Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଉତ୍ତର କୋରିଆରେ ରହିଛି ଦୁନିଆର ସବୁଠୁ ଭୟାନକ ଜେଲ୍, ଭିତରେ କଣ ଘଟେ ଜାଣନ୍ତୁ…

26/04/2020 at 5:57 PM

ନୂଆଦିଲ୍ଲୀ ୨୬।୦୪: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ନିଜର ବିବାଦୀୟ ବୟାନ ଓ ବଦଭ୍ୟାସ ପାଇଁ ପୂରା ଦୁନିଆରେ ପରିଚିତ। କିମ୍‌ଙ୍କ ଏକମୁଖୀ ଶାସନ ଯୋଗୁଁ ହିଁ ଉତ୍ତର କୋରିଆରୁ ବହୁତ କମ ସୂଚନା ବା ଘଟଣା ସାମ୍ନାକୁ ଆସିଥାଏ। ସେଠାରେ ଗଣମାଧ୍ୟମ ଉପରେ ସରକାରଙ୍କ ପୂରା ନିୟନ୍ତ୍ରଣ ରହିଛି। ଯାହା ବି କିଛି ତଥ୍ୟ ସାମ୍ନାକୁ ଆସେ ତାହା ଲୁଚାଛପାରେ ହିଁ ଆସିଥାଏ। ଏହା ମଧ୍ୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି ଯେ, ଦୁନିଆର ଉତ୍ତର କୋରିଆ ଜେଲ୍‌ ସବୁଠୁ କ୍ରୁର ଜେଲ୍ ଅଟେ। ଉତ୍ତର କୋରିଆର ସବୁଠୁ ବିପଦଜ୍ଜନକ ଜେଲ୍‌ Yodok concentration camp ରେ ୧୦ ବର୍ଷ ବିତାଇବା ପରେ କୌଣସି ପ୍ରକାରେ ଖସି ଆସିବାରେ ସକ୍ଷମ ହୋଇଥିବା କଏଦୀ ଚେଓଲ ହ୍ଵାନ ଜେଲ୍‌ରେ ରହୁଥିବା କଏଦୀଙ୍କ ଦୟନୀୟ ସ୍ଥିତି ବିଷୟରେ କହିଛନ୍ତି।

ପୂର୍ବ କଏଦୀ କହିଲେ ନିଜର ଅନୁଭୂତି

୧୦ ବର୍ଷ ଜେଲ୍‌ରେ ରହିଥିବା ଜଣେ ପୂର୍ବତନ କଏଦୀ ଚେଓଲ ହ୍ଵାନ କହିଛନ୍ତି ଯେ,  ତାଙ୍କର ଦାଦା ୧୯୪୮ରୁ ନେଇ ୧୯୯୪ ମଧ୍ୟରେ ଉତ୍ତର କୋରିଆର ସରକାରରେ ଥିଲେ। କିମ ଜୋଙ୍ଗ ଇଲ୍‌ଙ୍କ ହାତକୁ କ୍ଷମତା ଆସିବା ମାତ୍ରେ ତାଙ୍କ ପରିବାର ଉପରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ପଡିଥିବା ଆରୋପ ଲାଗିଥିଲା। କିଛି ସମୟ ପରେ ଏହା କୁହାଗଲା ଯେ, ପରିବାର ତତ୍କାଳୀନ ଶାସକ ତଥା କମ୍ୟୁନିଷ୍ଟ ଚିନ୍ତା ଧାରା ବିରୋଧରେ ଅଛନ୍ତି। ତେଣୁ ସଜା ଭାବେ ତାଙ୍କୁ ଜେଲ୍‌ରେ ଭର୍ତ୍ତି କରାଗଲା। ସେହି ସମୟରେ କ୍ୟାଙ୍ଗଙ୍କ ବୟସ୍ ବହୁତ କମ ଥିଲା। ତଥାପି ତାଙ୍କୁ ଦିନକୁ ୧୮-୧୮ ଘଣ୍ଟା ମଜଦୁରୀ କରାଯାଉଥିଲା। ତାଙ୍କୁ ଜଙ୍ଗଲରୁ ବଡ ବଡ କାଠ ଗଣ୍ଡି ଆଣିବାକୁ ମଧ୍ୟ କୁହାଯାଉଥିଲା। ଜେଲ୍‌ରୁ ଖସି ଚୀନରେ ରହୁଥିବା କ୍ୟାଙ୍ଗ ସେଠାରେ ଉତ୍ତର କୋରିଆରେ ମାନବାଧିକାର ଉଲ୍ଲଂଘନ ନାମରେ ଏକ ଏନଜିଓ ଚଳାଉଛନ୍ତି। ଏହାରି ଜରିଆରେ ସେ କଏଦୀଙ୍କ ସ୍ଥିତି ଲୋକଲୋଚନକୁ ଆଣିବାକୁ ପ୍ରୟାସ ଚଳାଇଛନ୍ତି।

