ବର୍ଷ ବଦଳିବା ସହ ବଦଳିଲା ଉତ୍ତରକୋରିଆ ନୀତି, କିମ୍ ଜୋଙ୍ଗ କହିଲେ ପୁଣି ଆରମ୍ଭ କରିବେ Atomic କାର୍ଯ୍ୟକ୍ରମ

Published By : Prameya-News7 Bureau | January 01, 2020 IST

ସିଓଲ: ଉତ୍ତର କୋରିଆ ସୁପ୍ରିମ ଲିଡର କିମ୍ ଜୋଙ୍ଗ ଉନ ତାଙ୍କ ଏଜେନ୍ସୀମାନେ ପୁଣି ନୂଆ ପ୍ରକାରର ଅସ୍ତ୍ରଶସ୍ତ୍ର ନିର୍ମାଣ କରିବେ ବୋଲି କହିଛନ୍ତି। ଗତବର୍ଷ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସହ ଆଲୋଚନା ବେଳେ କିମ୍ ଜୋଙ୍ଗ ଆଣବିକ କାର୍ଯ୍ୟକ୍ରମ ବନ୍ଦ ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ବର୍ଷ ବଦଳିବା ସହ କିମ୍‌ ଜୋଙ୍ଗ ତାଙ୍କ ନୀତି ବଦଳାଇ ଦେଇଛନ୍ତି।

{"id":205424,"sizeSlug":"large"}

କିମ୍‌ ଜୋଙ୍ଗ ନିକଟରେ ପାର୍ଟିର ଶିର୍ଷ ନେତାଙ୍କ ସହ ବୈଠକ ଆୟୋଜନ କରିଥିଲେ। ଏଥିରେ ଆମେରିକା ସହ ଉତ୍ତରକୋରିଆ ସମ୍ପର୍କ ସମୀକ୍ଷା ମଧ୍ୟ ହୋଇଥିଲା। ଏଥିରେ ଆଣବିକ କାର୍ଯ୍ୟକ୍ରମ ପୁଣି ଆରମ୍ଭ କରିବା ଲାଗି ଉତ୍ତର କୋରିଆ ନିବେଦନ କରିଥିବା ବେଳେ ଆମେରିକା ଏହାର ଜବାବ ଦେଉନଥିବା ଆଲୋଚନା ହୋଇଥିଲା। ତେବେ କିମ୍ ଜୋଙ୍ଗ ଆମେରିକା ଆମ ସହ ଗ୍ୟାଙ୍ଗଷ୍ଚର ଭଳି ବ୍ୟବହାର କରୁଥିବା କହିଛନ୍ତି। ଏଣୁ ଏବେ ଆମେ ବିଶ୍ୱକୁ ଆମର ନୂଆ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ଦେଖାଇବାକୁ  ହେବ ବୋଲି କିମ୍ କହିଛନ୍ତି।

{"id":205425,"width":578,"height":361,"sizeSlug":"large"}

ତେବେ କିମ୍‌ ଜୋଙ୍ଗଙ୍କ ବୟାନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ  କିମ୍ ଜୋଙ୍ଗଙ୍କୁ ମୁଁ ଭଲ ରୂପେ ଜାଣେ । ସେ ଯାହା କୁହନ୍ତି ତାହା କରନ୍ତି। ସେ ପରମାଣୁ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ବନ୍ଦ କରିଦେବେ ବୋଲି କହିଛନ୍ତି। ଏଣୁ ଆମେରିକା ତାଙ୍କୁ ଠାରୁ ସେହି ଆଶା କରେ ବୋଲି ଟ୍ରମ୍ଫ କହିଛନ୍ତି। ତେବେ ଉତ୍ତର କୋରିଆ ଯଦି ନିଜର ନୂଆ ରଣନୀତିରେ ଆଗକୁ ବଢିବାକୁ ଉଦ୍ୟମ କରେ ତେବେ ଆମେ ସେଇଆ କରିବୁ ଯାହା ଆମେ କରିବା ଦରକାର ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.