Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ତାନାଶାହିଙ୍କ ଦେଶ ସ୍ଥିତି ସାଙ୍ଘାତିକ: ଅନାହାରରେ ହେଉଛି ଲୋକଙ୍କ ମୃତ୍ୟୁ, ନାହିଁ ରୋଜଗାର

23/10/2021 at 5:23 PM

ନୂଆଦିଲ୍ଲୀ ୨୩/୧୦ : ଉତ୍ତର କୋରିଆରେ ସ୍ଥିତି ସାଙ୍ଘାତିକ ହୋଇଗଲାଣି। କୋଭିଡ-୧୯ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ଓ ବିଶ୍ୱ ସ୍ଥରୀୟ ସମ୍ପର୍କର ଅବନତି ଯୋଗୁଁ ଉତ୍ତର କୋରିଆରେ ଅନାହାର ଦେଖାଦେଇଛି। ଦେଶରେ ଲୋକଙ୍କ ମାନବାଧିକାର ଉପରେ ଏହାର ଅନେକ ପ୍ରଭାବ ପଡିଛି।

ଟୋମାସ୍ ଓଜିଆ କ୍ୱିଣ୍ଟାନା ମିଳିତ ଜାତିସଂଘ ମହାସଭା ମାନବାଧିକାର କମିଟିକୁ କହିଛନ୍ତି ଯେ ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି ଏବଂ ଶିଶୁ ଏବଂ ବୟସ୍କଙ୍କୁ ନେଇ ଅନାହାର ବିପଦ ରହିଛି। ସେ କହିଛନ୍ତି ଯେ ରାଜନୈତିକ ବନ୍ଦୀମାନଙ୍କ ଶିବିରରେ ଖାଦ୍ୟ ଶସ୍ୟର ଅଭାବକୁ ନେଇ ମଧ୍ୟ ସେ ଗଭୀର ଚିନ୍ତିତ।

ଡେମୋକ୍ରାଟିକ୍ ପିପୁଲ୍ସ ରିପବ୍ଲିକ୍ ଅଫ୍ କୋରିଆ (ଡିଆରପି) ଏହି ମହାମାରୀକୁ ରୋକିବା ପାଇଁ ସୀମା ବନ୍ଦ କରି ଦେଇଥିଲା ଯାହା ଉତ୍ତର କୋରିଆର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇଥିଲା। କାରଣ ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିନିଯୋଗର ଅଭାବ ଏବଂ ଚିକିତ୍ସା ସାମଗ୍ରୀର ଅଭାବ ଦେଖାଦେଇଛି। ସେ କହିଛନ୍ତି ଯେ କୋଭିଡ -୧୯ ରୋକିବା ପାଇଁ ଡିଆରପି ସରକାରଙ୍କ ଏହି ଆତ୍ମଘାତୀ ପଦକ୍ଷେପ ଯୋଗୁଁ ଲୋକମାନେ ଆତ୍ମହତ୍ୟା କରୁଛନ୍ତି। ଦେଶ ଛାଡି ପଳାଉଛନ୍ତି।

ଡିଆରପିରେ ଜାତିସଂଘର ମାନବାଧିକାର ଉପରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଭାବେ ୬ ବର୍ଷ ପରେ ମହାସଭାକୁ ଦେଇଥିବା ନିଜର ଶେଷ ରିପୋର୍ଟରେ କ୍ୱିଣ୍ଟାନା କହିଛନ୍ତି ଯେ, ଯିବା ଆସିବା ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଏବଂ ଜାତୀୟ ସୀମା ବନ୍ଦ ହେବା ଦ୍ୱାରା ବଜାର କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଛି ଯାହା ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ସହ ମୌଳିକ ଆବଶ୍ୟକତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

   Related Posts