Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଡାକ୍ତର ଦାଭୋଲକର ହତ୍ୟା ମାମଲା : ସିବିଆଇ ହାତରେ ଲାଗିଲା ବଡ଼ ପ୍ରମାଣ, ନଦୀରୁ ମିଳିଲା ବନ୍ଧୁକ

5/03/2020 at 11:26 AM

ଥାଣେ ୫/୩: ମହାରାଷ୍ଟ୍ରର ସାମାଜିକ କର୍ମୀ ଡାକ୍ତର ନରେନ୍ଦ୍ର ଦାଭୋଲକରଙ୍କ ହତ୍ୟା ମାମଲାରେ କେନ୍ଦ୍ର ଯାଞ୍ଚ ବ୍ୟୁରୋ(ସିବିଆଇ)ହାତରେ ଏକ ବଡ଼ ତଥ୍ୟ ଲାଗିଛି। ନାର୍ଭେର ବୁଡ଼ାଳି ଏବଂ ପ୍ରାଦ୍ୟୋଗିକଙ୍କ ସହାୟତାରେ ଆରବ ସାଗରରୁ ଏକ ବଡ଼ ବନ୍ଧୁକ ମିଳିଛି। କୁହାଯାଉଛି ଯେ ଏହି ବନ୍ଧୁକରେ ଦାଭୋଲକରଙ୍କୁ ହତ୍ୟା କରାଯାଇଛି। ଦୁଇ ଜଣ ବରିଷ୍ଠ ଅଧିକାରୀ ଏବିଷୟରେ ସୂଚନା ଦେଇଛନ୍ତି। ୨୦୧୩ମସିହା ଅଗଷ୍ଟ ମାସରେ ଦାଭୋଲକର ମର୍ଣ୍ଣିଙ୍ଗ୍ ଓ୍ବାକ୍ କରିବାକୁ ଯାଇଥିବାବେଳେ ଦୁଇ ଜଣ ଅଜଣା ବନ୍ଧୁକଧାରୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

ବନ୍ଧୁକଟିକୁ ଫରେନସିକ୍ ତଦନ୍ତ ପାଇଁ ପଠାଯାଇଛି। ଏଥିରୁ ଜଣା ପଡ଼ି ପାରିବ ଯେ ଦାଭୋଲକରଙ୍କୁ ଏହି ବନ୍ଧୁକ ଦ୍ବାରା ଗୁଳି କରାଯାଇଥିଲା କି ନାହିଁ। ଏଜେନ୍ସି ୨୦୧୯ ଅଗଷ୍ଟ ମାସରେ ପୁଣେର ଏକ ଅଦାଲତକୁ ଥାଣେ ପାଖରେ ଖାରେଗାଁଓ ନଦୀରୁ ବନ୍ଧୁକ ଖୋଜିବାକୁ ସୂଚିତ କରିଥିଲା। ଏହି ମାମଲାରେ ସିବିଆଇ ୭ଜଣଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରିଥିଲା।

ପରିଚୟ ନକହିବା ସର୍ତ୍ତରେ ଦୁଇ ଜଣ ବରିଷ୍ଠ ଅଧିକାରୀ କହିଥିଲେ,ଅନେକ ଦିନ ଖୋଜାଖୋଜି କରିବା ପରେ ଏକ ବନ୍ଧୁକ ମିଳିଛି। ବାଲିଷ୍ଟିକ୍ ବିଶେଷଜ୍ଞ ଏବେ ଦାଭୋଲକରଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସାମନାକୁ ଆସିଥିବା ବୁଲେଟର ଆକାରପ୍ରକାର ସହ ଏହାର ଯାଞ୍ଚ କରିବେ।

   Related Posts