ବହୁତ ଖରାପ ରହିଛି ଜେଲ୍‌ର ସ୍ଥିତି

ପରିସ୍ଥିତି ବିଷୟରେ ଜାଣିବା ପାଇଁ ଗତ ବର୍ଷ ମାନବାଧିକାର ଉପରେ କାମ କରୁଥିବା ସଂସ୍ଥା Amnesty International ଏଠାକାର ଲ୍ୟାବ୍ କ୍ୟାମ୍ପର ଉପଗ୍ରହ ଫଟୋ ନେଇଥିଲେ। ଏହା ସହିତ ସଂପର୍କିତ ରିପୋର୍ଟରେ କୁହାଯାଇଛି ଯେ, ଜେଲ୍‌ରେ କେମିତି ବଳାତ୍କାର, ଗର୍ଭପାତ, ହତ୍ୟା ଓ ଶ୍ରମିକ ପରି ଖଟାଯାଏ ତାହା ଉଲ୍ଲେଖ ରହିଛି। କୁହାଯାଉଛି ଯେ, କୋରିଆର ଏହି ଜେଲ୍‌ରେ ପ୍ରାୟ ୨ ଲକ୍ଷରୁ ଅଧିକ କଏଦୀ ବହୁତ ଦୟନୀୟ ସ୍ଥିତିରେ ରହୁଛନ୍ତି। ଦ ମିରର ଏକ ରିପୋର୍ଟ ଅନୁସାରେ ଏହି ଜେଲ୍‌ର ଚତୁଃପାର୍ଶ୍ଵରେ ରାଇଫଲ୍, ହ୍ୟାଣ୍ଡ ଗ୍ରେନେଡ୍ ଓ ଦୁର୍ଦ୍ଦାନ୍ତ କୁକୁରଙ୍କୁ ନେଇ  ଏକ ଦଳକୁ ଡ୍ୟୁଟିରେ ଲଗା ଯାଇଥାଏ। ଯିଏ ବାହାରକୁ ବାହାରିବାକୁ ଚେଷ୍ଟା କରିବ ସେମାନଙ୍କ ପଛରେ କୁକୁର ଲଗାଇ ନିର୍ମମ ହତ୍ୟା କରାଯାଏ।

ଉତ୍ତର କୋରିଆରେ ଏମିତି ଅନେକ ଜେଲ୍‌ ରହିଛି ଯେଉଁଠି କେବଳ ବିଦେଶୀ ନାଗରିକଙ୍କୁ ରଖାଯାଏ। ଏମିତି ଏକ ଜେଲ୍‌ Hoeryong concentration କ୍ୟାମ୍ପ ବା କ୍ୟାମ୍ପ ୨୨ କୁହାଯାଏ। ବିଦେଶୀ ଗଣମାଧ୍ୟମର ଭୟଙ୍କର ଆଲୋଚନା ପରେ ଏହି ଜେଲ୍‌କୁ ବନ୍ଦ କରି ଦିଆଯାଇଛି। ଏଠାରେ ମାନବାଧିକାରର ଜଘନ୍ୟ ଭାବେ କ୍ଷୁର୍ଣ୍ଣ ହେଉଥିଲା। କଏଦୀଙ୍କୁ ନାରକୀୟ ଅବସ୍ଥାରେ ରଖାଯାଉଥିଲା। କଏଦୀଙ୍କୁ କେବଳ ଏକ ଯୋଡା ପୋଷାକ ମିଳୁଥିଲା। ଏହାକୁ ପିନ୍ଧି ପୂରା ଜୀବନ କିମ୍ବା ପୂରା ସଜା କାଟିବାକୁ ପଡୁଥିଲା।  ଦେହ ଖରାପ ହେଲେ କୌଣସି ଚିକିତ୍ସା ସୁବିଧା ଦିଆଯାଏ ନାହିଁ, ବରଂ କବରରେ ଜୀବନ୍ତ ପୋତି ଦିଆଯାଏ।

