Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଉତ୍ତର କୋରିଆର ସବୁଠୁ ବଡ ଶତ୍ରୁ ଆମେରିକା ! କିମ୍‌ଙ୍କ ଚେତାବନୀ, ‘ପରମାଣୁ ଶକ୍ତି ବଢାଉଛୁ, ସାବଧାନ ରୁହ’

9/01/2021 at 4:35 PM

ନୂଆଦିଲ୍ଲୀ ୦୯/୦୧ : ନର୍ଥ କୋରିଆର ଏକଛତ୍ରବାଦୀ ଶାସକ କିମ୍‌-ଜଙ୍ଗ୍-ଉନ୍‌ ଆମେରିକାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଆମେରିକା ହେଉଛି ନର୍ଥ କୋରିଆର ସବୁଠାରୁ ବଡ ଶତ୍ରୁ । ଜୋ ବାଇଡେନ୍‌ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ କିମ୍‌-ଜଙ୍ଗ୍-ଉନ୍‌ଙ୍କ ଏଭଳି ଆଭିମୁଖ୍ୟ ବିଶ୍ବବାସୀଙ୍କୁ ଚକିତ କରିଛି । ଏହା ସହ କିମ୍‌-ଜଙ୍ଗ୍-ଉନ୍‌ ଧମକ ଦେଇ କହିଛନ୍ତି ଆଗାମୀ ଦିନରେ ନର୍ଥ କୋରିଆ ତାର ପରମାଣୁ ଶକ୍ତି ବୃଦ୍ଧି କରିବା ସହ ଅସ୍ତ୍ରଶସ୍ତ୍ର ମଧ୍ୟ ବୃଦ୍ଧି କରିବ ।

ଆମେରିକାର ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହର ଦୁଇ ସପ୍ତାହ ପୂର୍ବରୁ କିମ୍‌ ଏବଂ ବିଦାୟୀ ନେତା ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ତିକ୍ତ ସମ୍ପର୍କ ପରେ ଏହି ଘୋଷଣା କରିଛି ନର୍ଥ କୋରିଆ । କୋରିଆନ ସେଣ୍ଟ୍ରାଲ୍‌ ନ୍ୟୁଜ୍‌ ଏଜେନ୍ସି ଶନିବାର ତାର ଏକ ରିପୋର୍ଟରେ ପ୍ରକାଶ କରିଛି ଯେ, ନର୍ଥ କୋରିଆ ସହ ନୂଆ ସମ୍ପର୍କ ସୃଷ୍ଟି କରିବାକୁ ହେଲେ ଆମେରିକାକୁ ଶତ୍ରୁତାପୂର୍ଣ୍ଣ ନୀତିରୁ ଓହରିବାକୁ ପଡିବ ବୋଲି କିମ୍‌-ଜଙ୍ଗ୍-ଉନ୍‌ କହିଛନ୍ତି । ଏହା ସହ ସେ କହିଛନ୍ତି ଉତ୍ତର କୋରିଆ କେବେବି ପ୍ରଥମେ ପରମାଣୁ ଆକ୍ରମଣ କରିବ ନାହିଁ । ଯଦି ଆମେରିକା ପରମାଣୁ ଆକ୍ରମଣ କରେ ତେବେ ଯାଇ ନର୍ଥ କୋରିଆର ଏହାର ଦୃଢ ଜବାବ ଦେବ ।

ଏହା ସହ କିମ୍‌-ଜଙ୍ଗ୍-ଉନ୍‌ କହିଛନ୍ତି ନର୍ଥ କୋରିଆ ଖୁବଶୀଘ୍ର ତାର ପରମାଣୁ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରୟାସ ଆରମ୍ଭ କରିବ । ଆମେରିକା ସହ ଉତ୍ତର କୋରିଆର ତିକ୍ତତା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଉଭୟ ଦେଶ ମଧ୍ୟରେ ଅସ୍ବାଭାବିକ ପରିସ୍ଥିତି ଜାରି ରହିଛି । ଦେଶରେ ମିଶାଇଲ, ଯୁଦ୍ଧାସ୍ତ୍ର, ଲଞ୍ଚହେଡ୍‌ ପରମାଣୁ ରକେଟ୍‌ ବୃଦ୍ଧି କରିବା ପାଇଁ ସେନାକୁ ନିର୍ଦେଶ ଦେଇସାରିଛନ୍ତି କିମ୍‌ ।

ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ ମଧ୍ୟ କିମ୍‌-ଜଙ୍ଗ୍-ଉନ୍‌ଙ୍କର ତିକ୍ତତା ରହିଆସିଛି । ଆମେରିକା ସହ ଉତ୍ତର କୋରିଆର ତିକ୍ତତା ଫଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କିମଙ୍କ ଉଚ୍ଚସ୍ତରୀୟ ଆଣବିକ କୂଟନୀତି ପ୍ରାୟ ଦୁଇ ବର୍ଷ ଧରି ଅଟକି ରହିଛି । କିମ୍ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଜାରି ରହିଥିବା ବାକ୍‌ ଯୁଦ୍ଧ ଉଭୟ ଦେଶ ମଧ୍ୟରେ ଅରାଜକତା ସୃଷ୍ଟି କରିଛି ।

   Related Posts