ନିଆଁ ଭିତରୁ ୨ ଶିଶୁଙ୍କୁ ଉଦ୍ଧାର କଲେ, କିନ୍ତୁ ଆଣିପାରିଲେନି ସେହି ଫଟୋ .. ବନ୍ଧା ହେଲେ ମହିଳା

Published By : Prameya-News7 Bureau | January 10, 2020 IST

ହେଙ୍ଗୟୋଙ୍ଗ: ଉତ୍ତରକୋରିଆ ହେଙ୍ଗୟୋଙ୍ଗର ଏକ ଜଳନ୍ତା ଘରୁ ମହିଳା ନିଜର ୨ ଶିଶୁଙ୍କୁ ଜୀବନ୍ତ ଉଦ୍ଧାର କଲେ, ହେଲେ କାନ୍ଥରେ ଲାଗିଥିବା ରାଷ୍ଟ୍ରପତିଙ୍କ ଫଟୋ ଉଦ୍ଧାର କରି ନପାରିବାରୁ ତାଙ୍କୁ ଗିରଫ କରାଯାଇଛି। ଏହି ଅପରାଧ ଲାଗି ନିଆଁରେ ପୋଡି ହୋଇଯାଇଥିବା ମହିଳା ଓ ତାଙ୍କ ୨ ଶିଶୁଙ୍କୁ ଏବେ ଚିକିତ୍ସା ସେବା ମଧ୍ୟ ଯୋଗାଇ ଦିଆଯାଉନି।

{"id":209495,"width":573,"height":430,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ ହେଙ୍ଗୟୋଙ୍ଗର ଓନଙ୍ଗାନଙ୍ଗର ଏକ ଘରେ ରହୁଥିବା ଦମ୍ପତ୍ତି ବାହାରକୁ ଯାଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା। ତେବେ ଦୈବାତ୍ ସେମାନେ ପହଞ୍ଚିଯିବାରୁ ଘରେ ଥିବା ୨ ଶିଶୁଙ୍କୁ ସୁରକ୍ଷିତ ବାହାରକୁ ନେଇ ଆସିଥିଲେ। ହେଲେ ଘରେ ଲାଗିଥିବା ରାଷ୍ଟ୍ରମୁଖ୍ୟମାନଙ୍କ ପୋଟ୍ରେଟ୍ ବାହାର କରି ନ ପାରିବାରୁ ସେ ସବୁ ଜଳିଯାଇଥିଲା। ତେବେ ଏଥିଲାଗି ରାଜ୍ୟ ସୁରକ୍ଷାମନ୍ତ୍ରାଳୟ ସମ୍ପୃକ୍ତ ମହିଳାଙ୍କୁ ରାଜନୈତିକ ଅପରାଧ ମାମଲାରେ ଗିରଫ କରିଥିବା ବେଳେ ତାଙ୍କୁ ଏବେ ଜେଲରେ ରଖାଯାଇଛି। 

{"id":209497,"width":579,"height":348,"sizeSlug":"large"}

ହର୍ମିଟ୍ କିଙ୍ଗଡମର ନିୟମାନୁସାରେ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ ଓ ତାଙ୍କ ପରିବାର ସଦସ୍ୟଙ୍କ ଫଟୋ ପ୍ରତି ପରିବାର ତାଙ୍କ ଘରେ ଶ୍ରଦ୍ଧାପୂର୍ବକ ଲଗାଇବା ଅନିବାର୍ଯ୍ୟ। ଏଥିଲାଗି ସରକାରୀ ନିରୀକ୍ଷକ ପ୍ରତି ଘରକୁ ଯାଇ ନିରକ୍ଷଣ କରିବା ସହ ରିପୋର୍ଟ ମଧ୍ୟ ଦେଇଥାନ୍ତି। ସେହିପରି ଘରେ ଲଗାଯାଇଥିବା ଫଟୋ ଚିତ୍ରସବୁର ସଠିକ୍ ଦେଖରେଖ ହେବା ମଧ୍ୟ ଦରକାର । ଏଥିରେ ସାମାନ୍ୟତମ ତ୍ରୁଟି ଅପରାଧ ବିବେଚନା କରାଯିବା ସହ ଆବଶ୍ୟକସ୍ଥଳେ ଜେଲଦଣ୍ଡ ବି ହୋଇଥାଏ।