ଜେଲ୍‌ର ବାହାର ଦୁନିଆ ସହିତ କୌଣସି ସଂପର୍କ ରହେ ନାହିଁ। ଜେଲ୍‌ର ଜଣେ ପୂର୍ବତନ ଗାର୍ଡ ଲିମ ହେ ଜିନଙ୍କ ଅନୁସାରେ ଏଠାରେ ରହୁଥିବା କଏଦୀ ଚଳନ୍ତା ଶବ ପାଲଟି ଯାଆନ୍ତି। ସେମାନଙ୍କୁ ମାଡ ମରାଯାଏ ଏବଂ ଜେଲ୍‌ରୁ ଖସିବାକୁ ଚେଷ୍ଟା କଲେ ଜୀବନ୍ତ ଜଳାଇ ଦିଆଯାଏ କିମ୍ବା ଗୁଳି କରି ହତ୍ୟା କରାଯାଏ।

ବିଦେଶୀ ନାଗରିକଙ୍କ ଅବସ୍ଥା ଆହୁରି ଭୟାନକ ହୋଇଥାଏ। ସେମାନଙ୍କୁ ଖାଇବା ନାମରେ ମାତ୍ର ୧୮୦ ଗ୍ରାମ କର୍ଣ୍ଣ ଦିଆଯାଏ। ଯଦି କୌଣସି କଏଦୀ ଭୋକ ଲାଗୁଥିବା କଥା କୁହନ୍ତି ତେବେ ତାଙ୍କୁ ଜୀବନ୍ତ ମୂଷା କିମ୍ବା ସାପ ଖାଇବାକୁ ଦିଆଯାଏ। ଏହି ପରି ପ୍ରତି ମାସରେ ଶତାଧିକ କଏଦୀ ମୃତ୍ୟୁ ମୁଖରେ ପଡନ୍ତି ଏବଂ ଅନେକ ଅଚାନକ ଗାଏବ ହୋଇ ଯାଆନ୍ତି। ତେଣୁ ଏହି ଜେଲ୍‌ ବାହାରିବା ପ୍ରଶ୍ନ ଉଠେ ନାହିଁ।

ଗୋଟିଏ ଜେଲରେ ରଖାଯାଏ ୧୦୦ ଶ୍ରମିକ

ଗୋଟିଏ କୋଠରୀରେ ପ୍ରାୟ ୧୦୦ କଏଦୀଙ୍କୁ ରଖାଯାଏ। ଯଦି କୌଣସି କଏଦୀ ଅଧିକ ପରିଶ୍ରମ କରନ୍ତି ତେବେ ତାଙ୍କୁ ପୁରସ୍କାର ସ୍ଵରୂପ ନିଜ ପରିବାର ସହିତ ଗୋଟିଏ କୋଠରୀରେ ରହିବାକୁ ଅନୁମତି ଦିଆଯାଏ। କିନ୍ତୁ ସେଠାରେ ପାଣିର କୌଣସି ବ୍ୟବସ୍ଥା ନଥାଏ। ଜଣେ କଏଦୀ କିମ୍ ୟୋଙ୍ଗ ସୁନ୍‌ଙ୍କ ଅନୁସାରେ ସୂର୍ଯ୍ୟୋଦୟଠୁ ନେଇ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କ୍ରମାଗତ କାମ କରିବାକୁ ପଡିଥାଏ। ଏଥିପାଇଁ ସକାଳ ୩ଟା ୩୦ରୁ ସମସ୍ତଙ୍କୁ ଉଠାଇ ଦିଆଯାଏ। ଏହା ପରେ ବିନା ବିଶ୍ରାମରେ କାମ କରିବାକୁ ପଡିଥାଏ।

ଗର୍ଭପାତ ଓ ବଳାତ୍କାର ଜେଲ୍‌ରେ ସାଧାରଣ ଘଟଣା

ଦ ମିରର ରିପୋର୍ଟ ଅନୁଯାୟୀ ଜେଲ୍‌ରେ ରହୁଥିବା ମହିଳା କଏଦୀଙ୍କୁ ଅବସ୍ଥା ସବୁଠୁ ଖରାପ। ଜେଲ୍‌କୁ ଆସିବା ପୂର୍ବରୁ ସେମାନଙ୍କର ପ୍ରେଗନେନ୍ସି ପରୀକ୍ଷା କରାଯାଏ, ଏହି ସମୟରେ ସଂକ୍ରମିତ ଇଞ୍ଜେକ୍ସନ ଲାଗିବାରୁ ଅଧିକାଂଶ ମହିଳାଙ୍କୁ ଯୌନ ରୋଗ ହୋଇଥାଏ। କ୍ୟାମ୍ପରେ ରହିବା ବେଳେ ମହିଳାଙ୍କ ସହ କ୍ରମାଗତ ବଳାତ୍କାର କରାଯିବା ଏବଂ ଗର୍ଭପାତ ସାଧାରଣ ଘଟଣା ହୋଇଥାଏ।

   Related Posts