Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପାଳିତ କୁକୁରକୁ ମାରି ଦେଶରେ ଖାଦ୍ୟାଭାବ ଦୂର କରିବେ ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ୍, ଭୟରେ କୁକୁର ମାଲିକ

17/08/2020 at 5:00 PM

ନୂଆଦିଲ୍ଲୀ ୧୭।୦୮: ସର୍ବଦା ଘାତକ କ୍ଷେପଣାସ୍ତ୍ର ଓ ଅସ୍ତ୍ର ଶସ୍ତ୍ରର କଥା କହୁଥିବା ଉତ୍ତର କୋରିଆର ଏକ ଛତ୍ରବାଦ ଶାସକ କିମ୍ ଜୋଙ୍ଗ ଉନ ସଂପ୍ରତି ଦେଶରେ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି। ଏହି ସଙ୍କଟର ମୁକାବିଲା ପାଇଁ ସେ ଖାଦ୍ୟ ଶସ୍ୟ କିଣିବା କିମ୍ବା ଚାଷ କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ବଦଳରେ କୁକୁରଙ୍କୁ ମାରିବାକୁ ଆଦେଶ  ଜାରି କରିଛନ୍ତି। କିମ୍‌ଙ୍କ ଆଦେଶରେ କୁକୁର ପାଳନ କରୁଥିବା ଲୋକେ ବହୁତ ଭୟଭୀତ ହୋଇ ପଡିଛନ୍ତି। ସେମାନେ ଯେଉଁ କୁକୁରକୁ ଏବେ ସ୍ନେହ ଶ୍ରଦ୍ଧାରେ ପାଳୁଥିଲେ ତାକୁ ଏବେ ହତ୍ୟା କରାଯିବ କଥା ଭାବି ସେମାନେ ଏବେ ଚିନ୍ତାରେ ଅଛନ୍ତି।

ଉଲ୍ଲେଖନୀୟ କିମ୍ ଜୋଙ୍ଗ ଉନ ଚଳିତ ବର୍ଷ ଜୁଲାଇରେ ଘୋଷଣା କରିଥିଲେ ଦେଶରେ ଏବେ କୁକୁର ପାଳିବା ବେଆଇନ। ସେ ଘରେ କୁକୁର ପାଳନକୁ ପୁଞ୍ଜିପତି ବିଚାରଧାରା ସହିତ ଯୋଡିଥିଲେ। ଏହା ସହିତ କୋରିଆର ଖବର କାଗଜ ଚୋସୁନ ଲବୋ ଅନୁଯାୟୀ ଉତ୍ତର କୋରିଆର ଅଧିକାରୀ ସଂପ୍ରତି ଏମିତି ଘରର ଚିହ୍ନଟ କରୁଛନ୍ତି ଯାହାଙ୍କ ଘରେ କୁକୁର ପାଳନ କରାଯାଉଛି। ଲୋକଙ୍କଠୁ ବଳପୂର୍ବକ କୁକୁର ଛଡାଇ ନିଆଯାଉଛି। ଏହି ସବୁ କୁକୁରକୁ ସରକାରୀ ଚିଡିଆଖାନାରେ ରଖାଯାଉଛି ଏବଂ ଏଠାରୁ କୁକୁର ମାଂସ ପରଷୁଥିବା ରେସ୍ତୋରାଁକୁ ବିକ୍ରି କରାଯାଉଛି।

କୋରିଆ ଉପଦ୍ଵୀପରେ କୁକୁର ମାଂସ ବହୁତ ଲୋକପ୍ରିୟ। କିନ୍ତୁ ଦକ୍ଷିଣ କୋରିଆରେ ଏହାର ପ୍ରଚଳନ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ଏବେ ମଧ୍ୟ ବାର୍ଷିକ ୧୦ ଲକ୍ଷ କୁକୁରକୁ ମାଂସ ପାଇଁ ପାଳନ କରାଯାଉଛି ଏବଂ ମରା ମଧ୍ୟ ଯାଉଛି। ଉତ୍ତର କୋରିଆରେ କୁକୁର ମାଂସ ଏବେ ବି ବହୁତ ପସନ୍ଦ।

କୁକୁର ମାଂସକୁ ଗରମ ଏବଂ ଉଷ୍ମ ପରିବେଶରେ ବହୁତ ପସନ୍ଦ କରାଯାଉଛି। କୁହାଯାଏ ଯେ ଏହା ଶକ୍ତି ଓ  ଶରୀରର କ୍ଷମତା ବୃଦ୍ଧି କରିଥାଏ। ଶୀତ ଋତୁରେ ପରିବା ସହିତ ଏହାର ସୁପ୍ ପ୍ରସ୍ତୁତ କରାଯାଏ। ଶୀତରେ ଶରୀରର ତାପମାତ୍ରା ବଢାଇବା ପାଇଁ ଏହାର ସେବନ କରାଯାଏ। ଖବର କାଗଜ ଅନୁଯାୟୀ କୁକୁର ପାଳନ କରୁଥିବା ଲୋକ ପରୋକ୍ଷରେ କିମ୍ ଜୋଙ୍ଗ ଉନକୁ ଗାଳି ଦେଉଛନ୍ତି, ମାତ୍ର ସେମାନେ କିଛି କରି ପାରିବେ ନାହିଁ। ସେମାନଙ୍କ ପାଖରେ ଆଦେଶ ମାନିବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ।

   Related Posts