Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଦେଶର ଦକ୍ଷିଣରୁ ଉତ୍ତର ବର୍ଷା ବିତ୍ପାତ: କେରଳରେ ୨୧ ମୃତ, ୧୦୦ ନିଖୋଜ, ଓଡିଶାରେ ୧୯ ଯାଏଁ ବର୍ଷା

17/10/2021 at 7:27 PM

ଭୁବନେଶ୍ଵର ୧୭।୧୦: ଦେଶର ଅଧିକାଂଶ ସ୍ଥାନରେ ବର୍ଷା ବିତ୍ପାତ । କେରଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ  ୨୧ଜଣଙ୍କ ମୃତ୍ୟୁ ଘଟିଛି । ଭୁସ୍ଖଳନ ଓ ଫ୍ଲାସ ଫ୍ଲଡରେ ୧୦୦ରୁ ଅଧିକ ନିଖୋଜ । ଦିଲ୍ଲୀ, ଉତ୍ତରରାଞ୍ଚଳ,ପଶ୍ଚିମ ଉତ୍ତର ପ୍ରଦେଶ , ପଞ୍ଜାବ ଓ ପଶ୍ଚିମବଙ୍ଗରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ସେପଟେ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି । ପାଣିପାଗ ପୂର୍ବାନୁମାନ କରିଛି ଆସନ୍ତା ୧୯ ତାରିଖ ଯାଏ ରାଜ୍ୟର  ବିଭିନ୍ନ ସ୍ଥାନରେ ମଧ୍ୟ ଜାରି ରହିବ ।

ଦେଶର ଦକ୍ଷିଣରୁ ଉତ୍ତର ବର୍ଷା ବିତ୍ପାତ । କେରଳରେ ମୂଷଳଧାରାରେ ବର୍ଷା ସହ ଭୂସ୍ଖଳନ ହୋଇଛି । ଏକାଧିକ ଜିଲ୍ଲାରେ ଫ୍ଲାସ୍ ଫ୍ଲଡ ଏବଂ ଭୂସ୍ଖଳନ ଯୋଗୁଁ ୨୧ଜଣଙ୍କର ମୃତ୍ୟୁ ସହ ୧୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଭୂସ୍ଖଳନରେ କେରଳର କୋଟ୍ଟାୟମର କୁଟିକଲରେ ଗୋଟିଏ ପରିବାର ୭ଜଣଙ୍କ ମୃତ୍ୟୁ ହୋଇଛି  । ପାହାଡ଼ରୁ ବର୍ଷା ପାଣି ଓ ମାଟି ଅତଡା ଘର ଉପରେ ମାଡି ଯିବାରୁ ଏହି ପରିବାରର ସମସ୍ତଙ୍କର ମୃତ୍ୟୁ ହୋଇଛି ।

କୋଟାୟାମ, ଇଡୁକି, ପତନମତିତ୍ତତ, କୂଟ୍ଟୀକାଲ ଓ କୋକ୍କୟାର୍ ଭଳି ଜିଲ୍ଲାର ୪ଟି ସ୍ଥାନରେ ଭୂସ୍ଖଳନ ହୋଇଛି। ଦକ୍ଷିଣ ଓ କେନ୍ଦ୍ରୀୟ କେରଳର ତଳିଆ ଅଞ୍ଚଳରେ ବର୍ଷା ପାଣିରେ ବସ୍ ଓ କାର୍ ଗୁଡ଼ିକ ମଧ୍ୟ ବର୍ଷା ଯାଇଛି । ବର୍ଷା ଯୋଗୁଁ କୋଲାମ୍ କୁ ସଡକ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ୧୦୦ରୁ ଅଧିକ ଲୋକେ ଏବେ ବି ନଖୋଜ ଅଛନ୍ତି । ବାୟୁସେନା, ନୌସେନା ସହ NDRF , ଅଗ୍ନିଶମ ଏବଂ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କୋଟାୟମର ଏରୁମେଲି ଦେଇ ପ୍ରବାହିତ ମଣିମାଳା ନଦୀରେ ବନ୍ୟା ବ୍ୟାପକ ଅଞ୍ଚଳକୁ  ଜଳମଗ୍ନ କରିଛି ।

କେରଳରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା  ଆଶଙ୍କାରେ ୬ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ୭ ଜିଲ୍ଲାରେ ଅରେଞ୍ଜ ଏବଂ ୨ ଜିଲ୍ଲାରେ ୟେଲୋ ୱାର୍ଣିଂ ଜାରି କରାଯାଇଛି । ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ଓ ସ୍ଥାନାନ୍ତର ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିର୍ଦ୍ଦେଶ ଦେଇଛନ୍ତି। କେରଳ ବନ୍ୟା ସ୍ଥିତି ଉପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଲଗାତାର  ନଜର ରଖିଛି । କେନ୍ଦ୍ର ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଟ୍ଵିଟ୍ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ସହା କହିଛନ୍ତି।

ସେହିଭଳି ଦିଲ୍ଲୀ ସମେତ ଉତ୍ତରାଞ୍ଚଳ, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ମଧ୍ୟ ବର୍ଷା ବିତ୍ପାତ ଜାରି ରହିଛି।  ଆଜି ଦିଲ୍ଲୀର ଫିରୋଜ ଶାହା ରୋଡ, ବିଜୟଚୌକ, ଏମକେ ପୁରମ ଆଦି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଏହି ସବୁ ଅଞ୍ଚଳରେ ପାଣି ଜମି ରହିବା ସହ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୀଷଣ ବର୍ଷା ହେବାର ସମ୍ଭାବନା ଥିବା ନେଇ ଅରେଞ୍ଜ୍  ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖ ଯାଏ ବର୍ଷା ଜାରି ରହିବ । ଲଘୁଚାପ ଉତ୍ତର ତେଲେଙ୍ଗାନା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି।   ୭ ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର,ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟାରେ ୨ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ  ୧୭ ଜିଲ୍ଲାରେ ବିଜୁଳି ଘଡଘଡି ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

   Related Posts