Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବର୍ଷିଲେ ବିଡେନ, କହିଲେ- ‘କାହା ପାଇଁ କେଉଁ ଭଳି ଶବ୍ଦ ବ୍ୟବହାର କରିବା ଦରକାର ସେ କଥା ଟ୍ରମ୍ପଙ୍କୁ ଜଣା ନାହିଁ’

25/10/2020 at 10:37 AM

ଓ୍ବାଶିଂଟନ୍ ୨୫/୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କର ମୁଖ୍ୟ ପ୍ରତିନ୍ଦ୍ବନ୍ଦୀ ତଥା ଡେମୋକ୍ରେଟ ପ୍ରାର୍ଥୀ ଜୋ ବିଡେନ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କର ତୀବ୍ର ସମାଲୋଚନା କରିଛନ୍ତି। ଅନ୍ତିମ ରାଷ୍ଟ୍ରପତି ନିର୍ବାଚନୀ ବିତର୍କରେ ଭାରତକୁ ଯେଭଳି ଭାବେ ଟ୍ରମ୍ପ ଦୂଷିତ ​​‌ବୋଲି କହିଛନ୍ତି ତାକୁ ନେଇ ବର୍ଷିଛନ୍ତି ଜୋ ବିଡେନ। ସେ କହିଛନ୍ତି ଟ୍ରମ୍ପ ବୈଷୟିକ ପ୍ରସଙ୍ଗକୁ ହିଁ ବୁଝିପାରନ୍ତି ନାହିଁ। ବିଡେନ କହିଛନ୍ତି କାହାକୁ କେଉଁ ଭଳି ଶବ୍ଦ ବ୍ୟବହାର କରିବା ଦରକାର ଟ୍ରମ୍ପଙ୍କୁ ସେକଥା ମଧ୍ୟ ଜଣା ନାହିଁ।

ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ଦୂଷିତ ବୋଲି କହିଲେ। ସାଙ୍ଗମାନଙ୍କ ବିଷୟରେ କିଭଳି କଥାବାର୍ତା କରାଯାଏ ଓ ଜଳବାୟୁ ପରିବର୍ତନକୁ କେମିତି ସମାଧାନ କରାଯାଏ ସେ ଜାଣନ୍ତି ନାହିଁ। ବିଡେନ ଏକଥା ଟ୍ବିଟ୍ କରି କହିଛନ୍ତି।

ଟ୍ରମ୍ପ ତାଙ୍କ ଶେଷ ବିତର୍କରେ ଭାରତର ବାୟୁ ଦୂଷିତ କହିବା ସହ ପ୍ୟାରିସ୍ ଚୁକ୍ତିରୁ ଓହରି ଯାଇଥିବା ନେଇ ନିଜ ଯୁକ୍ତି ବାଢ଼ି ଥିଲେ। ସେତେବେଳେ ସେ କହିଥିଲେ, ଭାରତକୁ ଦେଖ, କେତେ ଅପରିଷ୍କାର ଓ ସେଠାକାର ପବନ କେତେ ଦୂଷିତ। ଟ୍ରମ୍ପଙ୍କ ଏଭଳି ବୟାନକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ କଡ଼ା ପ୍ରତିକ୍ରିୟା ମଧ୍ୟ ଦେଖାଦେଇଛି।  

   Related Posts