ଉତ୍ତର-ପୂର୍ବାଞ୍ଚଳର ମହିଳା କର୍ମଚାରୀଙ୍କ ଅଭିନବ କାର୍ଯ୍ୟକ୍ରମ, ୮୦୦୦ କୋଟି ଟଙ୍କା ରାଜସ୍ଵ ପାଇଲା ଆୟକର ବିଭାଗ

Published By : Prameya-News7 Bureau | March 11, 2020 IST

ତିନସୁକିଆ ୧୧।୦୨- ମହିଳା କର୍ମୀଙ୍କ ଅଭିନବ କାର୍ଯ୍ୟ ଯୋଗୁଁ ଶେଷ ଆର୍ଥିକ ବର୍ଷରେ  ଉତ୍ତର-ପୂର୍ବାଞ୍ଚଳ ଆୟକର ବିଭାଗର ରାଜସ୍ଵରେ ୮୦୦୦ କୋଟି ଟଙ୍କା ଫାଇଦା ହୋଇଛି। ଜଣେ ଅଧିକାରୀ ରବିବାର ବିଶ୍ଵ ମହିଳା ଦିବସରେ ଏହି ସୂଚନା ଦେଇଛନ୍ତି।

ଉତ୍ତରପୂର୍ବାଞ୍ଚଳ ଆୟକର ବିଭାଗର ମୁଖ୍ୟ ନିର୍ଦ୍ଦେଶକ ସଞ୍ଜୟ ବାହାଦୂର କହିଛନ୍ତି ଯେ, ବିଭାଗ ଆୟ କରଦାତାଙ୍କୁ ସଚେତନ କରାଇବା ପାଇଁ ବିଭାଗ ଆଉଟ୍ ରିଚ  କାର୍ଯ୍ୟକ୍ରମ, ସାମାଜିକ ଗଣମାଧ୍ୟମ କ୍ୟାମ୍ପନିଂ ଯେପରିକି ପଥ ପ୍ରାନ୍ତ ନାଟକ, କୁଇଜ୍ ପ୍ରତିଯୋଗିତା ଆଦିର ଆୟୋଜନ କରିଛି। ଏଥିରେ କରଦାତା ପ୍ରଭାବିତ ହୋଇଛନ୍ତି। ଜଣେ ଏଜେନ୍ସି ଭାବେ ଆମ ପକ୍ଷେ ଏମିତି କାର୍ଯ୍ୟକ୍ରମ ଆୟୋଜନ କରାଯିବା କଥା ନୁହଁ, କିନ୍ତୁ ଲୋକଙ୍କୁ ସଚେତନ କରାଇବା ଏହା ଜରୁରୀ ଥିଲା। ଆୟକର ବିଭାଗର ମହିଳା କର୍ମଚାରୀଙ୍କ ସକରାତ୍ମକ ଉଦ୍ୟମରେ ଏହା ସମ୍ଭବ ହୋଇ ପାରିଛି। ଫଳରେ କରଦାତା ନିର୍ଦ୍ଧାରିତ ସମୟରେ କର ପୈଠ କରୁଛନ୍ତି।

ସେ କହିଛନ୍ତି ଯେ, ଦେଶର ଅର୍ଥନୀତି, ଆର୍ଥିକ ବ୍ୟବସ୍ଥା, ନିୟମ କାନୁନ ଏବଂ ଲୋକଙ୍କ ଚିନ୍ତାଧାର ବୁଝିବା ଏକ କାଠିକର ପାଠ। ଉତ୍ତର-ପୂର୍ବାଞ୍ଚଳ ଆୟକର ବିଭାଗରେ କାର୍ଯ୍ୟରତ ମହିଲା କର୍ମଚାରୀଙ୍କ ବିଷୟରେ ସେ କହିଛନ୍ତି ଯେ, ଏହି ସବୁ ଅଭିନବ କାର୍ଯ୍ୟକ୍ରମର ନେତୃତ୍ଵ ଭାରତୀୟ ରାଜସ୍ଵ ସେବା ଅଫିସର କବିତା ଝା ନେଇଥିଲେ, ଯିଏ କି ଉତ୍ତର-ପୂର୍ବାଞ୍ଚଳର ମୁଖ୍ୟ ଆୟୋଗ।

ଏଠାରେ ଚାରି ଜଣ ଆପିଲେଟ୍ କମିଶନର ଅଛନ୍ତି , ଯେଉଁମାନେ ସମସ୍ୟା ଏବଂ ବିବାଦର ନିବାରଣ କରୁଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଆଇଆରଏସ ଅଫିସର ପ୍ରିୟଙ୍କ ଶର୍ମା। ସେ  ବିଭାଗର ଅନ୍ୟ ଜୁନିୟର ମହିଳା କର୍ମଚାରୀ, ପର୍ଯ୍ୟବେକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ବେଶ୍ ସମର୍ଥନ ଦେଇଛନ୍ତି, ଯେଉଁମାନେ ଉତ୍ତର-ପୂର୍ବାଞ୍ଚଳର ଆୟକର ବିଭାଗର ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସଂପାଦନ କରିଛନ୍ତି।

ମହିଳା ଆଇଆରଏସ ଅଫିସର ଏବଂ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତି ଏବଂ ଅଭିନବ କାର୍ଯ୍ୟକ୍ରମ କାରଣରୁ ଉତ୍ତର-ପୂର୍ବାଞ୍ଚଳ ଆୟକର ବିଭାଗର ରାଜସ୍ଵ ଏବଂ କର ସଂଗ୍ରହରେ ଉନ୍ନତି ପରିଲଖିତ ହୋଇଛି। ଫଳରେ ଗତ ଆର୍ଥିକ ବର୍ଷରେ ଏହି ରିଜିଅନର ୮୦୦୦ କୋଟି ଟଙ୍କାର ରାଜସ୍ଵ ବୃଦ୍ଧି ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.