କରୋନା ଯୋଗୁ ଅଦାନୀ ଓ ମିତ୍ତଲ ବି ହେଲେ ଗରିବ,ଜାଣନ୍ତୁ କାହାର ହେଲା କେତେ କ୍ଷତି

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ ୧୩।୩: କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟବସାୟକୁ ପ୍ରଭାବିତ କରିଛି। ଫଳରେ ନିବେଶର ସୁରକ୍ଷା ଲାଗି ଲୋକେ ସେୟାର ବଜାରରୁ ପଳାୟନ କରିବା କମ୍ପାନୀମାନଙ୍କୁ ପ୍ରଭାବିତ କରିଛି। ସେୟାର ମୂଲ୍ୟ ହ୍ରାସ ଯୋଗୁ ଦେଶର ପ୍ରମୁଖ ଧନୀ ମୁକେଶ ଅମ୍ବାନୀଙ୍କ ସମେତ ଶୀର୍ଷ ୧୦ ଧନିକ ବି ପ୍ରଭାବିତ ହୋଇଛିବା ଫୋର୍ବସ ରିପୋର୍ଟରୁ ଜଣାପଡିଛି।

{"id":237857,"sizeSlug":"large"}

ରିପୋର୍ଟ ଅନୁସାରେ ମୁକେଶ ଗତ ୭୦ ଦିନରେ ୧.୧୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଫଳରେ ଏସିଆ ଧନୀକଙ୍କ ସୂଚୀର ତୃତୀୟ ସ୍ଥାନକୁ ମୁକେଶ ଖସିଥିବା ବେଳେ  ଏଚସିଏଲର ସଂସ୍ଥାପକ ଶିବ ନାଦରଙ୍କ ସମ୍ପତ୍ତିରେ ୯୯ ହଜାର କୋଟି ଟଙ୍କା ହ୍ରାସ ଦେଖାଦେଇଛି। ଏହି ସମୟରେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଉଦୟ କୋଟକଙ୍କୁ ୯୧ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ଭାରତୀ ଏୟାରଟେଲ ଚେୟାରମ୍ୟାନ ସୁନୀଲ ମିତ୍ତଲ ତାଙ୍କ ପରିବାର ୪୩୯ କୋଟି ଟଙ୍କାର କ୍ଷତିରେ ପଡିଛନ୍ତି।

{"id":237860,"sizeSlug":"large"}

ଏୟାରଟେଲ ସେୟାର ମୂଲ୍ୟରେ ୨୮ ଟଙ୍କା ହ୍ରାସ ଯୋଗୁ ମିତ୍ତଲଙ୍କ ପରିବାର ଏହି ବିପୂଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଦେଶରେ ମିତ୍ତଲଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୯.୫ ବିଲିୟନ ଡଲାର ହୋଇଥିବା ବେଳେ ଦେଶର ୫ମ ଧନିକ ବ୍ୟକ୍ତି। ମିତ୍ତଲଙ୍କ ଭଳି ସାଇରସନ ପୁନାୱାଲାଙ୍କ ମୋଟ ସମ୍ପତ୍ତିରେ ୧ ମିଲିୟନ ଡଲାରର କ୍ଷତି ହୋଇଥିବା ଜଣାପଡିଛି। ସାଇରସ ଧନୀ ଭାରତୀୟଙ୍କ ସୂଚୀର ଷଷ୍ଠ ସ୍ଥାନରେ ରହିଛନ୍ତି। ଆଦାନୀ ଏଣ୍ଟର ପ୍ରାଇଜର ଗୌତମ ଆଦାନୀ ମଧ୍ୟ ସେୟାର ବଜାରରେ ୧୧ ଶହ କୋଟି ଟଙ୍କା କ୍ଷତିରେ ପଡିଛନ୍ତି। ଆର୍ସେଲର ମିତଲର ସିଇଓ ଲକ୍ଷ୍ମୀନାରାୟଣ ମିତ୍ତଲ ୬ ହଜାର ୨୦୦ କୋଟି ଟଙ୍କାର କ୍ଷତିରେ ପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.