ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ

Published By : Prameya-News7 Bureau | October 03, 2018 IST

ବାରିପଦା ୩/୧୦ : ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ ହୋଇଛି । ଆଜି ପିଜି କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି କଲେଜ କର୍ତ୍ତୃପକ୍ଷ । ଗତ ୩ ଦିନ ଧରି ବିଶ୍ୱବିଦ୍ୟାଳୟ ପରିସରରେ ଲାଗି ରହିଥିବା ଅଶାନ୍ତ ପରିସ୍ଥିତିକୁ ଦେଖି ଏଭଲି ନିଷ୍ପତ୍ତି ନେଇଛି କାଉନସିଲ୍ । ସେପରି କୌଣସି କାରଣ ନ ଥାଇ ଏଭଳି ନିଷ୍ପତ୍ତି ଉଦ୍ଦେଶ୍ୟ ମୂଳକ ବୋଲି ଅଭିଯୋଗ କରିଛି ଛାତ୍ର ସଂସଦ । ନିର୍ବାଚନ ବାତିଲକୁ ନେଇ ଛାତ୍ର ଉତ୍ତେଜନା ଆଶଂକାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.