ସୁନା ୟେମନେଷ୍ଟି ଲାଗି ଏବେ କୌଣସି ଯୋଜନା ନାହିଁ: ଅର୍ଥମନ୍ତ୍ରାଳୟ

Published By : Prameya-News7 Bureau | October 31, 2019 IST

ନୂଆଦିଲ୍ଲୀ୩୧|୧୦: ‘ଗୋଲ୍ଡ ଏମନେଷ୍ଟି ସ୍କିମ୍‌’ ଖବରକୁ ଗୁରୁବାର ଖଣ୍ଡନ କରିଛନ୍ତି କେନ୍ଦ୍ରସରକାର। କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ବୁଧବାର ଏ ନେଇ ପ୍ରଥମେ ଖବର ପ୍ରସାରିତ ହୋଇଥିଲା। ତେବେ ଆୟକର ବିଭାଗ ଏଭଳି କୌଣସି କାର୍ଯ୍ୟ ହାତକୁ ନେଇନଥିବା ଅର୍ଥମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛନ୍ତି।    

କଳାଧନରେ ସୁନା କିଣିଥିବା ଲୋକଙ୍କ ଉପରେ ଏବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ସେହିପରି ବନା ରସିଦ୍‌ରେ ରଖିଥିବା ସୁନା ଉପରେ ଶୁଳ୍କ ଲାଗୁ ଆଦି ଆକଳନ କରାଯାଇଥିଲା।  ସେହିପରି ସରକାର  ସୋଭରେନ୍ ବଣ୍ଡ ସ୍କିମ୍ ରେ ସଂଶୋଧନ କରିବେ ବୋଲି ମଧ୍ୟ ପ୍ରକାଶିତ ହୋଇଛି।

ତେବେ ଏଭଳି ଖବରକୁ ଅର୍ଥମନ୍ତ୍ରାଳୟ ଖଣ୍ଡନ କରିଛନ୍ତି। ବର୍ତ୍ତମାନ ସମୟରେ ଭାରତୀୟଙ୍କ ପାଖରେ ଆନୁମାନିକ ୨୦ ହଜାର ଟନ ସୁନା ରହିଛି। ଏହା ଛଡା ଅବୈଧ ଉପାୟରେ ଦେଶକୁ ଆସିଥିବା ସୁନାକୁ ମିଶାଇଲେ ଭାରତୀୟଙ୍କପାଖରେ ପ୍ରାୟ  ୨୫ରୁ ୩୦ ହଜାର ଟନ ସୁନା ରହିଛି। ଯାହାର  ବର୍ତ୍ତମାନ ବଜାର ଦର ପାଖାପାଖି ୧ରୁ ୧.୫ ଟ୍ରିଲିୟନ ଡଲାର ହେବ ବୋଲି ଆକଳନ କରାଯାଉଥି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.