କିମ୍‌ଙ୍କର କେହି ବିଶ୍ୱସ୍ତ ନାହାନ୍ତି, ଦେହରକ୍ଷୀ ଓ ଗୁଇନ୍ଦା ମୁଖ୍ୟଙ୍କୁ ହଟାଇଦେଲେ ଉତ୍ତର କୋରିଆ ଶାସକ

Published By : Prameya-News7 Bureau | May 16, 2020 IST

ନୂଆଦିଲ୍ଲୀ ୧୬।୦୫: ବର୍ତ୍ତମାନ ସମୟରେ ସାରାବିଶ୍ୱ କରୋନା ପରି ମହାମାରି ବିରୋଧରେ ଲଢେଇ ଜାରି ରହିଛି । କିନ୍ତୁ ଅନ୍ୟପଟେ ଉତ୍ତରକୋରିଆର ଏକଛଦ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନଙ୍କ ଜୀବନୀ ଦିନକୁ ଦିନ ରହସ୍ୟମୟ ହେବାର ଲାଗିଛି । କିଛି ଦିନ ତଳେ କିମ୍‌ ନିଜ ବଡିଗାର୍ଡଙ୍କୁ ପରିବର୍ତ୍ତନ କରିଦେଇଛନ୍ତି । କେବଳ ଏତିକି ନୁହେଁ ଦେଶର ଗୁଇନ୍ଦା ପ୍ରମୁଖ ରିମ-କ୍ୱାଙ୍ଗ-ଇଲ୍‌ଙ୍କୁ ମଧ୍ୟ ବଦଳାଇଦେଇଛନ୍ତି ।

ଏକ ବିଦେଶୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରିମ କ୍ୱାଙ୍ଗ-ଇଲ ଗୁଇନ୍ଦା ସଂସ୍ଥାର ଆରଜିବିର ସୁପ୍ରିମ ଗାର୍ଡ କମାଣ୍ଡର ଭାବରେ କାର୍ଯ୍ୟ କରିଥିଲେ। ଗତ ବର୍ଷ ଡିସେମ୍ବରରେ ତାଙ୍କୁ ଏହି ପଦ ଦିଆଯାଇଥିଲା, କିନ୍ତୁ ହଠାତ୍ କିମ ଜୋଙ୍ଗ ଉନ ତାଙ୍କୁ ଗୁପ୍ତଚର ମୁଖ୍ୟ ପଦରୁ ହଟାଇ ଦେଇଛନ୍ତି ।

କରୋନା  ମହାମାରୀ ଏବେ ଚାରିଆଡେ ବ୍ୟାପିସାରିଛି । ଏଭଳି ପରିସ୍ଥିତିରେ ଉତ୍ତର କୋରିଆ କରୋନା ଭାଇରସ୍‌ ସମ୍ପର୍କରେ ଦାବି କରିଛି ଯେ, ଏପର୍ଯ୍ୟନ୍ତ କରୋନା ଜୀବାଣୁଙ୍କର କୌଣସି ମାମଲା ହୋଇନାହିଁ ।  ଏବଂ ସେମାନଙ୍କ ଦେଶ କରୋନାରୁ ସମ୍ପୂର୍ଣ୍ଣ ରକ୍ଷା ପାଇଛି। କିନ୍ତୁ ସେପଟେ, ଖବର ଆସିଛି ଯେ କରୋନା ସଂକ୍ରମଣ ଉତ୍ତର କୋରିଆରେ ପହଞ୍ଚିଛି । ଯାହାଲାଗି ଉତ୍ତର କୋରିଆ ଚୀନ୍ ସୀମାରେ ଥିବା ରୋସନ ସହରର ସୀମାକୁ ସିଲ୍ କରିଦେଇଛି।

ସୀମା ସିଲ୍ ସମ୍ବନ୍ଧରେ ଉତ୍ତର କୋରିଆ ସରକାର ଏପର୍ଯ୍ୟନ୍ତ କୌଣସି କରୋନା ସଂକ୍ରମଣ ମାମଲା ନିଶ୍ଚିତ ହୋଇନାହିଁ । କିନ୍ତୁ ଦକ୍ଷିଣ କୋରିଆ ଦାବି କରୁଛି ଯେ କିମ ଜୋଙ୍ଗ ଉନଙ୍କ ସରକାର କ୍ରମାଗତ ଭାବରେ କରୋନା ସଂକ୍ରମଣ ମାମଲା ଲୁଚାଉଛନ୍ତି ।  ଯୁକ୍ତି ବାଢିଛନ୍ତି ଯେ, ଯେତେବେଳେ ଦକ୍ଷିଣ କୋରିଆ କରୋନାରୁ ରକ୍ଷା ପାଇପାରିବ ନାହିଁ, ସେତେବେଳେ ଏହା ଉତ୍ତର କୋରିଆରେ  କେମିତି କରୋନା ମାମଲାରେ ପହଞ୍ଚିନାହିଁ । ତେଣୁ ଏଭଳି ପରିସ୍ଥିତିରେ କିମ ଜୋଙ୍ଗ ଉନ୍ କ’ଣ ଲୁଚାଇବାକୁ ଚାହୁଁଛନ୍ତି ବୋଲି ଦକ୍ଷିଣ କୋରିଆ କହିଛି ।

ତେବେ ଏହି ସମସ୍ତ ଖବର ମଧ୍ୟରେ ଉତ୍ତର କୋରିଆ ମଧ୍ୟ କ୍ରମାଗତ ଭାବରେ ଦାବି କରିଛି ଯେ, ସେମାନଙ୍କ ଦେଶ କରୋନା ମୁକ୍ତ ଅଟେ। କିନ୍ତୁ ରେସନ ସହରର ସୀମାକୁ ସିଲ୍ କରିବା ନେଇ ଉତ୍ତର କୋରିଆର ଦାବି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାସ୍ତବରେ, ଉତ୍ତର କୋରିଆ ସହିତ ରୁଷ୍‌ ଏବଂ ଚୀନ୍ ସହିତ ବାଣିଜ୍ୟର ମୁଖ୍ୟ କେନ୍ଦ୍ର ହେଉଛି ରେସନ୍ ସହର | ସୀମା ସିଲ୍ ହୋଇନାହିଁ ବୋଲି ଏହା ଏଡ଼ାଇ ଦିଆଯାଇ ନାହିଁ  । କିନ୍ତୁ ଏହା ଏକ ଲକ୍‌ଡାଉନ୍‌ ବୋଲି ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.