{"align":"center","id":209502,"sizeSlug":"large"}

ଜଳନ୍ତା ଘରୁ କିମ୍‌ଙ୍କ ଫଟୋ ଉଦ୍ଧାର କରିବା ବେଳେ ହୋଇଥିଲା ମୃତ୍ୟୁ
ଏକଦା ଉତ୍ତରକୋରିଆରେ ଏପରିବି ଘଟଣା ଘଟିଥିଲା, ଯେତେବେଳେ ଜଳନ୍ତା ଘରୁ କିମ୍‌ଙ୍କ ଫଟୋ ଉଦ୍ଧାର କରିବାକୁ ଯାଇଥିବା ବ୍ୟକ୍ତି ପୋଡି ହୋଇ ପ୍ରାଣ ହରାଇଥିଲେ।  ୨୦୧୨ମସିହାରେ ସିଂହହଙ୍ଗ କାଉଣ୍ଟିରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ବେଳେ କିମ୍ ଜୋଙ୍ଗଙ୍କ ଫଟୋ ଉଦ୍ଧାର ଲାଗି ୧୪ ବର୍ଷ ବୟସ୍କ ବାଳକ ହାନ ହ୍ୟୋନ ଗ୍ୟୋଙ୍ଗ ପାଣିରେ ବୁଡି ପ୍ରାଣ ହରାଇଥିଲା। ଏହି ପ୍ରାଣବଳିକୁ କିମ୍ ଜୋଙ୍ଗ ୟୁନ ଗୁରୁତର ସହ ଗ୍ରହଣ କରିଥିବା ବେଳେ ବାଳକକୁ ୟୁଥ ଅନର ଆୱାର୍ଡରେ ସମ୍ମାନୀତ କରିବା ସହ ସେ ପଢୁଥିବା ସ୍କୁଲର ନାମକରଣ ମଧ୍ୟ ତା ନାମାନୁସାରେ କରିଥିଲେ।

{"id":209498,"sizeSlug":"large"}

ଦେଶରେ ନେତାଙ୍କୁ ଦିଆଯାଏ ପୂର୍ଣ୍ଣ ସମ୍ମାନ
ବିଶ୍ୱର ବିଭିନ୍ନ ଦେଶରେ ନେତାଙ୍କୁ ଲୋକେ ସମ୍ମାନ ଜଣାଇଥାନ୍ତି। ଉତ୍ତରକୋରିଆରେ ମଧ୍ୟ ଏହି ପ୍ରଥା ରହିଛି। ତେବେ ଉତ୍ତରକୋରିଆ ବିଶ୍ୱର ଅନ୍ୟ ଦେଶଙ୍କ ଠାରୁ ସମ୍ପୂର୍ଣ୍ଣ ପୃଥକ। ଏଠାକାର ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ ଓ ସାର୍ବଜନିକ ସ୍ଥଳରେ ଥିବା ବର୍ତ୍ତମାନ ଓ ପୂର୍ବ ନେତାଙ୍କ ପ୍ରତିକୃତି ଏବଂ ଫଟୋ ଚିତ୍ରକୁ ସର୍ବଦା ସଫାସୁତରା ରଖାଯାଇଥାଏ। ଏହି ସବୁ ପ୍ରତିକୃତି ଓ ଫଟୋଚିତ୍ରରେ ସାମାନ୍ୟ ଧୂଳିବି ବସିବାକୁ ଦିଆଯାଏନି। ଏଠାରେ ଏଭଳି ଅବହେଳା ଯୋଗୁ ଦଣ୍ଡିତ  ମଧ୍ୟ କରାଯିବାର ନଜିର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.