Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଆଶ୍ଚର୍ଯ୍ୟ: କିମ୍ ଜଙ୍ଗ୍ ବାହାର କଲେ ଏମିତି ଏକ ପୋଷାକ, ଯାହା ଆବଶ୍ୟକ ହେଲେ ଖାଇ କ୍ଷୁଧା ମେଣ୍ଟାଇ ହେବ

30/01/2019 at 5:10 PM

କୋରିଆ ୩୦/୧: ଉତ୍ତର କୋରିଆରେ ସନକୀ ତାନାଶାହ କିମ୍ ଜଙ୍ଗ୍ ଏବେ ଫ୍ୟାସନ ଇଣ୍ଡଷ୍ଟ୍ରିକୁ ଅବତରଣ କରିଛନ୍ତି। ସମ୍ଭବତଃ ଏଠାରେ ମଧ୍ୟ ତାଙ୍କ ଅଦ୍ଭୁତ ଢଙ୍ଗ ଜାରି ରହିଛି। ପ୍ରକୃତରେ କିମ୍ ଜଙ୍ଗ୍ ଏପରି ଏକ ଫ୍ୟାସନ ପ୍ରଡକ୍ଟ ଲଞ୍ଚ କରିଛନ୍ତି ଯାହାର ବିଶେଷତ୍ବ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ।

ଦୀର୍ଘ ଦିନରୁ ଦାରିଦ୍ର୍ୟ ଏବଂ ଅନାହାର ପ୍ରପୀଡ଼ିତ ନିଜ ଦେଶରେ କିମ୍ ସନ୍ତରଣ,ପର୍ବତାରୋହଣ ଏବଂ ଆଡଭେଞ୍ଚର ସ୍ପୋର୍ଟସ୍ ସହ ଜଡ଼ିତ ଆପାରେଲ୍ ବା ପୋଷାକ ଲଞ୍ଚ କରିଛନ୍ତି। ଏହି ପୋଷାକର ଖାସ୍ ବିଶେଷତ୍ବ ହେଉଛି ଯେ ଏହାକୁ ଆବଶ୍ୟକତା ପଡ଼ିଲେ ଖାଇ ବି ହେବ। ଏହି ପୋଷାକକୁ ଫ୍ଲେନଲେଟ୍ ଫେବ୍ରିକ୍ସରେ ପ୍ରସ୍ତୁତ କରାଯାଇଛି।

ଏହି ଫେବ୍ରିକ୍ସ ପ୍ରୋଟିନ୍,ଏମିନୋ ଏସିଡ,ଫଳ ରସ,ଆଇରନ ଏବଂ କ୍ୟାଲସିୟମରୁ ପ୍ରସ୍ତୁତ ହୋଇଥାଏ। କିମ୍ ପୁରୁଷଙ୍କ ପାଇଁ ଜ୍ୟାକେଟ୍ ଏବଂ ମହିଳାଙ୍କ ପାଇଁ ଶନୈଲ କମ୍ପାନୀର ଡିଜାଇନର ଓ୍ବାଡ଼ରୋବ୍ ପ୍ରସ୍ତୁତ କରିଛନ୍ତି।

ଏହା ବ୍ୟତୀତ ଗୁଚି କମ୍ପାନୀର ନକଲ କରି ହ୍ୟାଣ୍ଡବ୍ୟାଗ୍ ବାହାର କରିଛନ୍ତି। ପୋଷାକର କ୍ୟାଟଲଗ୍ ମଧ୍ୟ ବହୁତ ଭଲଭାବେ ଡିଜାଇନ୍ କରାଯାଇଛି। ଅନାହାର ଅବସ୍ଥାରେ ଏହି ପୋଷାକକୁ ଖାଇ ଜୀବନ ବଞ୍ଚାଯାଇପାରିବ। କିମ୍ ଲଞ୍ଚ କରିଥିବା ବ୍ୟାଗ୍ ମଧ୍ୟ ପୁରୁଷଙ୍କ ମଧ୍ୟରେ ବିଶେଷ ଭାବେ ଆଦୃତ ହୋଇଛି।

ସେହିପରି ମହିଳାଙ୍କ ପାଇଁ ଲଞ୍ଚ କରାଯାଇଯାଇଥିବା ପ୍ରଡକ୍ଟ ମଧ୍ୟ ପୁରୁଣା ଟ୍ରେଣ୍ଡ ପରି ଲାଗୁଛି। ଚୀନୀ ଲୋକେ ଏହାକୁ ୧୯୯୦ଦଶକର ଫ୍ୟାସନ୍ ବୋଲି କହୁଛନ୍ତି। କିନ୍ତୁ ଉତ୍ତର କୋରିଆର ଲୋକଙ୍କ ପାଇଁ ଏହା ଆଧୁନିକ ଫ୍ୟାସନ୍  ।

   Related Posts