ସିଜ୍ ଫାୟାର ଉଲ୍ଲଂଘନରେ ପ୍ରଥମଥର ନୁହେଁ ଆଗରୁ ବି ପାକ୍ କୁ ଦିଯାଇଛି କଡା ଜବାବ, ଜାଣନ୍ତୁ କେବେ ଓ କେଉଁଠି

Published By : Prameya-News7 Bureau | October 21, 2019 IST

ନୂଆଦିଲ୍ଲୀ: ନିୟନ୍ତ୍ରଣ ରେଖାରେ ପାକ୍ ସେନାର ଯୁଦ୍ଧ ବୀରାମ ଉଲ୍ଲଂଘନ କିଛି ନୂଆ କଥା ନୁହେଁ। ବିନା କାରଣରେ ଭାରତ ସୀମା ଭିତରକୁ ଅନେକ ସମୟରେ ପାକ୍ ସେନା ଗୁଳି ଓ ଗୋଳା ମାଡ କରନ୍ତି। ଏଥିରେ ଭାରତୀୟ ସେନା ଜବାନ ସମେତ ସୀମାବର୍ତ୍ତି ଗ୍ରାମର ଲୋକେ ବି ମୃତାହତ ହୋଇଛନ୍ତି। ଏ ନେଇ ଭାରତ ବାରମ୍ବାର ଅଭିଯୋଗ କରୁଥିଲେ ବି ପାକ୍ କର୍ତ୍ତୃପକ୍ଷ ସେନାକୁ ଆୟତ୍ତ କରିବାରେ ବିଫଳ ହୋଇଛନ୍ତି। ଏଣୁ ଭାରତୀୟ ସେନା ବି କମ୍ ନୁହଁନ୍ତି । କେବେ କେବେ ପାକ୍ ସେନାକୁ ଏପରି ବୁଦ୍ଧି ଶିଖାଇଛନ୍ତି ଯେଉଁଥିଲାଗି କିଛି ସମୟ ସେମାନେ ଚୁପ ରହିବାକୁ ବାଧ୍ୟ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା କେବେ ଓ କେଉଁଠି ପାକ୍ ସେନାକୁ ବୁଦ୍ଧି ଶିଖାଇଥିଲେ ଭାରତୀୟ ସେନା।

{"id":172872,"width":580,"height":363}

ଗତ ରବିବାର ପାକ୍ ସେନାକୁ ଗୁଳିର ଜବାବ ଭାରତ ପଟୁଗୋଳାରେ ମିଳିଥିଲା। ଫଳରେ ଅଧଡଜନରୁ ଅଧିକ ପାକ୍ ଜବାନ ପ୍ରାଣ ହରାଇଥିବା ବେଳେ ଆତଙ୍କବାଦୀଙ୍କ ୩ଟି ଲଞ୍ଚିଂ ପ୍ୟାଡ ଧ୍ୱଂସ୍ତ ହୋଇଥିଲା। ତେବେ ବିନା କାରଣରେ ଆକ୍ରମଣ କରିନଥିଲା ଭାରତ। ଗତ ୩ ଦିନ ହେଲା କୁପୱାଡାର ତଙ୍ଗଧାର କ୍ଷେତ୍ରରେ ପାକ୍ ସେନା ଭାରତୀୟ ସେନାକୁ ନାକେଦମ କରି ରଖିଥିଲା। ସୀମା ସେପାଖରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଲାଗି ବିନା କାରଣରେ ଗୁଳିମାଡ କରୁଥିଲେ ପାକ୍ ସୈନିକ। ଫଳରେ ରବିବାର ଭାରତର ୨ ଜଣ ଜବାନ ଶହିଦ ହୋଇଥିବା ବେଳେ କିଛି ଗ୍ରାମୀଣ ମଧ୍ୟ ଆହତ ହୋଇଥିଲେ। ତେବେ ପାକ୍ ସେନାର ଉଦ୍ଦେଶ୍ୟ ଜଣାପଡିବା ପରେ ସିଧାଶଳଖ ଆତଙ୍କବାଦୀଙ୍କ କ୍ୟାମ୍ପକୁ ଗୋଳାରେ ଟାର୍ଗେଟ କରାଯାଇଥିଲା। ବୋଫୋର୍ସ ଗୋଳାପଡି ଆତଙ୍କବାଦୀଙ୍କ ୩ଟି କ୍ୟାମ୍ପ ଧ୍ୱଂସ୍ତ ହୋଇଥିବା ବେଳେ ଭାରତକୁ ଅନୁପ୍ରବେଶ ଲାଗି ସେଠାରେ ଅବସ୍ଥାନ କରିଥିବା କିଛି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। 

{"id":172873,"width":578,"height":396}

ତେବେ ଭାରତ କେବଳ ଗତ ରବିବାର ନୁହେଁ। ଏହା ପୂର୍ବରୁ ଗତ ଜୁଲାଇ ମାସରେ ମଧ୍ୟ ପାକ୍ କୁ ପାନେ ଦେଇଥିଲେ। ପାକ୍ ସେନା ଯୁଦ୍ଧବୀରାମ ଉଲ୍ଲଂଘନ କରିବାରୁ ଭାରତର ଜଣେ ଜବାନ ପ୍ରାଣ ହରାଇଥିଲେ। ଏହାର ଜବାବରେ ଭାରତୀୟ ସେନା ପାକ୍ ଠିକଣାକୁ ଟାର୍ଗେଟ କରିବା ଯୋଗୁ ୨ ଜଣ ରେଞ୍ଜରଙ୍କ ମୃତ୍ୟୁ ହୋଇଥିଲା।

{"id":172874}

ଜୁଲାଇ ପୂର୍ବରୁ ଫେବୃଆରୀ ଶେଷ ସପ୍ତାହର ଭାରତୀୟ ବାୟୁସେନା ପାକିସ୍ତାନ ଭିତରକୁ ପଶି ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମୋହମ୍ମଦର ଟ୍ରେନିଂ କ୍ୟାମ୍ପ ଧ୍ୱଂସ୍ତ କରିଥିଲେ। ପୁଲୱାବା ଆକ୍ରମଣ ଜବାବରେ ଭାରତ ଏହି କାର୍ଯ୍ୟାନୁଷ୍ଠାନ କରିଥିବା ବେଳେ ପାକିସ୍ତାନରେ ଯୁଦ୍ଧର ଆତଙ୍କ ଖେଳିଯାଇଥିଲା।

{"id":172876}

୨୦୧୬ ମସିହାରେ ଭାରତୀୟ ସେନା ପାକିସ୍ତାନରେ ପଶି ଉରି ଆକ୍ରମଣର ପ୍ରତିଷୋଧ ନେଇଥିଲେ। ୨୦୧୬ମସିହା ସେପ୍ଟେମ୍ବର ମାସ ୨୭ ତାରିଖ ରାତିରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀରରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିଥିଲେ। ଭାରତୀୟ ସେନାର ଏହି ଅପରେସନ ଦୀର୍ଘ ୨ ଘଣ୍ଟା କାଳ ଚାଲିଥିଲେ ବି ପାକ୍ ସେନା ଅଥବା ସରକାରଙ୍କୁ ସାମାନ୍ୟତମ ସୂଚନା ବି ମିଳିପାରିନଥିଲା। ଫଳରେ ଉରି ଆକ୍ରମଣରେ ସନ୍ଦିଗ୍ଧ ୫୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.