କୁଆଡେ ଗଲେ କିମ୍‌ଙ୍କ ଭଉଣୀ... ସପ୍ତାହେ ହେବ ଉତ୍ତର କୋରିଆର ନମ୍ବର-୨ଙ୍କ ଦେଖା ମିଳୁନି, କ୍ଷମତା ଯୁଦ୍ଧରେ ପଡିଲେ କି ବଳି ?

Published By : Prameya-News7 Bureau | September 16, 2020 IST

ନୂଆଦିଲ୍ଲୀ ୧୬।୦୯: ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜୋଙ୍ଗ ଉନଙ୍କ ଭଉଣୀ କିମ ୟୋ ଜୋଙ୍ଗ ଚଳିତ ବର୍ଷ ଜୁଲାଇ ୨୭ରେ ସର୍ବ ସମ୍ମୁଖରେ ନଜର ଆସିବା ପରେ ଏବେ ଗତ କିଛି ଦିନ ହେବ ଗାଏବ ହୋଇ ଯାଇଛନ୍ତି। ବଡ ଭାଇ କିମଙ୍କ ଅସୁସ୍ଥ ଥିବା ଖବର ମଧ୍ୟରେ ସେ ଉତ୍ତର କୋରିଆର ଦାୟିତ୍ଵଭାର ସମ୍ଭାଳିବେ ବୋଲି କୁହାଯାଉଥିଲା। ହେଲେ ତାଙ୍କର ଗାଏବ ଏବେ ଉତ୍ତର କୋରିଆରେ ସବୁଠୁ ବଡ ଘଟଣା ପାଲଟିଛି।

ଜନସାଧାରଣଙ୍କ ଦୃଷ୍ଟିରୁ କିମ ଜୋଙ୍ଗ ଅନୁପସ୍ଥିତି ଉତ୍ତର କୋରିଆର ଅନ୍ୟ ଅଧିକାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ତାଙ୍କୁ କିମ ଜୋଙ୍ଗ ଉନଙ୍କ ଉତ୍ତରାଧିକାର କୁହାଯାଉଛି। ଏବେ ତାଙ୍କର ଅନୁପସ୍ଥିତିକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ସେ କେଉଁଠି ଅଛନ୍ତି ତାହା ସଭିଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ସେ ଉତ୍ତର କୋରିଆ ଦ୍ଵିତୀୟ ନମ୍ଵରର ନେତା ଥିଲେ।

କିମ ଜୋଙ୍ଗ ଉନ ସାର୍ବଜନୀନ କାର୍ଯ୍ୟ କ୍ଷେତ୍ରରେ ନିଜ ଦାୟିତ୍ଵରେ ଅନୁପସ୍ଥିତି ରହିବା ପୂର୍ବରୁ ଚଳିତ ବର୍ଷ ପ୍ରାରମ୍ଭିକ ତିନି ସପ୍ତାହ ସାର୍ବଜନୀନ ଭାବେ ଗାଏବ ଥିଲେ। କିନ୍ତୁ ନିକଟରେ ସେ ପୁଣି ଥରେ ଦୃଶ୍ୟମାନ ହୋଇଛନ୍ତି। ହେଲେ ସପ୍ତାହେ ହେବ ଉତ୍ତର କୋରିଆର ନମ୍ବର-୨ଙ୍କ ଦେଖା ମିଳୁନି।

ବର୍ତ୍ତମାନ କିମ ୟୋ ଜୋଙ୍ଗ WPK ପ୍ରୋପାଗାଣ୍ଡା ଓ ଆନ୍ଦୋଳନ ବିଭାଗର ଉପ ନିର୍ଦ୍ଦେଶକ। ଗଣମାଧ୍ୟମ ରିପୋର୍ଟରୁ ଜଣା ପଡିଛି ତାଙ୍କୁ କିମ ଜୋଙ୍ଗ ଉନ ଦ୍ଵାରା ତାଙ୍କ ଚାଚି କିମ କିଙ୍ଗଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ କରାଯାଇଥିଲା।

ବିଶେଷଜ୍ଞଙ୍କ ଅନୁଯାୟୀ କିମ ୟୋ ଜୋଙ୍ଗଙ୍କ ବଢୁଥିବା ଶକ୍ତି ଏବଂ ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ତାଙ୍କୁ ଗାଏବ କରାଯାଇଥିବା କୁହାଯାଉଛି। କ୍ଷମତା ଯୁଦ୍ଧରେ ସେ ବଳି ପଡିବା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ବିଶ୍ଳେଷକ କହିଛନ୍ତି ଉତ୍ତର କୋରିଆ କେବେ ମଧ୍ୟ ନିଜ ନେତା ବିଷୟରେ କିଛି ପ୍ରଚାର ପ୍ରସାର କରେ ନାହିଁ। ଆଜି ଉତ୍ତର କୋରିଆରେ  କିମ ୟୋ ଜୋଙ୍ଗ ଦ୍ଵିତୀୟ ନମ୍ବରର ନେତା। ତାଙ୍କୁ କିମ ଜୋଙ୍ଗ ଉନଙ୍କ ବିଶ୍ଵସନୀୟ ଉତ୍ତରାଧିକାରୀ କୁହାଯାଏ। ହେଲେ ତାଙ୍କର ଅଚାନକ ଗାଏବ ହେବା ସଭିଙ୍କୁ ବିସ୍ମିତ କରିଛି।

କିମ ୟୋ ଜୋଙ୍ଗ ୨୦୧୦ ପର୍ଯ୍ୟନ୍ତ ସାର୍ବଜନୀନ ଭାବେ ନଜର ଆସିଥିଲେ। ମାତ୍ର ଦେଶର ଶୀର୍ଷ ପଦ ପାଇଁ ତାଙ୍କ ଯାତ୍ରା ୧୯୯୦ ଦଶନ୍ଧିରୁ ଆରମ୍ଭ ହୋଇଥିଲା। ସେ ସ୍ଵିଜରଲ୍ୟାଣ୍ଡରେ ପ୍ରାଥମିକ ସ୍କୁଲରେ ପଢୁଥିଲେ ଏବଂ କିମଙ୍କ ସହିତ ବର୍ଣ୍ଣରେ ଏକ ଘରୋଇ ଘର ରହୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.