ବିବାହ ପୂର୍ବରୁ ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜୋଙ୍ଗଙ୍କ ପତ୍ନୀ ଥିଲେ ଚିୟରଲିଡର
21/08/2019 at 4:34 PM

ଉତ୍ତର କୋରିଆର ସର୍ବୋଚ୍ଚ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ବିଷୟରେ ସମଗ୍ର ବିଶ୍ବ ଜାଣିଛି। ତାଙ୍କ ଶାସନ ପାଇଁ ସେ ପୂରା ବିଶ୍ବରେ ଚର୍ଚ୍ଚିତ । ସେ ପ୍ରଥମ ବ୍ୟକ୍ତି ଯିଏ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଧମକ ଦେଇପାରୁଛନ୍ତି। କିମ୍ ଜୋଙ୍ଗ ମିଡିଆ ସହ ବହୁ ଫ୍ରେଣ୍ଡଲି ବ୍ୟବହାର କରନ୍ତି ହେଲେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକାଂଶ ଲୋକେ ଜାଣିନାହାନ୍ତି।

କିମ୍ ଜୋଙ୍ଗଙ୍କ ପତ୍ନୀ ରି ସୋଲ ଜୁ ଦେଖିବା ପାଇଁ ବହୁତ ସୁନ୍ଦର। ତାଙ୍କ ସୌନ୍ଦର୍ଯ୍ୟ ଦେଖି ଅନେକ ଲୋକ ପାଗଳ ହୋଇଥିଲେ। ରି ସୋଲ ଜୁ କିମ୍ କେବଳ ଖାସ ଅବସରରେ ନଜର ଆସନ୍ତି। ୩ଟି ସନ୍ତାନଙ୍କର ମାଆ ହେଉଛନ୍ତି ରି ସୋ ଜୁଲ। ଗତ ବର୍ଷ ସେ ତାଙ୍କ ତୃତୀୟ ସନ୍ତାନଙ୍କୁ ଜନ୍ମ ଦେଇଥିଲେ।

ହେଲେ ତାଙ୍କୁ ଦେଖିଲେ ଲାଗେ ନାହିଁ ଯେ, ସେ ୩ଟି ସନ୍ତାନଙ୍କ ମାଆ। ସୂଚନାଯୋଗ୍ୟ ଯେ, କିମ୍ ଜୋଙ୍ଗ ଉନ୍ ଓ ରି ସୋଲ ଜୁଙ୍କ ମଧ୍ୟରେ ୭ ବର୍ଷର ବୟସଗତ ତାରତମ୍ୟ ଅଛି। ଏବେ କିମ୍ ଜୋଙ୍ଗଙ୍କୁ ୩୫ ବର୍ଷ ଓ ରି ସୋଲ ଜୁଙ୍କୁ ୨୮ ବର୍ଷ।

କିମ୍ଙ୍କ ପତ୍ନୀଙ୍କ ବିଷୟରେ ବହୁ କମ ଲୋକ ଜାଣନ୍ତି। ରିପୋର୍ଟ ଅନୁସାରେ ରି ସୋଲ ଜୁ ୨୦୦୫ ମସିହାରେ ଏସିୟାନ ଏଥଲେଟିକ୍ ଚାମ୍ପିୟନଶିପ୍ରେ ନର୍ଥ କୋରିଆ ଆସିଥିଲେ। ସେ ୯୦ଜଣ ଚିୟର ଲିଡରଙ୍କ ମଧ୍ୟରେ ସାମିଲ ଥିଲେ।