Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

କରୋନା ଭାଇରସ୍‌କୁ ହସରେ ଉଡାଇ ଦେଲେ ଉତ୍ତର କୋରିଆ ଶାସକ କିମ୍, ୩୦ ଦିନରେ ଚତୁର୍ଥ କ୍ଷେପଣାସ୍ତ୍ରର ପରୀକ୍ଷଣ

30/03/2020 at 3:45 PM

ନୂଆଦିଲ୍ଲୀ ୩୦।୦୩: ସମଗ୍ର ଦୁନିଆ ସଂପ୍ରତି ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସଂଘର୍ଷ କରୁଛି। ଅନ୍ୟପଟେ ପରମାଣୁ ସଂପନ୍ନ ଅମାନିଆ ଉତ୍ତର କୋରିଆ ‘ସୁପର ଲାର୍ଜ ମଲ୍‌ଟିପଲ୍‌ ରକେଟ୍‌ ଲଞ୍ଚର’ର ସଫଳ ପରୀକ୍ଷଣ କରିଛି। ସୋମବାର ଉତ୍ତର କୋରିଆର ଗଣମାଧ୍ୟମ ତରଫରୁ ଏହି ସୂଚନା ଦିଆଯାଇଛି। ମାତ୍ର ପରୀକ୍ଷଣ ସମୟରେ ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ ଉପସ୍ଥିତ ଥଲେ ନା ନାହିଁ ଏହି ବିଷୟରେ କିଛି ସୂଚନା ଦିଆଯାଇ ନାହିଁ। ବିଶ୍ଳେଷକଙ୍କ ଅନୁଯାୟୀ ପ୍ୟୋଙ୍ଗୟଙ୍ଗ ନିଜର ଏହି ପରୀକ୍ଷଣକୁ ସ୍ଵାଭାବିକ ଦେଖାଇବାକୁ ଚେଷ୍ଟା କରୁଛି। ଏହି କାରଣରୁ କିମ୍ ଉନ ଜୋଙ୍ଗକୁ ନେଇ କିଛି ତଥ୍ୟ ଦିଆଯାଇ ନାହିଁ। ପୂରା ଦୁନିଆ ଯେଉଁ ସମୟରେ କରୋନା ଭାଇରସ୍  ବିରୋଧରେ ଲଢେଇ କରୁଛି ଠିକ୍ ସେହି ସମୟରେ ଉତ୍ତର କୋରିଆ ଏ ପର୍ଯ୍ୟନ୍ତ ଚାରୋଟି ମିଜାଇଲ୍ ପରୀକ୍ଷଣ କରି ସାରିଛି। କରୋନା ଭାଇରସ୍‌କୁ ନେଇ ଉତ୍ତର କୋରିଆ ଏହା କହି ଆସୁଛି ଯେ, ତା ଦେଶରେ କୋଭିଡ୍ ୧୯ର ଗୋଟିଏ ହେଲେ ମାମଲା ସାମ୍ନାକୁ ଆସିନି।

କୋରିୟନ ସେଣ୍ଟ୍ରାଲ  ନ୍ୟୁଜ୍ ଏଜେନ୍ସି(KCNA) ନିଜର ରିପୋର୍ଟରେ କେଉଁଠି ବି ଏହା ଉଲ୍ଲେଖ କରି ନାହିଁ ଯେ କିମ୍‌  ରବିବାର ହୋଇଥିବା ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସମସ୍ତଙ୍କୁ ଚକିତ କରିଛି। ଯେବେ ଉତ୍ତର କୋରିଆ କୌଣସି କ୍ଷେପଣାସ୍ତ୍ର ପରୀକ୍ଷଣ କରେ ସେଥିରେ କିମ୍ ଜୋଙ୍ଗ ଉନଙ୍କ ସକ୍ରିୟତା ଓ ତାଙ୍କ ଫଟୋକୁ ସର୍ବଦା ବଢେଇ ଚଢେଇ ଦେଖା ଯାଏ। ମାତ୍ର ଏଥର ହୋଇଥିବା ପରୀକ୍ଷଣରେ କିମ୍ ଜୋଙ୍ଗ ଉନଙ୍କ କୌଣସି ଫଟୋ ସାମ୍ନାକୁ ଆସିନାହିଁ। ଉତ୍ତର କୋରିଆର ନ୍ୟୁଜ୍ ଏଜେନ୍ସି KCNA ପକ୍ଷରୁ କୁହାଯାଇଛି ଯେ, ଏହି ପରୀକ୍ଷଣ ଶାସକ ପାର୍ଟିର ଉପାଧ୍ୟକ୍ଷ ରି ପୋଙ୍ଗ ଚୋଲ ଓ ସଞ୍ଚାଳନ ଏକାଡେମୀ ଅଫ ନ୍ୟାସନାଲ ଡିଫେନ୍ସ ସାଇନ୍ସ ପକ୍ଷରୁ କରାଯାଇଛି।

ଦକ୍ଷିଣ କୋରିଆ ରବିବାର ହିଁ ସୂଚନା ଦେଇଥିଲା ଯେ, ଉତ୍ତର କୋରିଆ ପକ୍ଷରୁ ଦୁଇଟି ସନ୍ଦିଗ୍ଧ  ବାଲାଷ୍ଟିକ ମିଜାଇଲ ସମୁଦ୍ରରେ ନିକ୍ଷେପ କରାଯାଇଛି। ଦକ୍ଷିଣ କୋରିଆ କହିଛି ଯେ, ଯେବେ ପୂରା ଦୁନିଆ ସଂପ୍ରତି କରୋନା ଭାଇରସ୍ ମହାମାରୀର ମୁକାବିଲା କରୁଛି ସେହି ସମୟରେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣ ସଂପୂର୍ଣ୍ଣ ଭାବେ ଭୁଲ୍।

ଏହି ପୂରା ମାମଲାରେ ଦକ୍ଷିଣ କୋରିଆର ଜଏଣ୍ଟ ଚିପ୍ ଅଫ ଷ୍ଟାଫ କହିଥିଲେ ଯେ, ରବିବାର ସକାଳେ ଉତ୍ତର କୋରିଆର ପୂର୍ବ ତଟବର୍ତ୍ତୀ ସହର ଭୋନସାନରୁ ନିକ୍ଷେପ ମିସାଇଲ କୋରିଆ ଉପଦ୍ଵୀପ ଓ ଜାପାନ ମଧ୍ୟରେ ସମୁଦ୍ରରେ ଖସିଥିଲା। ମିଜାଇଲ ଅଧିକତମ ଉଚ୍ଚତା ୩୦ କିଲୋମିଟର ଥିଲା। ଏହା ପ୍ରାୟ ୨୩୦ କିମି ଉଡିଥିବା ଦେଖିବାକୁ ମିଳିଥିଲା।

   Related Posts