Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପୋଷାକ ପିନ୍ଧିବାକୁ ମଧ୍ୟ ସମୟ ଦେଲେ ନାହିଁ, ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଯୁବତୀଙ୍କୁ ଥାନାକୁ ନେଇ ଆସିଲେ ପୋଲିସ

23/06/2021 at 9:41 PM

ରିଭା ୨୩।୦୬: ମଧ୍ୟ ପ୍ରଦେଶର ଜିଭାରେ ପୋଲିସର ଏକ ନିନ୍ଦନୀୟ  ଘଟଣା ସାମ୍ନାକୁ ଆସିଛି। ପୋଲିସ ଅଧ ରାତିରେ ଜଣେ ଯୁବତୀଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଡାଏଲ ୧୦୦ ଗାଡିରେ ବସାଇ ଦୁର୍ବ୍ୟବହାର କରିଛି। ଏପରିକି ଜାତିସୂଚକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଛି। ସର୍ବ ସାଧାରଣରେ ଯୁବତୀ ସହ ବେଇଜ୍ଜତ ମଧ୍ୟ କରାଗଲା। ଯୁବତୀ  କାକୁତି ମିନତି କଲେ ମଧ୍ୟ ପୋଲିସ ଶୁଣିବାକୁ ପ୍ରସ୍ତୁତ ନଥିଲା। କେବଳ ଏତିକି ନୁହେଁ ଭିଡିଓ  ତିଆରି କରି ଭାଇରାଲ ମଧ୍ୟ କରି ଦେଲା।

ସୂଚନା ଅନୁଯାୟୀ, ଏହି ଯୁବତୀଙ୍କୁ ବସ୍‌ରେ ସନ୍ଦିଗ୍ଧ ଅବସ୍ଥାରେ ପୋଲିସ ଧରିଥିଲା। ପୋଲିସ ରାତାରାତି କାର୍ଯ୍ୟାନୁଷ୍ଠାନ ନେଇ ଯୁବତୀଙ୍କୁ ଥାନାକୁ ଆଣି ପରେ ପରିବାର ଲୋକଙ୍କ ହାତରେ ହସ୍ତାନ୍ତର କରିଥିଲା। ରାତି ପ୍ରାୟ ୧ଟାରେ ସନ୍ଦିଗ୍ଧ ଅବସ୍ଥାରେ ଥିବା ଯୁବକ-ଯୁବବୀ ପୋଲିସ ହାତରେ ଧରା ପଡିଥିଲେ। ପରେ ପୋଲିସ ମଧ୍ୟ ନିଜର ଶାଳୀନତା ଭୁଲିଗଲା।

ଯୁବତୀ ପୋଲିସ ସାମ୍ନାରେ ହାତ ଯୋଡି ନେହୁରା  ହୋଇଥିଲେ ତଥାପି ପୋଲିସର ମନ ତରଳି ନଥିଲା। ଏପରିକି ଯୁବତୀଙ୍କୁ ପୋଷାକ ପିନ୍ଧିବାକୁ ମଧ୍ୟ ସମୟ ଦିଆଯାଇନଥିଲା। ଜଣେ ପୋଲିସକର୍ମୀ ଯୁବତୀଙ୍କୁ ଥାନାରେ ଖରାପ କାମ କରିବି ବୋଲି କହୁଥିବା ବେଳେ ଅନ୍ୟ ଜଣେ ଏହାର ଭିଡିଓ ପ୍ରସ୍ତୁତ କରୁଥିଲା। ସବୁ ସୀମା ଲାଙ୍ଘି ପୋଲିସ ଜାତିସୂଚକ ଗାଳିଗୁଲଜ କରିବା ସହ ଅଶ୍ଳୀଳ କଥା ମଧ୍ୟ କହିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଅଧୀକ୍ଷକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଛନ୍ତି।

   Related Posts