Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଦୂରଗାମୀ କ୍ରୁଇଜ୍‌ ମିଶାଇଲ୍‌ର ପରୀକ୍ଷଣ କଲା ଉତ୍ତର କୋରିଆ, ଚିନ୍ତାରେ ଜାପାନ

13/09/2021 at 5:07 PM

ପୋଙ୍ଗ୍‌ୟାଙ୍ଗ୍‌, ୧୩/୦୯: ନିଜ ଦେଶର ନାଗିରିକଙ୍କ ପାଇଁ କରିଥିବା ନିୟମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ଉତ୍ତର କୋରିଆ । ଏହାର ସୁପ୍ରିମ୍‌ ଲିଡର୍‌ କିମ୍‌ ଜୋଙ୍ଗ୍‌ ଉଙ୍ଗ୍‌ଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥାଏ । ତାଙ୍କର ଅଜବ ପ୍ରକାର କାର୍‌ନାମା ପାଇଁ ସେ ବିଭିନ୍ନ ଦେଶରେ ପରିଚିତ । ଏଥସହିତ ଛୋଟ ଦେଶ ହୋଇ ମଧ୍ୟ ଆମେରିକାକୁ ଟକ୍କର ଦେଇପାରୁଥିବାରୁ କିମ୍‌ଙ୍କ ବିଷୟରେ ଲୋକ ଜାଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି ।

ନିକଟରେ ଉତ୍ତର କୋରିଆ ଏକ ଦୂରଗାମୀ କ୍ରୁଇଜ୍‌ ମିଶାଇଲ୍‌ର ପରୀକ୍ଷଣ କରିଥିବା ଜଣାପଡ଼ିଛି । ଯାହାକି ଜାପାନ୍‌କୁ ଟାର୍ଗେଟ୍‌ କରି ପାରିବ ବୋଲି ଏକ ଗଣମାଧ୍ୟମ ସୋମବାର ପ୍ରାକାଶ କରିଛି । କେସିଏନ୍‌ଏ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ମୁତାବକ ଏହି ମିଶାଇଲ୍‌ ୧୫ ଶହ କି.ମି. ଅର୍ଥାତ ୯୩୦ ମାଇଲ୍‌ ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ବିଶେଷ କଥା ହେଉଛି କି ଉତ୍ତର କୋରିଆ ଖାଦ୍ୟ ସଙ୍କଟ ଏବଂ ଅର୍ଥନୈତିକ ସଙ୍କଟ ପରିସ୍ଥିତିରେ ବି ଅସ୍ତ୍ରଶସ୍ତ୍ର ନିର୍ମାଣ ଜାରି ରଖିଛି ।

ଆମେରିକା ମିଲିଟାରୀ ଏହି ପରୀକ୍ଷଣକୁ ନେଇ କହିଛି ଯେ, ଏହା ଅନ୍ତର୍ଜାତୀୟ ସମୁଦାୟ ପାଇଁ ବିପଦ । ପଡ଼ୋଶୀ ଜାପାନ ଏହି ମିଶାଇଲ୍‌ ପାଇଁ ଚନ୍ତିତ ବୋଲି କହିଛି । ସ୍ଥାନୀୟ ଖବରକାଗଜ ସିନ୍‌ମୁନ୍‌ ମିଶାଇଲ୍‌ ଲଞ୍ଚ ସମୟର ଏକ ଫଟୋ ସହିତ ଏହାର ସମ୍ପୂର୍ଣ୍ଣ ଫଟୋଟି ପ୍ରକାଶ କରିଛି । ତେବେ ଶନିବାର ଏବଂ ରବିବାର କରାଯାଇଥିବା ପରୀକ୍ଷଣରେ ମିଶାଇଲ୍‌ଟି କୋରିଆ ସମୁଦ୍ରରେ ଖସିପଡ଼ିବା ପୂର୍ବରୁ ସଫଳ ଭାବେ ଲକ୍ଷ୍ୟ ଭେଦ କରିଥିଲା ବୋଲି ଜଣାପଡ଼ିଛି ।      

   Related Posts