ଏବେ ନୁହେଁ, ସମୀର ୱାଙ୍ଖଡେଙ୍କ ସହ ଶାହାରୁଖଙ୍କର ରହିଛି ପୁରୁଣା ସମ୍ପର୍କ, ବିମାନ ବନ୍ଦରରେ ଲଗାଇଥିଲେ ଦେଢ ଲକ୍ଷ ଟଙ୍କାର ଜରିମାନା

Published By : Prameya-News7 Bureau | October 27, 2021 IST

ନୂଆଦିଲ୍ଲୀ ୨୭/୧୦: ପୁଅ ଆର୍ଯ୍ୟନ୍ ଖାନଙ୍କ ଡ୍ରଗ୍ସ ମାମଲା ଯୋଗୁଁ ଆଜିକାଲି ଶାହାରୁଖ ଖାନ ବହୁତ ଚିନ୍ତିତ ଅଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ କୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ଅନେକ ପ୍ରମାଣ ଉପସ୍ଥାପନ କରିଛନ୍ତି, ଯେଉଁଥିପାଇଁ ଆର୍ଯ୍ୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଜେଲର ହାୱା ଖାଇବାକୁ ପଡୁଛି। କିନ୍ତୁ ଏହା ପ୍ରଥମ ଘଟଣା ନୁହେଁ ଯେ ଶାହରୁଖ ଏବଂ ସମୀର ୱାଙ୍ଖଡେ ମୁହାଁମୁହିଁ ହୋଇଛନ୍ତି। ଏହାପୂର୍ବରୁ ସମୀର ୱାଙ୍ଖଡେ ଶାହାରୁଖଙ୍କ ପାଇଁ ମଧ୍ୟ ବିପର୍ଯ୍ୟୟ ପାଲଟିଛନ୍ତି। କଷ୍ଟମର ଡ୍ୟୁଟି ନ ଭରିବା ପାଇଁ ସମୀର ଶାହାରୁଖଙ୍କ ଉପରେ ପ୍ରାୟ ୧.୫ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ।

୨୦୧୧ ମସିହାରେ, ଯେତେବେଳେ ଶାହାରୁଖ ତାଙ୍କ ପରିବାର ସହିତ ହଲାଣ୍ଡ ଏବଂ ଲଣ୍ଡନରୁ ଛୁଟି ଛୁଟି କାଟି ମୁମ୍ବାଇ ଫେରିଥିଲେ। ୱାଙ୍ଖଡେ ବିମାନବନ୍ଦରରେ କଷ୍ଟମ ଅଫିସରେ ସହକାରୀ କମିଶନର ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ଟିମ୍ ବିମାନ ବନ୍ଦରରେ ପୁରା ପରିବାରକୁ ଅଟକାଇ ଥିଲେ। ତାଙ୍କ ପାଖରୁ ଏପରି ଅନେକ ବିଦେଶୀ ସାମଗ୍ରୀ ମିଳିଥିଲା, ଯେଉଁଥିରେ କଷ୍ଟମ୍ ଚାର୍ଜ ଦେବା ଜରୁରୀ ଥିଲା। ଶାହାରୁଖଙ୍କର ମୋଟ ୨୦ ଟି ଲଗେଜ୍ ଥିଲା, ଯାହା ପରେ ତାଙ୍କୁ ବିମାନ ବନ୍ଦରରେ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଶାହରୁଖ ଏବଂ ତାଙ୍କ ପରିବାରକୁ ୧.୫୦ ଲକ୍ଷ ଟଙ୍କା କଷ୍ଟମ ଡ୍ୟୁଟି ଦେବା ପରେ ଯିବାକୁ ଅନୁମତି ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.