ଉତ୍ତର କୋରିଆ ସେନାବାହିନୀରେ ମହିଳା ଜବାନଙ୍କ ଦୁଃଖ: ଦୁଷ୍କର୍ମ ଶିକାର ହେବା ନିତି ଦିନିଆ ଘଟଣା…

Published By : Prameya-News7 Bureau | May 29, 2019 IST

ଉତ୍ତର କୋରିଆରେ ସାଧାରଣ ଲୋକଙ୍କ ପାଇଁ ରହିବା ଯେତିକି କଷ୍ଟ ତାଠୁ ଅଧିକ କଷ୍ଟ ଓ ନିର୍ୟ୍ୟାତନାର ଶିକାର ହେଉଛନ୍ତି ସେନା ବାହିନୀରେ ଥିବା ମହିଳା ଜବାନ। ସେଠାର ମହିଳା ଜବାନଙ୍କ ପାଇଁ ଦୁଷ୍କର୍ମର ଶିକାର ହେବା ଏକ ସାଧାରଣ ଓ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏପରିକି ଋତୁଶ୍ରାବ ସମୟରେ ମଧ୍ୟ ମହିଳା ଜବାନମାନେ ଏହି ନିର୍ଯ୍ୟାତନାରୁ ମୁକ୍ତି ପାଉନଥିଲେ । ଅନ୍ୟଥା ଅନ୍ୟ ସବୁ ସମୟରେ ଯୌନ ନିର୍ଯ୍ୟାତନା ଭୋଗିବାକୁ ପଡିଥାଏ ମହିଳା ଜବାନଙ୍କୁ ।

ଏବେ  କିଛି ମହିଳା ଜବାନ ସେନାବାହିନୀରେ ସେମାନେ ବିତାଉଥିବା ନର୍କର ଜୀବନ ସମ୍ପର୍କରେ ପ୍ରକାଶ କରିଛନ୍ତି । ୪୧ ବର୍ଷ ବୟସ୍କା ସୋ ୟିୟୋନ ନାମକ ଜଣେ ମହିଳା ଜବାନ ଏମିତି ଅଙ୍ଗେନିଭା କଥା କହିଛନ୍ତି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

{"id":117215}

ସେ କହିଛନ୍ତି ଯେ, ତାଙ୍କ ପରିବାରର ଅଧିକାଂଶ ସଦସ୍ୟ ସେନାବାହିନୀରେ ଥିଲେ।ତେଣୁ ୧୯୯୦ ମସିହା ପରେ ସୋ ୟିୟୋନି ମଧ୍ୟ ସେନା ବାହିନୀରେ ସାମିଲ ହୋଇଥିଲେ। ସେନାବାହିନୀରେ ଯୋଗ ଦେବାପରେ ତାଙ୍କୁ ୧୦ ବର୍ଷ ଯାଏଁ ଏକ ଛୋଟ ରୁମ୍‌ରେ ରଖାଯାଇଥିଲା, ଯେଉଁଠି ଆହୁରି ୨୪ ଜଣ ମହିଳା ଜବାନ ରହୁଥିଲେ। ସେଠାରେ ଶୋଇବା ପାଇଁ ତାଙ୍କୁ ଚାଉଳ ବସ୍ତାର ଜରି ଦିଆଯାଉଥିଲା। ସେ ବସ୍ତା ଗନ୍ଧରେ ଶୋଇବା କଷ୍ଟକର ହେଉଥିଲା।

ସ୍ନାନ କରିବା ପାଇଁ ମହିଳାମାନଙ୍କ ପାଇଁ କିଛି ସୁବିଧା ନଥିଲା। ପାହାଡି ଅଞ୍ଚଳରୁ ପାଣିର କନେକ୍‌ସନ ଦିଆଯାଇଥିବାରୁ ସେ ପାଣିରେ କେବେ କେବେ ସାପ ଓ ବେଙ୍ଗ ମଧ୍ୟ ଆସୁଥିଲେ।କିଛି ମହିଳା ଜବାନଙ୍କୁ ଶ୍ରମିକଙ୍କ ଭଳି କାମ ଦିଆଯାଉଥିଲା । ଅନ୍ୟ ମହିଳା ଜବାନଙ୍କୁ ପୁରୁଷ ଜବାନମାନେ ନିୟମିତ ଦୁଷ୍କର୍ମ କରୁଥିଲେ । ଏହାର ପ୍ରତିବାଦ କଲେ ଭୀଷଣ ମାଡ ମରାଯାଉଥିଲା । ଥରେ ସେନା ବାହିନୀରେ ସାମିଲ ହେଲେ ଟର୍ମ ନସରିବା ପର୍ଯ୍ୟନ୍ତ ଛାଡି ଚାଲିଆସିବାର ମଧ୍ୟ କୌଣସି ରାସ୍ତା ନଥିଲା ।

କିଛି ମହିଳା ଜବାନଙ୍କୁ ଯୌନ ଦାସୀଭଳି ବ୍ୟବହାର କରାଯାଉଥିବାବେଳେ ସେମାନଙ୍କ ଖାଇବା ପିଇବା ଓ ରହିବା ପାଇଁ ଅତ୍ୟନ୍ତ କଦର୍ଯ୍ୟ ବ୍ୟବସ୍ଥା କରାଯାଉଥିଲା ବୋଲି କହିଛନ୍ତି ଏହି ପୂର୍ବତନ ମହିଳା ଜବାନ । ସେଠାରେ ଜୀବନ କଟାଇବା ତାଙ୍କ ପାଇଁ ବହୁତ କଷ୍ଟକର ହୋଇଥିଲା ବୋଲି କହିଥିଲେ ଏହି ମହିଳା।  ଦୀର୍ଘ ଦିନ ହେବ ସେ ଚାକିରୀ ଛାଡିଲେଣି ସତ କିନ୍ତୁ ପୂରୁଣା ଘା ଏଯାଏଁ ଛାଡିନି ବୋଲି କହିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.