Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଉତ୍ତର କୋରିଆରେ କଣ ଚାଲିଛି ? କିମ୍ ଜଙ୍ଗ ଉନଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ସସପେନ୍ସ କିନ୍ତୁ ସେନା ବାହିନୀର ଚଳପ୍ରଚଳ ଓ ସାମରିକ କାର୍ଯ୍ୟକଳାପ ଜୋରଦାର

24/04/2020 at 3:51 PM

ନୂଆଦିଲ୍ଲୀ ୨୪।୪: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦକ୍ଷିଣ କୋରିଆର ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ କିମ୍‌ଙ୍କ ଚିକିତ୍ସା ଜାରି ରହିଛି। ଏମିତି ସମୟରେ ଉତ୍ତର କୋରିଆରେ ସୈନ୍ୟ ଗତିବିଧିକୁ ନେଇ ଆସୁଥିବା ଖବର ସଭିଙ୍କୁ ଚକିତ କରିଛି। ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରୀ ଜିୟୋଙ୍ଗ କୋୟୋଙ୍ଗ ଡୋ ଶୁକ୍ରବାର କହିଛନ୍ତି ଉତ୍ତର କୋରିଆ ନିଜର ତୋପ ଖାନାର ନୀରିକ୍ଷଣ କରିବା ଏବଂ ବାୟୁ ସେନାର ଉଡାଣ ସଞ୍ଚାଳନକୁ ପୂରା କରିବାରେ ଅସ୍ଵଭାବିକ ତତ୍ପରତା ଦେଖାଇଛି। ନ୍ୟୁଜ୍ ଏଜେନ୍ସି ୟୋନହ୍ୟାପ୍ ଅନୁସାରେ ଜିୟୋଙ୍ଗ କହିଛନ୍ତି ଉତ୍ତର କୋରିଆ ନିଜର ସୈନ୍ୟ ଗତିବିଧିରେ ଅସ୍ଵାଭାବିକ  ବୃଦ୍ଧି ଘଟିଛି। ଯାହା ଫଳରେ ଦେଶରେ ସୈନ୍ୟ ଉତ୍ତେଜନା ଦେଖିବାକୁ ମିଳିଛି।

ଛୋଟ ଧରଣର ତୋପଖାନା ଫାୟରିଂ ଡ୍ରିଲ୍ ସହିତ ଉତ୍ତର କୋରିଆ ଚଳିତ ବର୍ଷ ପାଞ୍ଚ ପ୍ରମୁଖ ଅସ୍ତ୍ର ଶସ୍ତ୍ର ପରୀକ୍ଷଣ କରିଛି। ଶେଷ ପରୀକ୍ଷଣ ଗତ ସପ୍ତାହରେ ହୋଇଥିଲା। ସେହି ଦିନ ଉତ୍ତର କୋରିଆ ପୂର୍ବ ତଟବର୍ତ୍ତୀ ସହର ଓ୍ଵାନସନ ଉପରେ ସୁଖୋଇ ଭ୍ୟାରିଏଣ୍ଟ ଲଢୁଆ ବିମାନ ଓ ମିଗ୍ ପ୍ରକାରର ବିମାନ ଉଡାଇ ଥିଲା ଏବଂ ପୂର୍ବ ସମୁଦ୍ରରେ ଅନେକ ଆକାଶରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ର ମାଡ କରିଥିଲା।

ଜଣେ ଯୁଗ୍ମ ଚିଫ୍ ଅଫ ଷ୍ଟାଫ ଅଫିସର କହିଛନ୍ତି ଉତ୍ତର କୋରିଆର ୟଲୋ ସି ସହିତ ଚୀନ ସୀମା ଆଖପାଖ ଅଞ୍ଚଳରେ ନୀରିକ୍ଷଣ ଗତିବିଧିରେ ବୃଦ୍ଧି ଘଟିଛି। ଉଲ୍ଲେଖନୀୟ  କିଛି ମାସ ହେବ ଉତ୍ତର କୋରିଆର ଏକଛତ୍ରବାଦକ ଶାସକ କିମ୍ ଜୋଙ୍ଗ ଉନଙ୍କ ସ୍ଵାସ୍ଥ୍ୟବସ୍ଥାରେ ଅବନତି ଦେଖା ଦେଇଛି। ଏହାର କାରଣ ବହୁ ମାତ୍ରାରେ ଧୂମ୍ରପାନ କରିବା, ମୋଟାପଣ ଏବଂ ଅଧିକ କାମ।

ସିଏନଏନ ଅନୁଯାୟୀ ଉତ୍ତର କୋରିଆର ଗଣମାଧ୍ୟମରେ ଏ ପର୍ଯ୍ୟନ୍ତ କିମ୍ ଜୋଙ୍ଗ ଉନଙ୍କ ସ୍ଵାସ୍ଥ୍ୟଜନିତ ସମସ୍ୟାକୁ ନେଇ କୌଣସି ଖବର ପ୍ରକାଶିତ ହୋଇ ନାହିଁ। ଏହାର କାରଣ ସେଠାରେ ଗଣମାଧ୍ୟମ ଉପରେ ସରକାରଙ୍କ ପୂରା ନିୟନ୍ତ୍ରଣ ରହିଛି। ଏହି କାରଣରୁ ସେଠାରୁ ସୂଚନା ଶୀଘ୍ର ମିଳିବା ମୁସ୍କିଲ।

କୁହାଯାଉଛି ଯେ, କିମ୍  ଜୋଙ୍ଗ ଉନଙ୍କୁ ଶେଷ ଥର ସାର୍ବଜନୀନ ଭାବେ ଏପ୍ରିଲ ୧୧ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ବୈଠକର ଅଧ୍ୟକ୍ଷତା କରିଥିଲେ ଏବଂ କରୋନା ଭାଇରସ୍‌କୁ ନେଇ ଯାଞ୍ଚ କଡାକଡି କରିବାକୁ ଆଦେଶ ଦେଇଥିଲେ। କେବଳ ଏତିକି ନୁହଁ ସେ ଏପ୍ରିଲ ୧୪ରେ ହୋଇଥିବା କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ଉପସ୍ଥିତ ନଥିଲେ। ଉଲ୍ଲେଖଯୋଗ୍ୟ, ନିଜର ପିତା ତଥା ଦିବଙ୍ଗତ ନେତା କିମ ଜୋଙ୍ଗ-ଇଲଙ୍କ ୨୦୧୧ରେ ନିଧନ ହେବା ପରେ କିମ୍ ଜୋଙ୍ଗ ଉନ୍ ଉତ୍ତର କୋରିଆର କ୍ଷମତା ସମ୍ଭାଳିଥିଲେ।

   Related Posts