଶାଇ ଏଣ୍ଡ ଦିବାନଜୀ ଓ ଇଣ୍ଡିଆ ଫାଷ୍ଟ ଭଳି କମ୍ପାନୀଙ୍କ ସହ ମଧ୍ୟ କାମ କରିଛନ୍ତି। ଏହା ଛଡା ରାଧିକା ମଧ୍ୟ ନିଜର ଏକ ଫାର୍ମ ଆରମ୍ଭ କରିଥିବା ଜଣାପଡିଛି।

   Related Posts