ଟ୍ରମ୍ପଙ୍କୁ ଝଟକା : ଆମେରିକା ସହ ପରମାଣୁ ଚୁକ୍ତିକୁ ରଦ୍ଦ କଲା ଉତ୍ତର କୋରିଆ

Published By : Prameya-News7 Bureau | December 08, 2019 IST

ନୂଆଦିଲ୍ଲୀ ୮/୧୨: ଉତ୍ତର କୋରିଆ ଗତକାଲି ଆମେରିକା ସହ ପରମାଣୁ ଚୁକ୍ତିକୁ ରଦ୍ଦ କରି ଦେଇଛି। ଉତ୍ତର କୋରିଆ ଆମେରିକା ବିରୋଧରେ ଅଭିଯୋଗ ଆଣିଛି ଯେ ଆମେରିକା ଘରୋଇ ରାଜନୈତିକ ଏଜେଣ୍ଡାକୁ ପୂରା କରିବା ପାଇଁ କୋରିଆକୁ ଭୂଆଁ ବୁଲାଉଛି। ଏହି ଚୁକ୍ତି ରଦ୍ଦ ହେବା ପରେ କୋରିଆ ସ୍ୟାଟେଲାଇଟ ଲଞ୍ଚିଙ୍ଗ ଷ୍ଟେସନ ସୋହାଏରେ ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣ ମଧ୍ୟ କରିଛି। ଏହା ବିଷୟରେ ଅଧିକ ସୂଚନା ଜାରି କରାଯାଇନାହିଁ।

{"id":195242,"sizeSlug":"large"}

ଏହା ପୂର୍ବରୁ ପରମାଣୁ ଚୁକ୍ତିକୁ ରଦ୍ଦ କରାଯିବାକୁ ନେଇ ଉତ୍ତର କୋରିଆର ରାଜଦୂତ କିମ୍ ସଙ୍ଗ୍ ଏକ ବୟାନରେ କହିଥିଲେ ଯେ , ‘ ଏବେ ଆମକୁ ଆମେରିକା ସହ କଥାବାର୍ତ୍ତା କରିବାର ଆବଶ୍ୟକତା ନାହିଁ ଏବଂ ପରମାଣୁ ମୁକ୍ତର ମୁଦ୍ଦା ପୂର୍ବରୁ ଖାରଜ ହୋଇ ସାରିଛି।’ ସେ ମଧ୍ୟ କହିଥିଲେ ଯେ ଆମେରିକା ତାଙ୍କ ଘରୋଇ ରାଜନୈତିକ ଏଜେଣ୍ଡାକୁ ପୂରା କରିବା ପାଇଁ ଆମ ସହିତ ଷଡ଼ଯନ୍ତ୍ର କରିଥିଲା।’

{"id":195243,"sizeSlug":"large"}

ଏହା ସହିତ ଉତ୍ତର କୋରିଆ ନିଜ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ଦାବି କରିଛି ଏବଂ ଚେତାବନୀ ଦେଇଛି ଯେ ଏପରି ନହେଲେ ସେ ଅଲଗା ପନ୍ଥା ଅବଲମ୍ବନ କରିବେ। ଉତ୍ତର କୋରିଆ କହିଛି ଯେ ଯଦି ପ୍ରତିବନ୍ଧକ ହଟା ନଗଲା ତେବେ ସେ ପୁଣି ଥରେ ନ୍ୟୁକ୍ଲିୟର ଏବଂ ମିସାଇଲ୍ ପରୀକ୍ଷଣ ଆରମ୍ଭ କରି ପାରିବେ ଯାହା ୨୦୧୭ମସିହାରୁ ବନ୍ଦ ରହିଛି।

{"id":195244,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.