Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଉ. କୋରିଆରେ ଗୃହ ଯୁଦ୍ଧ ଆଶଙ୍କା, କିଙ୍ଗ୍ ଜୋଙ୍ଗ ଉନ୍‌ଙ୍କ ପରେ କିଏ ହେବ ‘କିଙ୍ଗ୍’ ?

24/04/2020 at 2:51 PM

ନୂଆଦିଲ୍ଳୀ ୨୪।୦୪: ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦ୍ୱନ୍ଦ୍ୱାତ୍ମକ ରିପୋର୍ଟ ପ୍ରକାଶ ପାଉଥିଲା ବେଳେ ଆମେରିକାର କିଛି ପ୍ରତିରକ୍ଷା ବିଶେଷଜ୍ଞ ସେଠାରେ କ୍ଷମତା ଅକ୍ତିଆର କରିବାକୁ ନେଇ ଗୃହଯୁଦ୍ଧ ଲାଗିଯାଇପାରେ ବୋଲି ଆଶଙ୍କା ପ୍ରକଟ କରିଛନ୍ତି । ଏଭଳି ସ୍ଥିତି ଉପୁଜିଲେ, ସେଇ ମଉକାରେ ଆମେରିକା ଓ ଦକ୍ଷିଣ କୋରିଆ ବି ତା’ ବିରୋଧରେ ଯୁଦ୍ଧ ଘୋଷଣା କରିପାରନ୍ତି ବୋଲି ସେମାନେ ମତ ଦେଇଛନ୍ତି ।

ସେମାନଙ୍କ ଅନୁସାରେ, ଯଦି କିମ୍‌ଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଏ ଏବଂ ତାଙ୍କର ମୃତ୍ୟୁ ହୁଏ, ତା’ହେଲେ ତାଙ୍କ ପରେ ଦେଶରେ କିଏ ଶାସନ କରିବ ତାହାକୁ ନେଇ ସେଠାରେ ବ୍ୟାପକ କନ୍ଦଳ ସୃଷ୍ଟିହୋଇପାରେ । ତାଙ୍କ ପରିବାରର ଅନେକ ସଦସ୍ୟ ଏବଂ ସମ୍ପର୍କୀୟ କ୍ଷମତା ଅକ୍ତିଆର କରିବାକୁ ଉଦ୍ୟମ କରିପାରନ୍ତି । ସେହିପରି ସେନାର ୟୁନିଟଗୁଡିକ ବି ନିଜେ ସର୍ବେସର୍ବା ହେବାକୁ ଉଦ୍ୟମ କରିପାରନ୍ତି । ଏଭଳି ପ୍ରତିଦ୍ୱଦ୍ୱିତା ଯୋଗୁ ସେଠାରେ ଗୃହଯୁଦ୍ଧ ଲାଗିଯିବ ଏବଂ ବହୁ ଲୋକ ପ୍ରାଣ ହରାଇବେ । ସେହିପରି ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହେବେ । ଏ ପ୍ରକାର ପରିସ୍ଥିତି ସୃଷ୍ଟି ହେଲେ, ଆମେରିକା ଓ ଦକ୍ଷିଣ କୋରିଆ ବି ତା’ର ଫାଇଦା ଉଠାଇବାକୁ ଚେଷ୍ଟା କରିବେ । ସେମାନେ ଉତ୍ତର କୋରିଆ ବିରୋଧରେ ଯୁଦ୍ଧ ଘୋଷଣା କରିଦେବେ ଏବଂ ତା’କୁ ଆଣବିକ ଅସ୍ତ୍ର ରହିତ କରିବାକୁ ଉଦ୍ୟମ କରିବେ । ମାତ୍ର ଏହାର ପରିଣାମ ଭୟଙ୍କର ବି ହୋଇପାରେ ।

ତେବେ କିମ୍‌ ହାର୍ଟ ସର୍ଜରି ପରେ ସଂକଟାପନ୍ନ ହୋଇପଡିଛନ୍ତି ବୋଲି କିଛି ପ୍ରମାଣ ମିଳି ନଥିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଚୀନ୍‌ ଓ ଦକ୍ଷିଣ କୋରିଆ ବି ଅନୁରୂପ ମତ ଦେଇଛନ୍ତି । ଏହା ପୂର୍ବରୁ ପାଶ୍ଚାତ୍ୟ ଦେଶର ଗଣମାଧ୍ୟମରେ କେତେକ ରିପୋର୍ଟ ପ୍ରକାଶ ପାଇଥିଲା କି କିମ୍‌ଙ୍କର ହାର୍ଟସର୍ଜରୀ ପରେ ତାଙ୍କର ଅବସ୍ଥା ସଙ୍ଗୀନ ହୋଇଯାଇଛି । ସେ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି । ଆଉ କେତେକ ରିପୋର୍ଟରେ ଦାବି କରାଯାଇଥିଲା କି ତାଙ୍କର ସର୍ଜରୀ କରିଥିବା ଚୀନ୍‌ ଡାକ୍ତରଙ୍କ ଠାରୁ ତାଙ୍କ ଦେହକୁ କରୋନା ଭାଇରସ ଡେଇଁଛି । ହେଲେ ଦକ୍ଷିଣ କୋରିଆ ସରକାର କହିଥିଲେ ଯେ ସେ ପୂର୍ବ ଭଳି ସ୍ୱାଭାବିକ ଭାବେ ପ୍ରଶାସନିକ କାର୍ଯ୍ୟ ତୁଲାଉଛନ୍ତି ।

   Related Posts