Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରନ୍‌ରେ ଜିତିଲା ପଞ୍ଜାବ
  • ||
  • ରାଜସ୍ଥାନ ରୟାଲ୍ସକୁ ୨୨୨ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ କିଙ୍ଗସ୍‌ : କେ.ଏଲ. ରାହୁଲ, ଦୀପକ ହୁଡାଙ୍କ ବିସ୍ଫୋରକ ଅର୍ଦ୍ଧଶତକ
  • ||
  • ମୋଦୀଙ୍କୁ ସୋନିଆଙ୍କ ପତ୍ର: ବୟସ ପରିବର୍ତ୍ତେ ଆବଶ୍ୟକତା ଅନୁସାରେ କରୋନା ଟିକା ଦିଆଯାଉ
  • ||
  • ବାଗ୍‌ଚି ଦମ୍ପତ୍ତିଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ ସୁବ୍ରତୋ-ସୁସ୍ମିତା ଦେବେ ୪୩୦ କୋଟି ଟଙ୍କା
  • ||
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||

ଖାଦ୍ୟ ଖାଇ ନୁହଁ ଭୂତ ଡରରରେ ଛାତ୍ରଛାତ୍ରୀ ଅସୁସ୍ଥ ବୋଲି କହିଲେ ଚିକିତ୍ସା କରୁଥିବା ଡାକ୍ତର

23/10/2019 at 5:03 PM

ରାଉରକେଲା ୨୩।୧୦ –   ସେପଟେ ରାଉରକେଲା ଲାଠିକଟା ଆଦର୍ଶ ଛାତ୍ରୀ ଆବାସିକ ବିଦ୍ୟାଳୟରେ  ଖାଦ୍ୟ ଖାଇ ୫ଛାତ୍ରୀ ଅସୁସ୍ଥ ହୋଇଥିବା ଘଟଣାରେ ଆସିଛି ଟ୍ବିଷ୍ଟ୍‌ । ଖାଦ୍ୟ ଯୋଗୁଁ ନୁହେଁ ବରଂ ଭୂତ ଭୟରେ ଛାତ୍ରୀମାନେ ଅସୁସ୍ଥ ହୋଇଥିବା କହିଛନ୍ତି ଚକିତ୍ସା କରିଥିବା ଡାକ୍ତର

 ଖାଦ୍ୟରେ କୌଣସି ଅସୁବିଧା ଥିଲେ ପିଲାମାନଙ୍କୁ ଝାଡ଼ାବାନ୍ତି ହୋଇଥାନ୍ତା, ହେଲେ ସେଭଳି କିଛି ସମସ୍ୟା ନାହିଁ, ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । କିଛି ଛାତ୍ରୀଙ୍କ ଭିତରେ ଭୂତ ଚର୍ଚ୍ଚା ପରେ ଭୂତ ଭୟରେ ଏମାନେ  ଏଭଳି ଅସ୍ବାଭାବିକ ଆଚରଣ ଦେଖାଇଥିବା କୁହାଯାଉଛି ।  ଚିକିତ୍ସା କରୁଥିବା ଡାକ୍ତର  ପ୍ରଶାନ୍ତ କୁମାର ପାତ୍ର ଏ ବିଷୟରେ ସୂଚନା ଦେଇଛନ୍ତି ।

ଆଦର୍ଶ ଛାତ୍ରୀ  ଆବାସିକ ବିଦ୍ୟାଳୟରେ ଭାତ ଡାଲି ସହ ଅଣ୍ଡା ଖାଇ  ୫ ଛାତ୍ରୀ ଅସୁସ୍ଥ,  ସେଥିମଧ୍ୟରୁ ୩ ଛାତ୍ରୀଙ୍କ ଅବସ୍ଥା ଗୁରୁତର ।ଚାଲିଥିଲା ଚିକିତ୍ସା ଭଲ ହେଲେ ଛାତ୍ରୀ  ଆଉ ଅଣ୍ଡା ଭାତ ତରକାରୀ ନୁହେଁ ବରଂ ହୋଇଥିଲା ଭୂତ ଭୟ ।

ଏଦୁସ୍ୟ ରାଉରକେଲା ସରକାରୀ ଡାକ୍ତରଖାନାର , ଲାଠିକଟା ଆଦର୍ଶ ଛାତ୍ରୀ ଆବାସିକ ବିଦ୍ୟାଳୟରେ ରହୁଥିବା ୯୦ଛାତ୍ରୀ ଆଜି ଦିନ ନଅ ଟାରେ ସ୍କୁଲ ଯିବା ପୂବରୁ ଖାଇଥିଲେ ଭାତ ଡାଲି ସହ ଅଣ୍ଡା ତରକାରୀ । ଠିକ ଦୁଇଘଣ୍ଟ ପରେ ଅର୍ଥାତ ଦିନ ୧୧ ଟାରେ ୫ ଛାତ୍ରୀ ହେଲେ ଗୁରୁତର। ମେନୁ ଅନୁସାରେ ଛାତ୍ରୀ ମାନକୁ ମାସକୁ ୪ ଥର ଚିକେନ୍ ସହ  ଦୁଇଥର  ବୁଧବାର ଓ ଶୁକ୍ରବାର ଦିଆଯାଏ ସେହି ଅନୁସାରେ ଆଜି ଦିଆଯାଇଥିଲା ଅଣ୍ଡା ତରକାରୀ।

          ଘଟଣାର ଅନୁସନ୍ଧାନ ଡାକ୍ତରୀ ଦଳର ଚିକିତ୍ସା ରୁ ସ୍ପଷ୍ଟ, ଛାତ୍ରୀ ମାନଙ୍କଅବସ୍ଥା ଭାତ ଡାଲି ଅଣ୍ଡା ତରକାରୀ ପାଇଁ ନୁହେଁ ବରଂ ମୁଣ୍ଡରେ ପଶିଛି ଭୂତ ଭୟ । ଯଦି ଖାଦ୍ୟ ଯୋଗୁଁ ହୋଇଥାନ୍ତା, ତାହେଲେ ଝାଡା ବାନ୍ତି ହୋଇଥାନ୍ତା । ଗତକାଲି ଛାତ୍ରୀମାନେ କଥା ହୋଇଥିଲେ ଭୁତ କଥା । ଆଉ ଆଜି ଜାଣିଶୁଣି କରିଛନ୍ତି ବାହାନା । ଏବେ ସ୍ୱାସ୍ଥବସ୍ଥା ସ୍ଥିର ଅଛି ।

           ମନର ଭୟ ସହ ଅନ୍ଧ ବିଶ୍ୱାସରେ ବଶବର୍ତ୍ତୀ ତାସାଙ୍ଗକୁ ଛାତ୍ରୀମାନଙ୍କ ଦୁର୍ବଳ ମାନସିକତା ଯୋଗୁଁ ଆଜି ଅଯଥାରେ ଘଟିଲା ଏପରି ଘଟଣା, ଯାହା ପାଇଁ ଆବାସିକ ଛତ୍ରୀ ବିଦ୍ୟାଳୟର ଖାଦ୍ୟ ଉପରେ ଉଠିଥିଲା ପ୍ରଶ୍ନ।

   Related Posts