ଉତ୍ତର କୋରିଆର ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ, ଜାପାନ ସାଗର ଆଡକୁ ଅନେକ ସନ୍ଦିଗ୍ଧ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ
14/04/2020 at 11:33 AM

ସିଓଲ ୧୪।୪: ଉତ୍ତର କୋରିଆ ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି । ଉତ୍ତର କୋରିଆର ପୂର୍ବ ସାଗର ନାମରେ ଜଣାଶୁଣା ଜାପାନ ସାଗର ଆଡକୁ ମଙ୍ଗଳବାର ଦିନ ଅନେକ ସନ୍ଦିଗ୍ଧ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା ଜଣାପଡିଛି । ଦକ୍ଷିଣ କୋରିଆ ସେନା କ୍ଷେପଣାସ୍ତ୍ର ନିକ୍ଷେପ ହୋଇଥିବା ନେଇ ସୂଚନା ଦେଇଛି ।
ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ଏକ ବିବୃତ୍ତିରେ କହିଛନ୍ତି ଯେ, ଉତ୍ତର କୋରିଆ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଯାହା ସ୍ବଳ୍ପ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର ବୋଲି ଜଣାପଡିଛି ।