Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ତାମିଲନାଡୁ ଉତ୍ତର ଉପକୂଳରେ ସୃଷ୍ଟି ହେଲା ଲଘୁଚାପ, ଦକ୍ଷିଣ ଭାରତରେ ପୁଣି ବର୍ଷା ଆଶଙ୍କା

12/11/2021 at 5:28 PM

ନୂଆଦିଲ୍ଲୀ ୧୨।୧୧: ପାଣିପାଗ ବିଭାଗଙ୍କ ଅନୁସାରେ ଉତ୍ତର ତାମିଲନାଡୁ ଉପକୂଳରେ ସୃଷ୍ଟି ହୋଇଥିବା ଡିପ୍ରେସନ ଶୁକ୍ରବାର ଅପରାହ୍ନ ସାଢେ୫ଟା ବେଳେ ଲୋ ପ୍ରେସରରେ ପରିଣତ ହୋଇଛି। ଫଳରେ ତାମିଲନାଡୁ ସମେତ ଦକ୍ଷିଣ ଉପକୂଳ ରାଜ୍ୟରେ ପୁଣି ବର୍ଷା ଆଶଙ୍କା କରାଯାଉଛି।  ଏଥିରେ ରୟାଲସୀମା, ଦକ୍ଷିଣ ଆଭ୍ୟନ୍ତରିଣ କର୍ଣ୍ଣାଟକ, କେରଳ ଓ ମାହେର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ଆଶଙ୍କା କରାଯାଇଛି। ଏହା ଛଡା ପାଣିପାଗ ବିଭାଗ ଶନିବାର ଦକ୍ଷିଣ ଆଣ୍ଡାମାନ ସାଗରରେ ପୁଣି ଏକ ଲଘୁଚାପ ଘନିଭୂତ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି।

ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେଲେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାକୁ ଥିବା ବେଳେ ନଭେମ୍ବର ୧୩ ଓ ୧୪ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହରେ ହାଲୁକାରୁ ଭୀଷଣ ବର୍ଷା ଆଶଙ୍କା କରାଯାଉଛି। ପାଣିପାଗ ପ୍ରଭାବରେ ଶୁକ୍ରବାର ଆଣ୍ଡାମାନ ଓ ନିକୋବର ଦ୍ୱିପ ସମୂହ ସମେତ କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ମରାଠାବାଡା ଓ ଉପକୂଳ ଆନ୍ଧ୍ରପ୍ରଦେଶରେ ବାୟୁର ବେଗ ବଢିବା ସହ ଘଡ଼ଘଡ଼ି ସହ ବର୍ଷା ଆକଳନ କରାଯାଉଛି।

ଏହି ସମୟରେ ମନ୍ନାର ଉପସାଗର ସଲଗ୍ନ କୋମରିନ କ୍ଷେତ୍ରରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମିକୁ  ପହଞ୍ଚିଛି। ଏଣୁ ମତ୍ସଜୀବିଙ୍କୁ ସମୁଦ୍ରବାରଣ କରାଯାଇଛି। ଏହି ସମୟରେ ରୟାଲସୀମାର ବିଭିନ୍ନ ଭାଗରେ ଭୀଷଣ ବର୍ଷା ହୋଇଥିବାର ଜଣାପଡିଛି। ଉପକୂଳ ଆନ୍ଧ୍ର ପ୍ରଦେଶରେ ପବନର ବେଗ ବଢ଼ିଥିବା ବେଳେ ଅପରାହ୍ଣ ସୁଧା ପାଗରେ ସେପରି ସୁଧାର ଦେଖାଯାଇନି। ପାଗ ପ୍ରଭାବ ଦକ୍ଷିଣ ଓ ଆଭ୍ୟନ୍ତରିଣ ଓଡିଶାରେ ମଧ୍ୟ ଅନୁଭୂତ ହେଉଛି। ରହି ରହି ହାଲୁକାରୁ ସାମାନ୍ୟ ବର୍ଷା ହେଉଥିବା ବେଳେ ଶନିବାର ମଧ୍ୟ ପାଗ ମେଘୁଆ ରହିବ ବୋଲି କୁହାଯାଇଛି।  

   Related Posts