କେବଳ କାଶ ଓ ଜ୍ଵର ନୁହଁ, କୋଭିଡ୍-୧୯ର ଆହୁରି ଛଅ ଲକ୍ଷଣ, ଡାକ୍ତର ଦେଲେ ସୂଚନା

Published By : Prameya-News7 Bureau | April 25, 2020 IST

ନୂଆଦିଲ୍ଲୀ ୨୫।୦୪: ଉହାନର ସିଫୁଡ୍ ବଜାରରୁ ଉତ୍ପନ ମାରାତ୍ମକ କରୋନା ଭାଇରସ୍‌ ଏବେ ସମଗ୍ର ବିଶ୍ଵରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ଏହି ଘାତକ ମହାମାରୀରେ ଏ ପର୍ଯ୍ୟନ୍ତ ଏକ ଲକ୍ଷ ୯୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି। ଏବେ ରୋଗ ନିୟନ୍ତ୍ରକ ସଙ୍ଗରୋଧ କେନ୍ଦ୍ର(CDC) ନିଜର ଓ୍ଵେବସାଇଟ୍‌ରେ କୋଭିଡ୍-୧୯ ଲକ୍ଷଣର ସଂଖ୍ୟା ତିନି ଗୁଣ କରିଛନ୍ତି। ଏବେ କରୋନା ଭାଇରସ୍‌ର ଆହୁରି ଛଅଟି ଲକ୍ଷଣ ବିଷୟରେ ସୂଚନା ଦେଇଛି ସିଡିସି।

ସିଡିସି ପ୍ରଥମେ କରୋନା ଭାଇରସ୍‌ର ଲକ୍ଷଣ ଯଥା କାଶ, ଜ୍ଵର ଓ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା ଆଦିର ଉଲ୍ଲେଖ କରିଥିଲା। ଏହି ସବୁ ଲକ୍ଷଣ ଦେଖା ଗଲେ କରୋନା ଟେଷ୍ଟିଂ କରାଯାଉଛି। ଏବେ ନୂତନ ତଥ୍ୟରୁ ଜଣା ପଡିଛି ଯେ, ବହୁତ ଜୋରରେ ଥଣ୍ଡା ଲାଗିବା, ବାରମ୍ବାର ଥଣ୍ଡା ହେବା, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡବ୍ୟଥା, ଗଳାରେ ଯନ୍ତ୍ରଣା ଓ ସ୍ଵାଦ ବା ଗନ୍ଧ ବାରି ନପାରିବା ହେଉଛି କରୋନାର ଆଉ ଏକ ଲକ୍ଷଣ।

କରୋନାର ଛଅ ଲକ୍ଷଣ

୧ ବହୁତ ଜୋରରେ ଥଣ୍ଡା ହେବ

୨ ବାରମ୍ବାର ଥଣ୍ଡା ହେବା

୩ ମାଂସପେଶୀରେ ଯନ୍ତ୍ରଣା

୪ ମୁଣ୍ଡବ୍ୟଥା

୫ ଗଳାରେ ଯନ୍ତ୍ରଣା

୬ ସ୍ଵାଦ ବା ଗନ୍ଧ ବାରି ନପାରିବା

{"id":260011,"sizeSlug":"large"}

ସିଡିସି ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ଲକ୍ଷଣ ଭାଇରସ୍ ସଂକ୍ରମଣରେ ଆସିବା ପରେ ୨ ରୁ ୧୪ ଦିନ ପରେ ଦେଖା ଦେବ। ସଙ୍ଘୀୟ ସଂଗଠନ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ, ଯଦି ଏଥିରୁ କୌଣସି ବି ଗୋଟିଏ ଲକ୍ଷଣ ଶରୀରରେ ଦେଖାଯାଏ ତେବେ ତତ୍କାଳ ଚିକିତ୍ସା ସହାୟତା ନେବା ଉଚିତ୍।

କିଛି ଦିନ ପୂର୍ବେ କିଛି ଚିକିତ୍ସା  ବିଶେଷଜ୍ଞ ଦୃଢୋକ୍ତି ପ୍ରକାଶ କରିଥଲେ ଯେ, ତ୍ଵଚାରେ କୁଣ୍ଡିଆ କରୋନା ଭାଇରସ୍‌ର ଆଉ ଏକ ଲକ୍ଷଣ ହୋଇପାରେ। ଲସ୍ ଏଞ୍ଜେଲସର ଜଣେ ମହିଳା ଜେସିକାଙ୍କ ପାଦ କୁଣ୍ଡିଆ ହେବା ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ବୈଜ୍ଞାନିକ ତ୍ଵଚାରେ କୁଣ୍ଡିଆ ହେବା କରୋନାର ଆଉ ଏକ ଲକ୍ଷଣ ବୋଲି କହିଥିଲେ। କିନ୍ତୁ ଏହା ପ୍ରମାଣିତ ହୋଇ ନାହିଁ।

{"id":260012,"sizeSlug":"large"}

ଗବେଷକଙ୍କ ଗବେଷଣାରୁ ଏହା ମଧ୍ୟ ଜଣା ପଡିଛି ଯେ, ଅନେକ ସଂକ୍ରମିତ ଲୋକଙ୍କ ଠାରେ କରୋନାର ଲକ୍ଷଣ ମଧ୍ୟ ଜଣା ପଡୁନାହିଁ। ଅନେକ  ଏମିତି କରୋନା ଆକ୍ରାନ୍ତ ଥାଇ ପାରନ୍ତି ଯାହାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉନାହିଁ। ବୈଜ୍ଞାନିକ ଦାବି କରିଛନ୍ତି ଯେ, ଏମିତି ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଥାଇ ପାରନ୍ତି। ଯାହାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.