୨୪ ଘଣ୍ଟା ମଧ୍ୟରେ ନର୍ଥ ଓଡିଶା ଓ ସାଉଥ୍ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା

Published By : Prameya-News7 Bureau | May 29, 2020 IST

ଭୁବନେଶ୍ବର୨୯/୫: ରାଜଧାନୀରେ ତାଣ୍ଡବ ରଚିଲା କାଳବୈଶାଖୀ। ଭୋର ୪ରୁ ପ୍ରବଳ ବର୍ଷା କେବଳ ବର୍ଷା ନୁହେଁ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ତା ସହିତ ଘଣ୍ଟା କୁ ୯୭ କିମିରୁ ଅଧିକ ପବନ ବୋହିଥିଲା । କେବଳ ରାଜଧାନୀ ନୁହେଁ କଟକ,ପୁରୀ, ଜଗତସିଂହପୁର ଜିଲ୍ଲାରେରେ ମଧ୍ୟ  ପ୍ରବଳ ବର୍ଷିଥିଲା । ୨୪ ଘଣ୍ଟା ମଧ୍ୟରେ ନର୍ଥ ଓଡିଶା ଓ ସାଉଥ୍ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା । ଗତକାଲି କଟକରେ ୬୦.୬ ମିମି, ଭବନେଶ୍ବର ୩୬.୫ ମିମି ଓ ଚାନ୍ଦବାଲି ୩୯.୪ ମିମି ବର୍ଷା ରେକର୍ଡ ହୋଇଛି । ଆଜି ମୟୁରଭଞ୍ଜ, ଭଦ୍ରକ, କଟକ ଜିଲ୍ଳାରେ ବର୍ଷା ହେବାର ସମ୍ବାବନା ।ମୌସୁମୀ କେରଳ ଛୁଇଁବାର ୧୦ କି ୧୨ ଦିନ ଭିତରେ ଓଡିଶା ଛୁଇଁବ ବୋଲି ଆଗୁଆ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.