କଣ ଅସୁସ୍ଥ ଅଛନ୍ତି କି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ? ଆବଶ୍ୟକତାଠାରୁ କମିଲା ଓଜନ, ଚିନ୍ତାରେ ଲୋକେ

Published By : Prameya-News7 Bureau | June 28, 2021 IST

ନୂଆଦିଲ୍ଲୀ ୨୮/୬ : ସଦା ସର୍ବଦା ଚର୍ଚ୍ଚାର ପରିସରରେ ରହିଥାନ୍ତି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ । ବର୍ତ୍ତମାନ ଉତ୍ତର କୋରିଆର ଲୋକମାନେ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ଅଛନ୍ତି । ସମସ୍ତେ ମୁହଁରେ ଗୋଟିଏ କଥା କଣ ଅସୁସ୍ଥ ଅଛନ୍ତି କି କିମ ଜୋଙ୍ଗ । କାରଣ ତାଙ୍କର ଆବଶ୍ୟକତା ଠାରୁ ଅଧିକ ଓଜନ ହୋଇଛି ହ୍ରାସ । ତେବେ କଣ ଏହାର କାରଣ ।

ଏସବୁ କଥା ଏବେ ଉତ୍ତର କୋରିଆବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । କୁହାଯାଉଛି ଯେ ଗତ କିଛି ମାସ ମଧ୍ୟରେ କିମଙ୍କ ଓଜନ ହଠାତ୍ ବହୁତ କମିଯାଇଛି । ଅର୍ଥାତ୍ ସେ ବହୁତ ପତଳା ହୋଇଯାଇଛନ୍ତି । ସେଠାରେ ଜଣେ ଯୁବକ ନ୍ୟୁଜ ଚ୍ୟାନେଲକୁ କହିଥିଲେ ଯେ କିମ ଜୋଙ୍ଗ ବହୁତ ପତଳା ଏବଂ ଦୁର୍ବଳ ଦେଖାଯାଉଛନ୍ତି । ତାଙ୍କର ସେହି ଅବସ୍ଥା ଦେଖି ଆମ ହୃଦୟ ଭାଙ୍ଗିଗଲା । ଏମିତିକି ତାଙ୍କୁ ଦେଖିବା ପରେ ମୋ ରେ ଲୁହ ଆସିଗଲା ।

ବର୍ତ୍ତମାନ ଏହି ଭିଡିଓ ମଧ୍ୟ ଭାଇରାଲ ହୋଇଛି ଯେଉଁଠାରେ କିମ ଜୋଙ୍ଗ ଉନ କିଛି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିଲେ । ଲୋକ ତାଙ୍କର ଏପରି ଅବସ୍ଥା ଅର୍ଥାତ୍ ଓଜନ କମ୍ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ତେବେ ଏନେଇ ତାଙ୍କ ଦଳ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ଏଭଳି ପରିସ୍ଥିତିରେ କେବଳ କଳ୍ପନାଜଳ୍ପନା ଚାଲିଛି, କିନ୍ତୁ କିଛି ସ୍ପଷ୍ଟ ହୋଇନଥିଲା ।

ସୂଚନା ଥାଉକି, କିମ ଜୋଙ୍ଗ ଉନଙ୍କ ଓଜନ ବିଷୟରେ ପ୍ରଥମେ ଜୁନ୍ ପ୍ରଥମ ସପ୍ତାହରେ ଚର୍ଚ୍ଚା ହୋଇଥିଲା । ଯେତେବେଳେ ସେ ଦୀର୍ଘ ସମୟ ପରେ ବାହାରକୁ ଆସିଥିଲେ । ସେବେଠାରୁ ତାନାଶାହୀଙ୍କର ସ୍ୱାସ୍ଥ୍ୟ ବିଷୟରେ ଅନେକ ପଦାକୁ ଆସିବାରେ ଲାଗିଛି । ବର୍ତ୍ତମାନ ସମସ୍ତଙ୍କ ଆଖି କେବଳ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଉପରେ ରହିଛି ।

କାରଣ ଉତ୍ତର କୋରିଆର ରାଜନୀତି ଯେପରି ଥିଲା, ସେଠାରେ କେବଳ କିମଙ୍କ ରାଜୁତି ଚାଲେ । ଏଭଳି ପରିସ୍ଥିତିରେ ତାଙ୍କ ଉତ୍ତରାଧିକାରୀଙ୍କ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ । ଏହି କାରଣରୁ କିମ ଜୋଙ୍ଗ ଉନଙ୍କ ଓଜନ ହ୍ରାସ ହେତୁ ସମସ୍ତେ ଏତେ ଚିନ୍ତାରେ ପଡିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.