Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଏମିତି ଏକ ସହର ଯେଉଁଠି ୧୦୦ ବର୍ଷ ହେଲା ହୋଇନି କାହାର ମୃତ୍ୟୁ: ପ୍ରତିବନ୍ଧକ ଲଗାଇଛନ୍ତି ସରକାର

11/11/2021 at 3:53 PM

ନୂଆଦିଲ୍ଲୀ ୧୧/୧୧ : ଜୀବନ ଓ ମୃତ୍ୟୁ ପ୍ରାକୃତିକ। ଏହା କାହା ହାତରେ ନାହିଁ। ଜନ୍ମ ଓ ମୃତ୍ୟୁ ଭଗବାନଙ୍କ ହାତରେ। କିନ୍ତୁ ଦୁନିଆରେ ଏମିତି ଏକ ଜାଗା ଅଛି ଯେଉଁଠି ଲୋକେ ସରକାରଙ୍କ ଇଚ୍ଛାରେ ଜୀବିତ ରୁହନ୍ତି। ବିଶ୍ୱାସ ହେଉନଥିବ କିନ୍ତୁ ଏହା ସତ। ଏଠାରେ ସରକାର ଲୋକଙ୍କ ମୃତ୍ୟୁ ଉପରେ ବ୍ୟାନ ଲଗାଇଛନ୍ତି। ଶେଷଥର ଏଠାରେ ୧୯୧୭ ମସିହାରେ ମୃତ୍ୟୁ ହୋଇଥିଲା। ଏହାପରେ ଆଜି ଯାଏଁ ଏଠାରେ କାହାର ମୃତ୍ୟୁ ହୋଇନାହିଁ।

ଏହି ଜାଗା ହେଲା ନରୱେର ଲଙ୍ଗଇୟରବେନ। ଏଠାରେ ମେ’ ରୁ ଜୁଲାଇ ମାସ ଯାଏଁ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏଠାରେ ଲଗାତାର ୭୬ ଦିନ ଯାଏଁ ସୁର୍ଯୋଦୟ ହୋଇ ରହିଥାଏ। ଏତିକି ଦିନ ଯାଏଁ ଏଠାରେ ରାତି ହୁଏନାହିଁ। ଏହି ସମୟରେ ଏଠାରେ ବହୁତ ଥଣ୍ଡା ପଡେ। ଏଠାରେ ସରକାର ଲୋକଙ୍କ ମୃତ୍ୟୁ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାର ଏକ ଖାସ କାରଣ ଅଛି। ଏଠାରେ ଭୀଷଣ ଥଣ୍ଡା ପଡେ। ସେଥିପାଇଁ ଯେତେବେଳେ କାହାର ମୃତ୍ୟୁ ହୁଏ ଶବକୁ ପୋତିବା ପରେ ଥଣ୍ଡା କାରଣରୁ ଶବ ଯେମିତିକୁ ସେମିତି ଥାଏ।

ଏଠାରେ ଶେଷଥର ୧୯୧୭ ରେ ଜଣକର ମୃତ୍ୟୁ ହୋଇଥିଲା। ମୃତ୍ୟୁର କାରଣ ଇନଫ୍ଲୁଏଞ୍ଜା ଥିଲା। ମୃତ୍ୟୁ ପରେ ଶବ ପୋତି ଦିଆଯାଇଥିଲା। କିନ୍ତୁ ଏଠାରେ ଏତେ ଥଣ୍ଡା ଯେ ତାଙ୍କ ଶବ ଆଜି ଯାଏଁ ପଚିନି, ଯେମିତିକୁ ସେମିତି ଅଛି। ଏପରିକି ମୃତ ଶରୀରରେ ଏବେ ବି ଇନଫ୍ଲୁଏଞ୍ଜା ଭାଇରସ ରହିଛି। ଏହାପରେ ସରକାର ଏଠାରେ ମୃତ୍ୟୁ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆପଣ ଭାବୁଥିବେ ପ୍ରତିବନ୍ଧକ ଲଗାଇଲେ ମୃତ୍ୟୁ କେମିତି ଅଟକି ରହିବ।

ଏଠାରେ ଯେବେଠାରୁ ମୃତ୍ୟୁ ଉପରେ ପ୍ରତିବନ୍ଧକ ଲାଗିଛି, ସେବେଠାରୁ ଏଠାକାର ଲୋକଙ୍କୁ ମୃତ୍ୟୁ ପୂର୍ବରୁ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଏ। ଏଠାରେ ରହୁଥିବା କେଉଁ ବ୍ୟକ୍ତି ଅସୁସ୍ଥ ହୋଇପଡିଲେ ତାଙ୍କୁ ତୁରନ୍ତ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଏ। ଯଦି ସେଠାରେ ମୃତ୍ୟୁ ହୋଇଯାଏ ତାହେଲେ ସେହି ସ୍ଥାନରେ ଅନ୍ତିମ ସଂସ୍କାର କରାଯାଏ କିନ୍ତୁ ଲଙ୍ଗଇୟରବେନ ଅଣାଯାଏନାହିଁ।

   Related Posts